ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ ତାରିଣୀ, ପୀଠରେ ଭକ୍ତଙ୍କ ଭିଡ

Published By : Prameya-News7 Bureau | January 14, 2023 IST

ଘଟଗାଁ ୧୪/୦୧: ମକର ସଂକ୍ରାନ୍ତିରେ ଘଟଗାଁ ମା ତାରିଣୀ ପୀଠରେ ଭକ୍ତଙ୍କ ଭିଡ । ଆଜି ହେଉଛି ମକର ସଂକ୍ରାନ୍ତି । ଏହି ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ମକର ବୁଡ ଦେଇ ଦେବା ଦେବୀଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ।

ଏହି ଅବସରରେ ଆଜି ସକାଳୁ ସକାଳୁ ଘଟଗାଁ ମା ତାରିଣୀଙ୍କ ପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି । ସକାଳ ପ୍ରହରୁ ମାଙ୍କ ସେବାୟତ ମାନେ ମାଙ୍କୁ ପ୍ରଥମେ ମହାସ୍ନାନ, ମାଜଣା, ବଡ ସିଂହାର ବେଶ, ମଙ୍ଗଳ ଆଳତୀ ସମେତ ଯଥା ରିତୀକାନ୍ତିରେ ପୂଜାର୍ଚ୍ଚନା କରି ମାଙ୍କୁ ସୁନାବେଶରେ ସଜ୍ଜିତ କରି ସକାଳ ୬ଟାରୁ ମନ୍ଦିର ପହଡ ଖୋଲିଥିଲେ ।

ମକର ସଂକ୍ରାନ୍ତିରେ ମକର ବୁଡ ଦେଇ ମାଙ୍କର ସୁନାବେଶ ଦେଖିବା ପାଇଁ ସକାଳୁ ସକାଳୁ ଭକ୍ତଙ୍କ ସମାଗମ ହୋଇଛି । ତା ସହିତ ମକର ସଂକ୍ରାନ୍ତିରେ ମାଙ୍କ ନିକଟରେ ମକର ଚାଉଳ ଭୋଗ ଲାଗିଥାଏ । ସେହି ମକର ଚାଉଳ ଭୋଗକୁ ଯିଏ ପାଇଥାଏ ସେ ଭାଗ୍ୟବାନ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.