ସୁନନ୍ଦା ପୁସ୍କର ମୃତ୍ୟୁ ମାମାଲାରେ ଶଶୀ ଥରୁର ଅଭିଯୁକ୍ତ
14/05/2018 at 11:55 AM

ସୁନନ୍ଦା ପୁସ୍କର ମୃତ୍ୟୁ ମାମାଲାରେ ଶଶୀ ଥରୁର ଜଣେ ଅଭିଯୁକ୍ତ । ଦିଲ୍ଲୀ ପୋଲିସ ଦାଖଲ କରିଥିବା ଚାର୍ଜସଟ୍ରେ କଂଗ୍ରେସ ନେତା ଶଶୀ ଥରୁରଙ୍କ ନାଁ ରହିଛି । ପାତିଆଲା ହାଉସ କୋର୍ଟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ଧର୍ମୋନ୍ଦର ସିଂହଙ୍କ ଇଜିଲାସରେ ଦିଲ୍ଲୀ ପୋଲିସ ଆଇପିସିର ଧାରା ୩୦୬ ଓ ଧାରା ୪୯୮ଏ ଭିତ୍ତିରେ ଏହି ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି । ସୁନନ୍ଦାଙ୍କ ସ୍ୱାମୀ ତଥା କଂଗ୍ରେସ ନେତା, ଲେଖକ ଶଶୀ ଥରୁରଙ୍କୁ ଅନ୍ୟତମ ଅଭିଯୁକ୍ତ ଦର୍ଶାଇ ଦିଲ୍ଲୀ ପୋଲିସ ଉଲ୍ଲେଖ କରିଛି ଯେ,ସୁନନ୍ଦାଙ୍କୁ ଆତ୍ମହତ୍ୟା ଲାଗି ଉସୁକାଇବାରେ ଶଶୀଙ୍କ ଭୂମିକା ରହିଛି । ୨୦୧୪ ଜାନୁଆରୀ ୧୭ ତାରିଖରେ ଦିଲ୍ଲୀର ଏକ ହୋଟେଲରୁ ସୁନନ୍ଦା ପୁସ୍କରଙ୍କ ମୃତ ଦେହ ମିଳିଥିଲା । ଅତ୍ୟାଧିକ ସ୍ପିପିଙ୍ଗ ପିଲ୍ ଖାଇ ସୁନନ୍ଦା ଆତ୍ମହତ୍ୟା କରିଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା । ଏହି ହାଇପ୍ରୋଫାଇଲ ମୃତ୍ୟୁ ଘଟଣା ନେଇ କଂଗ୍ରେସ ନେତାଙ୍କୁ ବିରୋଧି ନେତାମାନେ ମଧ୍ୟ ତୀବ୍ର ଆକ୍ଷେପ କରିବାକୁ ଛାଡିନଥିଲେ ।