ଟୋଲ୍ ଗେଟରେ ଟିକସ ଆଦାୟକୁ ବିରୋଧ
26/05/2018 at 5:39 AM

ଟୋଲ୍ ଗେଟରେ ଟିକସ ଆଦାୟକୁ ବିରୋଧ । ମାଲବାହୀ ଟ୍ରକଠାରୁ କମ୍ ଟ୍ୟାକ୍ସ ଆଦାୟ, ଚାଷୀଙ୍କଠାରୁ ଟ୍ୟାକ୍ସ ଛାଡ, ସ୍ଥାନୀୟ ଲୋକଙ୍କୁ ଟୋଲ୍ ଫି କରିବା ଦାବିରେ ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି । ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଓ ସୁନ୍ଦରଗଡ ଜିଲ୍ଲାର ମସନିକାରୀ ଓ ବରପାଲି ୩ଟି ଟୋଲ୍ ଗେଟରେ ଆନ୍ଦୋଳନ କରୁଛି ଓକିଲ ସଂଘ । ସକାଳ ୮ଟାରୁ ଦିନ ୧୨ଟା ଯାଏ ଧାରଣା ଦେବା ସହ ପ୍ରତିବାଦ କରିଛି ସଂଘ । ପଶ୍ଚିମଓଡ଼ିଶାର ୫ଟି ଜିଲ୍ଲା ନୂଆପଡା, ବରଗଡ, ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡ ଦେଇ ଯାଇଛି ବିଜୁ ହାଇୱେ । ବିଜୁ ହାଇୱେ ନିର୍ମାଣ କରିଥିବା ଏଲ୍.ଏନ୍.ଟି ଟୋଲି ଆଦାୟ କରୁଛି । ଟୋଲ୍ ଆଦାୟ ଦିନଠୁ ସ୍ଥାନୀୟ ଲୋକେ ଏହାକୁ ବାରମ୍ବାର ବିରୋଧ କରିବା ସହ ଆନ୍ଦୋଳନ କରିଥିଲେ । ତେଣୁ ଆଜି ୪ଘଣ୍ଟିଆ ପ୍ରତିବାଦ କରୁଛି ଓକିଲ ସଂଘ । ଦାବି ପୂରଣ ନହେଲେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ ବୋଲି ଓକିଲ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।