ସୋସାଲ ମିଡିଆରେ ଭାଇରାଲ ହେଉଛି କାଶ୍ମୀର ସମ୍ପର୍କରେ ସୁନନ୍ଦା ବଶିଷ୍ଠଙ୍କ ଭାଷଣ, ଜାଣନ୍ତୁ କହିଛନ୍ତି କ'ଣ ?

Published By : Prameya-News7 Bureau | November 15, 2019 IST

ୱାସିଂଟନ ଡିସି:  କାଶ୍ମୀରରେ ମାନବାଧିକାର ସ୍ଥିତିର ସମୀକ୍ଷା ଲାଗି ଆମେରିକା କଂଗ୍ରେସର ନିମ୍ନ ସଦନର ସଦସ୍ୟଙ୍କ ଏକ ସମୂହ ଆୟୋଜନ କରିଥିବା ଶୁଣାଣିର ଏକ ଭିଡିଓ ଏବେ ସୋସାଲ ମିଡିଆରେ ଭାଇରାଲ ହେଉଛି। ଟମ ଲାଣ୍ଟୋସ ଏଚଆର କମିଶନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁନନ୍ଦା ବଶିଷ୍ଠ ନାମ୍ନୀ ଜନୈକା ମହିଳା କାଶ୍ମୀରର ବର୍ତ୍ତମାନ ପରିସ୍ଥିତିକୁ ନେଇ ମାନବାଧିକାରର ଓକିଲାତି କରୁଥିବା ଲୋକେ ଓ ସେମାନଙ୍କ ସଙ୍ଗଠନଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି।

wp:html /wp:html

ୱିଟନେସ୍ ପାନେଲରେ ନିଜକୁ ଲେଖିକା, ରାଜନୈତିକ ସମୀକ୍ଷକ ଓ ସାମ୍ପ୍ରଦାୟିକ ହିଂସା ପୀଡିତ ଭାବେ ଉପସ୍ଥାପିତ କରିଥିବା ସୁନନ୍ଦା କାଶ୍ମୀରରେ ଅରାଜକତା ବିରୋଧରେ ଭାରତକୁ ସହାୟତା ନିମନ୍ତେ ଏହା ହିଁ ଉପଯୁକ୍ତ ସମୟ ବୋଲି କହିଛନ୍ତି। ଅତୀତରେ ପଞ୍ଜାବ ଓ ପୂର୍ବୋତ୍ତରରେ ଉପୁଜିଥିବା ସମସ୍ୟାର ଭାରତ ଗଣତାନ୍ତ୍ରିକ ସମାଧାନ କରିଛି। ଏଣୁ କାଶ୍ମୀରରେ ଉପୁଜିଥିବା ଅରାଜକତା ମୁକାବିଲା ଲାଗି ଭାରତକୁ ମଜଭୁତ କରିବାକୁ ଏବେ ହିଁ ସମୟ  ବୋଲି ବଶିଷ୍ଠ କହିଛନ୍ତି । ତାଙ୍କର  ଏହି ଭାଷଣର ଭିଡିଓ ଏବେ ସମଗ୍ର ବିଶ୍ୱରେ ଭାଇରାଲ ହେବାରେ ଲାଗିଛି।

{"id":184720,"sizeSlug":"large"}

ଭାଷଣରେ କ’ଣ କହିଛନ୍ତି ସୁନନ୍ଦା ?
ସୁନନ୍ଦା ବଶିଷ୍ଠ ତାଙ୍କ ଭାଷଣରେ  ପଶ୍ଚିମ ଓ ବାକି ଅନ୍ତର୍ଜାତୀୟ ସମୁଦାୟଙ୍କ ଧ୍ୟାନ କାଶ୍ମୀରର ମାନବାଧିକାରର ଖରାପ ଚିତ୍ର ଉପରକୁ ଯିବା ପୂର୍ବରୁ ଉପତ୍ୟାକା ଅନେକ ପୂର୍ବରୁ  ସେହିଭଳି ଆତଙ୍କ ଓ ବର୍ବରତା ଦେଖି ଆସୁଛି ଯାହା ସିରିଆରେ ଇସ୍ଲାମିକ ଷ୍ଟେଟ କରିଛି ବୋଲି କହିଛନ୍ତି। ତେବେ ଆଜି ଏ ସମ୍ପର୍କରେ ଶୁଣାଣି ହେଉଥିବାରୁ ମୁଁ ବହୁତ  ଖୁସି ବୋଲି କହିଛନ୍ତି। କାରଣ ମୋ ପରିବାର ଓ ଆମ ଭଳି ଲୋକଙ୍କ ଘର, ଜୀବିକା ଓ ଜୀବନ ଶୈଳୀ ଯେତେବେଳେ ଛଡାଇ ନିଆଯାଇଥିଲା ସେତେବେଳେ ଏଭଳି ମଞ୍ଚ ସବୁ ନିରବ ଥିଲେ। ସେ ପ୍ରଶ୍ନ କରିଥିଲେ ଯେତେବେଳେ ମୋର ଅଧିକାର ଛଡା ଯାଉଥିଲା ସେତେବେଳେ ମାନବାଧିକାରର ଓକିଲାତି କରୁଥିବା ଲୋକେ କେଉଁଠି ଥିଲେ?

