ଭୁବନେଶ୍ୱର ୧୯।୧୨ - ଫେରିଯିବ ବାଘୁଣୀ ସୁନ୍ଦରୀ । ସାତକୋଶିଆରୁ ନିଜ ବାସସ୍ଥାନ କାହ୍ନା ଅଭୟାରଣ୍ୟକୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହା ସହ ଓଡିଶାରେ ପ୍ରୋଜେକ୍ଟ ଟାଇଗର ଟ୍ରାନ୍ସଲୋକେସନ ସ୍ଥଗିତ ରଖିବାକୁ ନ୍ୟାସନାଲ ଟାଇଗର କନଞ୍ଜରଭେସନ ଅଥରଟି ନିଷ୍ପତ୍ତି ନେଇଛନ୍ତି ।
{"id":50726,"sizeSlug":"large"}NTCA ଙ୍କ କହିବା ଅନୁଯାଇ ସୁନ୍ଦରୀକୁ ଓଡିଶା ସରକାର ଏକ ଛୋଟ ଏନକ୍ଲୋଜରରେ ରଖିଛନ୍ତି । ଏହାସହ ତାକୁ ଧରିବା ପାଇଁ ମଧ୍ୟ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇନି । ଫଳରେ ସୁନ୍ଦରୀର ଶିକାର କରିବା କ୍ଷମତା କମିଯାଇଛି । ଏ ସଂପର୍କରେ NTCA ଡିଆଇଜି ଓଡିଶା ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି । ସେ ଚିଠିଲେ ଲେଖିଛନ୍ତି, ବାଘ ରଖିବାନେଇ ଏସଓପି ପାଳନ ହୋଇନାହିଁ ।
{"id":51840,"sizeSlug":"large"}କେନ୍ଦ୍ର ସରକାର ଏହି ପ୍ରକଳ୍ପ ପାଇଂ ଆବଶ୍ୟକୀୟ ଅର୍ଥ ଓଡିଶାକୁ ଦେଇଥିଲେ । କିନ୍ତୁ ଏହି ଅର୍ଥ ଅନ୍ୟ ଉପାୟରେ ଖର୍ଚ୍ଚ ହୋଇଥିବାରୁ ବିରକ୍ତ ପ୍ରକାଶ କରିଛନ୍ତି NTCA । ସେଥିପାଇଁ ସୁନ୍ଦରୀକୁ ପୁଣି ବାନ୍ଧବଗଡ ଫେରାଇବାକୁ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ଏନଟିସିଏ ଅଥରଟି । ବାଘ ବଂଶ ବୃଦ୍ଧିନେଇ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା ।