ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ସୁନକଙ୍କ ପ୍ରଥମ ଭାଷଣ, ସବୁଠୁ ଲମ୍ୱା ସମ୍ୱୋଧନରେ ସାମିଲ

Published By : Prameya-News7 Bureau | October 25, 2022 IST

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ୧୦ ଡାଉନିଂ ଷ୍ଟ୍ରିଟରେ ମଙ୍ଗଳବାର ପ୍ରଥମ ଥର ଦେଶକୁ ସମ୍ୱୋଧିତ କରିଛନ୍ତି । ତାଙ୍କର ଏହି ସମ୍ୱୋଧନ ନିକଟ ଦଶନ୍ଧିରେ ଦେଶର କୌଣସି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ସବୁଠୁ ବଡ଼ ଭାଷଣ ।

ଇଣ୍ଡିପେଣ୍ଡେଣ୍ଟ ଖବରକାଗଜ ଅନୁସାରେ, ସୁନକ ପ୍ରଧାନମନ୍ତ୍ରୀ ଭାବେ ୫ ମିନିଟ୍ ୫୬ ସେକେଣ୍ଡର ପ୍ରଥମ ଭାଷଣ ଦେଇଥିଲେ । ଏହା ବୋରିସ ଜନସନଙ୍କୁ ଛାଡି ଆଜି ଯାଏଁର ସବୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ପ୍ରଥମ ସମ୍ୱୋଧନରେ ସବୁଠୁ ଲମ୍ୱା । ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ଭାବେ ବୋରିସ ଜନସନ ପ୍ରାୟ ୧୧ ମିନିଟ୍ ୧୩ ସେକେଣ୍ଡର ଭାଷଣ ଦେଇଥିଲେ ।

ଇଣ୍ଡିପେଣ୍ଡେଣ୍ଟ ଅନୁସାରେ, ଲିଜ୍ ଟ୍ରସଙ୍କ ଠାରୁ ସୁନକ ପ୍ରାୟ ୨ ମିନିଟ ଅଧିକା ଭାଷଣା ଦେଇଥିଲେ । ଟ୍ରସ ପ୍ରଧାନମନ୍ତ୍ରୀ ହେବା ପରେ ଚାରି ମିନିଟ୍ ଚାରି ସେକେଣ୍ଡ ଯାଏଁ ଭାଷଣ ଦେଇଥିଲେ । ଏହାଛଡା ସୁନକ ଅନେକ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଠାରୁ ଲମ୍ୱା ସମ୍ୱୋଧନ କରିଛନ୍ତି । ଏଥିରେ ଟେରେଜା ମେ( ୪ ମିନିଟ ୪୨ ସେକେଣ୍ଡ), ଡେଭିଡ୍ କ୍ୟାମରନ (୪ ମିନିଟ୍), ଗାର୍ଡନ ବ୍ରାଉନ (୨ ମିନିଟ ୪୯ ସେକେଣ୍ଡ) ଏବଂ ଟୋନି ବ୍ଲେୟର ( ୫ ମିନିଟ ୧୭ ସେକେଣ୍ଡ) ସାମିଲ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.