ସୁନନ୍ଦା କହିଥିଲେ ଯେ ରାଜନୈତିକ ପ୍ରସଙ୍ଗରେ ଭାରତକୁ ଆଜିର ଦିନରେ କାହାର ସାର୍ଟିଫିକେଟର ଆବଶ୍ୟକତା ନାହିଁ। ଲୋକତାନ୍ତ୍ରିକ ବ୍ୟବସ୍ଥାରେ ଭାରତ ପଞ୍ଜାବ ଓ ପୂର୍ବୋତ୍ତରେ ଉପୁଜିଥିବା ଅରାଜକତାର ଅନ୍ତ କରିଛି।  ସେହିଭଳି କାଶ୍ମୀରରେ ଅରାଜକତାର ଅନ୍ତ ନିମନ୍ତେ ଭାରତକୁ ସହାୟତା ନିମନ୍ତେ ଏହାହିଁ ଉପଯୁକ୍ତ ସମୟ ବୋଲି ସୁନନ୍ଦା କହିଛନ୍ତି।

ତେବେ କାଶ୍ମୀରର ବାସ୍ତବ ସମସ୍ୟା କଥା ପ୍ରଥମେ ସମସ୍ତେ ବୁଝି ନିଅନ୍ତୁ ବୋଲି କହିଥିଲେ ସୁନନ୍ଦା। ସେ କହିଥିଲେ ଯେ ସେଠାରେ ଲୋକେ ଇସ୍ଲାମ ଆତଙ୍କବାଦ ବିରୋଧରେ ସଂଗ୍ରାମ କରୁଛନ୍ତି। ଉପତ୍ୟାକାରେ ହେଉଥିବା ପ୍ରତିଟି ମୃତ୍ୟୁ ପଛରେ ପାକିସ୍ତାନ ପ୍ରଶିକ୍ଷିତ ଆତଙ୍କବାଦ ହିଁ କାରଣ। ତେବେ ଏ ନେଇ ହେଉଥିବା ଆଲୋଚନାରୁ ଭାରତକୁ କୌଣସି ସହଯୋଗ ମିଳୁନାହିଁ। ଏଣୁ ଅନ୍ତର୍ଜାତୀୟ ସମୁଦାୟଙ୍କୁ  ମୌଳବାଦ ଇସ୍ଲାମ ଆତଙ୍କବାଦ ବିରୋଧରେ ସଂଘର୍ଷ ଲାଗି ଭାରତକୁ ସହାୟତା କରିବାକୁ ପଡିବ। ତେବେ ଯାଇ ସେଠାରେ ମାନବାଧିକାରର ସଂରକ୍ଷଣ ହୋଇ ପାରିବ ବୋଲି କହିଛନ୍ତି ସୁନନ୍ଦା।

ସୁନନ୍ଦା ଏହା ମଧ୍ୟ କହିଛନ୍ତି ଯେ କାଶ୍ମୀରରେ କେବେବି ଜନମତ ସଂଗ୍ରହ ହୋଇପାରିବ ନାହିଁ। କାରଣ ଏଥିଲାଗି ପୁରା ସମୂଦାୟର ନିଷ୍ପତ୍ତି ଆବଶ୍ୟକ। ହେଲେ ଏହି ପ୍ରସଙ୍ଗରେ କାଶ୍ମୀରର ଗୋଟିଏ ଅଂଶ ଭାରତରେ ଥିବାବେଳେ ବୃହତ୍ତ ଅଂଶଟି ପାକିସ୍ତାନରେ ଓ ଆଉ ଗୋଟିଏ ଅଂଶ ଚୀନ ନିକଟରେ ରହିଛି। ତେବେ ଶେଷରେ ସୁନନ୍ଦା କାଶ୍ମୀରକୁ କେବେବି ଭାରତ ନିଜ ଅକ୍ତିଆରରେ ରଖି ନଥିବା ଓ ପ୍ରଥମରୁ ହିଁ  ଏହା ଭାରତର ଅଭିନ୍ନ ଅଙ୍ଗ ଥିବା କହିଛନ୍ତି।

{"id":184721,"width":580,"height":363,"sizeSlug":"large"}

ଜାଣନ୍ତୁ  ଟମ ଲାଣ୍ଟୋସ ଏଚଆର କମିଶନ କ’ଣ?
ଟମ ଲାଣ୍ଟୋସ ଏଚଆର କମିଶନ ଆମେରିକୀୟ ସଂସଦର ନିମ୍ନ ସଦନ ହାଉସ୍ ଅଫ ରିପ୍ରେଜେଣ୍ଟେଟିଭର ଏକ ଦ୍ୱିପକ୍ଷୀୟ ସମୂହ। ଏହାର ଉଦ୍ଦେଶ୍ୟ ଅନ୍ତର୍ଜାତୀୟ ଭାବେ ସ୍ୱୀକୃତ ମାନବାଧିକାର ନିୟମର ଓକିଲାତି କରିବା। ଏଣୁ କମିଶନ ଜମ୍ମୁ-କାଶ୍ମୀରର ଐତିହାସିକ ଓ ରାଷ୍ଟ୍ରୀୟ ସନ୍ଦର୍ଭରେ  ମାନବାଧିକାର ସ୍ଥିତିର ସମୀକ୍ଷା ଲାଗି ଶୁଣାଣି କରିଥିଲେ। କମିଶନଙ୍କ ଏଭଳି ଶୁଣାଣିରେ ଯୋଗ ଦେଉଥିବା ସାକ୍ଷମାନେ ଆମେରିକା କଂଗ୍ରେସକୁ ଏଭଳି ପ୍ରସଙ୍ଗରେ ପଦକ୍ଷେପ ନେବା ଲାଗି ପରାମର୍ଶ ଦେଇଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.