ଆଲଫାବେଟ୍‌ର ସିଇଓ ପଦରୁ ଇସ୍ତଫା ଦେଇପାରନ୍ତି ସୁନ୍ଦର ପିଚାଈ ! ବଡ଼ ଦାବି କଲେ ନିବେଶକ ସମୀର ଅରୋରା

Published By : Prameya-News7 Bureau | February 27, 2024 IST

ନୂଆଦିଲ୍ଲୀ: ‘‘ଗୁଗଲର ପ୍ୟାରେଣ୍ଟ କମ୍ପାନି ଆଲଫାବେଟର ସିଇଓ ସୁନ୍ଦର ପିଚାଈ ଖୁବଶୀଘ୍ର ଇସ୍ତଫା ଦେଇପାରନ୍ତି କିମ୍ବା ତାଙ୍କୁ କମ୍ପାନିରୁ ବାହାର କରିଦିଆଯାଇପାରେ।’’ ଏଭଳି କିଛି କହିଛନ୍ତି ନିବେଶ କମ୍ପାନି ହେଲିଓସ କ୍ୟାପିଟଲର ଫାଉଣ୍ଡର ସମୀର ଅରୋରା। ପ୍ରକୃତରେ ସେ ଏହି କଥା, ଗୁଗଲର ଜେମିନୀ AIର ବିଫଳତାକୁ ନେଇ କହିଛନ୍ତି।

ପ୍ରକୃତରେ ଜଣେ ଏକ୍ସ ୟୁଜର ସମୀର ଅରୋରାଙ୍କୁ ଗୁଗଲର ଚାଟବଟ୍‌ ଜେମିନୀକୁ ନେଇ ହୋଇଥିବା କଣ୍ଟ୍ରୋଭର୍ସୀ ଉପରେ ତାଙ୍କର ମତ ମାଗିଥିଲେ। ଏହା ଉପରେ ଜବାବ ରଖି ସମୀର ଅରୋରା ଏକଥା କହିଛନ୍ତି। ସମୀର ଏହା ମଧ୍ୟ କହିଥିଲେ ଯେ, ‘ଜେମିନୀ ଏଆଇକୁ ସୁନ୍ଦର ପିଚାଈ ଲିଡ୍‌ କରିବା ପରେ ମଧ୍ୟ ଏହା ଉପରେ ସଂପୂର୍ଣ୍ଣ ଭାବରେ ବିଫଳ ହୋଇଛି, ଯେତେବେଳେକି ଅନ୍ୟ କମ୍ପାନିମାନେ ଏଆଇ ଉପରେ ପାରଙ୍ଗମ ହୋଇସାରିଛନ୍ତି।’

ଆହୁରି ପଢ଼ନ୍ତୁ: ଖୁବ୍‌ଶୀଘ୍ର 5G ସ୍ମାର୍ଟଫୋନ୍‌ ଲଞ୍ଚ କରିବ JIO, ଦାମ୍‌ ରହିପାରେ ୯ ହଜାରରୁ କମ୍

ସୂଚନାଥାଉକି, ଗୁଗଲ ଚାଟ୍‌ଜିପିଟିକୁ ଟକ୍କର ଦେବା ପାଇଁ ଏହାର ନୂଆ ଏଆଇ ମଡେଲ, ‘ଜେମିନୀ‘କୁ ୩ ମାସ ତଳେ ଲଞ୍ଚ କରିଥିଲା। କମ୍ପାନି ଗୁଗଲର ଚାଟବଟ୍‌ ବାର୍ଡକୁ ଜେମିନୀ ନାଁରେ ରିବ୍ରାଣ୍ଡ୍‌ କରିଥିଲା। ଏହି ଏଆଇ ଟୁଲ୍‌ ମଣିଷ ପରି ବ୍ୟବହାର କରିବା ପାଇଁ ଡିଜାଇନ କରାଯାଇଛି। ଗୁଗଲର ଦାବି ଅନୁଯାୟୀ ଜେମିନୀ ମଣିଷ ପରି ବୁଝିବା, ଯୁକ୍ତି କରିବା, କୋଡିଂ ଏବଂ ପ୍ଲାନିଂରେ ଅନ୍ୟ ମଡେଲ ଠାରୁ ଭଲ କାମ କରୁଛି। ଏହା ୨୩୦ରୁ ଅଧିକ ଦେଶ ଏବଂ କ୍ଷେତ୍ରରେ ୪୦ରୁ ଅଧିକ ଭାଷା ଉପଲବ୍ଧ। ଜେମିନୀ ଗୁଗଗଲର ଲେଟେଷ୍ଟ ଲାର୍ଜ ଲାଙ୍ଗୁଏଜ ମଡେଲ (LLM) । ଏହି ଲାଙ୍ଗୁଏଜ ମଡେଲକୁ ବଡ଼ ଡାଟାବେସ୍‌ର ବ୍ୟବହାର ଦ୍ବାରା ପ୍ରଶିକ୍ଷିତ କରାଯାଏ।

ଉଲ୍ଲେଖଯୋଗ୍ୟ, ଜେମିନୀ ଏହାର ଲଞ୍ଚିଂ ପରଠାରୁ ହିଁ ବେଶ୍‌ ବିବାଦରେ ରହିଛି। ଗୁଗଲ ଫେବ୍ରୁଆରୀ ୨୩ରେ ଏହାର ଏଆଇ ଇମେଜ ଜେନେରେଟରର ଭୁଲ୍ ଫଟୋକୁ ନେଇ କ୍ଷମା ମାଗିଥିଲେ। ଗୁଗଲର ଜେମିନୀ ଏହା ମଧ୍ୟ ମାନିଥିଲା ଯେ, ଟୁଲ୍‌ କିଛି ପ୍ରସଙ୍ଗରେ ଠିକ୍‌ ଭାବରେ କାମ କରୁନାହିଁ। ବିବାଦ ବଢ଼ିବା ପରେ ଗୁଗଲ ଏହାର ଜେମିନୀ ଏଆଇକୁ ଇମେଜ ଜେନେରେଟରକୁ ଅସ୍ଥାୟୀ ଭାବରେ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.