scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୁନ୍ଦର ପିଚାଇଙ୍କ ଠାରୁ ମୁକେଶ ଅମ୍ବାନୀଙ୍କ ଯାଏଁ…ବିଲିୟନ ରୋଜଗାର କରନ୍ତି ଏହି ୬ ଭାରତୀୟ ସିଇଓ

8/07/2023 at 3:55 PM

ନୂଆଦିଲ୍ଲୀ ୦୮।୦୭: ବିଶ୍ୱକୁ ଅନେକ ସିଇଓ ଦେଇଛି ଭାରତ । ଯେଉଁମାନେ କି ଆମେରିକାରୁ ଭାରତ ପର୍ଯ୍ୟନ୍ତ ବଡ କମ୍ପାନୀଗୁଡିକ କରୁଛନ୍ତି ପରିଚାଳନା ।  ଆସନ୍ତୁ ଜାଣିବା ସେହି ୬ ଜଣ ଭାରତୀୟ ସିଇଓଙ୍କ ଜୀବନଶୈଳୀ ଏବଂ ଆୟ ବିଷୟରେ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ସଭାପତି ତଥା ଏମଡି ମୁକେଶ ଅମ୍ବାନୀ । ସେ ବିଶୋଧନ ଠାରୁ ନୂତନ ଶକ୍ତି ପର୍ଯ୍ୟନ୍ତ ବ୍ୟବସାୟର କରୁଛନ୍ତି ପରିଚାଳନା । ୨୦୨୩  ସୁଦ୍ଧା ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ହେଉଛି ୯୩.୭ ବିଲିୟନ ଡ଼ଲାର୍ | ସେ ଦୁନିଆର ସବୁଠୁ ଦାମୀ ଘର ଆଣ୍ଟିଲିଆରେ ରହୁଛନ୍ତି ।

ଆଲଫାବେଟ୍ ଇଙ୍କ୍‌ର ସିଇଓ ସୁନ୍ଦର ପିଚାଇ । ଏ ହେଉଛନ୍ତି ବିଶ୍ୱର ଅନ୍ୟତମ ପ୍ରଭାବଶାଳୀ ବ୍ୟବସାୟୀ, ଯିଏକି ଗୁଗୁଲର ସର୍ଚ୍ଚ ଇଞ୍ଜିନ୍, ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍ ଏବଂ ଅନ୍ୟାନ୍ୟ ଫ୍ଲାଗସିପ୍ ଉତ୍ପାଦର ତଦାରଖ କରନ୍ତି। ଏକ ରିପୋର୍ଟ ଅନୁଯାୟୀ, ସୁନ୍ଦର ପିଚାଇର ଆନୁମାନିକ ସମ୍ପତ୍ତି ହେଉଛି ୧୩୧୦ ମିଲିୟନ୍ ବା ପ୍ରାୟ ୧୦,୮୧୦ କୋଟି ଟଙ୍କା।

ହାଇଦ୍ରାବାଦରେ ଜନ୍ମିତ ଶାନ୍ତନୁ ନାରାୟଣ ଏଡୋବର ସିଇଓ ତଥା ଚେୟାରମ୍ୟାନ୍ । ସେ ୧୯୯୮ ମସିହାରେ କମ୍ପାନୀରେ ଯୋଗ ଦେଇଥିଲେ ଏବଂ ତାଙ୍କର ନେତୃତ୍ୱ ଦକ୍ଷତା ହେତୁ ୨୦୦୭ରେ ସିଇଓ ଭାବରେ ଗ୍ରହଣ କରିଥିଲେ ଦାୟିତ୍ବ । ୨୦୧୭ ମସିହାରେ ହୋଇଥିଲେ ବୋର୍ଡର ଚେୟାରମ୍ୟାନ୍ । ୨୦୧୫ଠାରୁ ଏଡୋବର ମୋଟ ରାଜସ୍ୱ ତିନି ଗୁଣ ବୃଦ୍ଧି ପାଇଛି । ୨୦୨୨ମସିହାରେ କମ୍ପାନୀ ୧୩,୯୪୦ କୋଟି ଟଙ୍କା ଆୟ କରିଛି ।

ଚେନ୍ନାଇରେ ଜନ୍ମିତ ଇନ୍ଦ୍ରା ନୁଇ ୨୦୦୬ ରୁ ୨୦୧୮ ପର୍ଯ୍ୟନ୍ତ ପେପସିକୋର ସିଇଓ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ ନେତୃତ୍ୱରେ ପେପ୍ସିକୋ ଏକ ଅଗ୍ରଣୀ କମ୍ପାନୀ ଭାବରେ ଉଭା ହୋଇଛି । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ନୁଇଙ୍କୁ ଫୋର୍ବସର ସବୁଠାରୁ ଶକ୍ତିଶାଳୀ ମହିଳା ଏବଂ ବ୍ୟବସାୟରେ ସବୁଠାରୁ ଶକ୍ତିଶାଳୀ ମହିଳା ଭାବରେ ସମ୍ମାନିତ କରାଯାଇଥିଲା। ସେ ହେଉଛନ୍ତି ଭାରତର ଅଷ୍ଟମ ଧନୀ ବ୍ୟକ୍ତି । ତାଙ୍କର ସମ୍ପତ୍ତି ୩,୫୦୦ କୋଟି ଟଙ୍କା ।

୧୯୯୨ରେ ମାଇକ୍ରୋସଫ୍ଟରେ ଯୋଗ ଦେଇଥିଲେ ହାଇଦ୍ରାବାଦରେ ଜନ୍ମିତ ନଡେଲା । ୨୦୧୪ରେ ନଡେଲାଙ୍କୁ ମାଇକ୍ରୋସଫ୍ଟର କମ୍ପାନୀର ତୃତୀୟ ସିଇଓ ଭାବେ କରାଯାଇଥିଲା ନିଯୁକ୍ତ । ସତ୍ୟ ନଡେଲା ମାଇକ୍ରୋସଫ୍ଟକୁ ଦେଇଛନ୍ତି ଏକ ନୂତନ ପରିଚୟ । ତାଙ୍କ ମୋଟ ସମ୍ପତ୍ତି ହେଉଛି ୫,୯୦୦ କୋଟି ।  ସେ ଭାରତର ଷଷ୍ଠ ଧନୀ ବ୍ୟକ୍ତି।

ଭାରତର ପ୍ରମୁଖ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା । ସେ ଏକ ବିଲିୟନ ଡଲାର ସାମ୍ରାଜ୍ୟର ତଦାରଖ କରିଥାନ୍ତି । ଷ୍ଟାଟିଷ୍ଟାର ରିପୋର୍ଟ ଅନୁଯାୟୀ ୨୦୨୨ ମସିହାରେ ବାର୍ଷିକ ୫୫,୭୫୦ କୋଟି ଟଙ୍କା କରିଛନ୍ତି ଆୟ । ଫୋର୍ବସ୍ ଅନୁଯାୟୀ ଆନନ୍ଦ ମହିନ୍ଦ୍ରାଙ୍କର ଆନୁମାନିକ ସମ୍ପତ୍ତି ୨.୩ ବିଲିୟନ ଡ଼ଲାର୍ (ପ୍ରାୟ ୧୮,୮୬୨ କୋଟି ଟଙ୍କା) ।

You Can Read:

   Related Posts