suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରାୟ ୨ ଶହ କିଲୋଗ୍ରାମର ସୁନା ଅଳଙ୍କାର ପିନ୍ଧି ଲକ୍ଷ ଲକ୍ଷ ଭକ୍ତଙ୍କୁ ବଡ଼ଦାଣ୍ଡରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ, ଚାଲିବ ରାତି ୧୧ଟା ଯାଏଁ

13/07/2019 at 6:00 PM

ପୁରୀ୧୩|୭: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ  । ଶ୍ରୀକ୍ଷେତ୍ରରେ ରଥାରୁଢ଼ ଚତୁର୍ଦ୍ଧା ବିଗ୍ରହଙ୍କ ଦୁର୍ଲଭ ସୁନାବେଶ । ଶ୍ରୀବିଗ୍ରହ ମହଣ ମହଣ ସୁନାରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ଯାହାକୁ ଦେଖିବାକୁ ପୁରୀରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । ପୁରୀରେ ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।…

ରଥ ଉପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ । ମହାପ୍ରଭୁ ପ୍ରାୟ ୨ ଶହ କିଲୋଗ୍ରାମର ସୁନା ଅଳଙ୍କାର ପିନ୍ଧି ଲକ୍ଷ ଲକ୍ଷ ଭକ୍ତଙ୍କୁ ବଡ଼ଦାଣ୍ଡରେ ଦର୍ଶନ ଦେଉଛନ୍ତି । ମହାପ୍ରଭୁଙ୍କର ଏହି ବେଶକୁ ରାଜରାଜେଶ୍ବର ବେଶ ବୋଲି ମଧ୍ୟ କୁହାଯାଏ। ବିଶ୍ବାସ ରହିଛି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ । ସୁନାବେଶରେ ମହାପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ହସ୍ତପଦ ସହ ଶ୍ରୀଭୁଜ, ଶ୍ରୀପୟର, ପଦପଲ୍ଲବ, ରତ୍ନ ପଦକ, ରତ୍ନକିରିଟି, ଘାଗଡା ମାଳି, କଦମ୍ବ ମାଳି, ବାହାଡା ମାଳି, ବାଘନଖ ମାଳି, ସେବତୀ ମାଳି, ମୁକୁଟ ଆଦିରେ ଶୋଭା ପାଉଛନ୍ତି । ଏହି ସବୁ ସୁନା ଅଳଙ୍କାର ପିନ୍ଧିବା ସହ ରୂପାରେ ତିଆରି ପଞ୍ଚଜନ୍ୟ ଶଙ୍ଖକୁ ଧାରଣ କରିଥାନ୍ତି ମହାପ୍ରଭୁ । ପ୍ରାୟ ୧୩୮ ପ୍ରକାରର ସ୍ବର୍ଣ୍ଣ ଅଳଙ୍କାରରେ ସଜେଇ ହୋଇଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କର ଏଇ ଦିବ୍ୟ ବେଶ ଦେଖିବାକୁ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର।…

ସୁନାବେଶ ପାଇଁ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନର ବ୍ୟାପକ ବନ୍ଦୋବସ୍ତ ମଧ୍ୟରେ ଶ୍ରୀମନ୍ଦିର ଭଣ୍ଡାର ଘରୁ ମହଣ ମହଣ ସୁନା, ରୂପା ଓ ରତ୍ନ ଅଳଙ୍କାର ରଥ ଉପରକୁ ଅଣାଯାଇଥିଲା । ଏଇ ସମୟରେ ସଶସ୍ତ୍ର ପୋଲିସ ସହ ମାଜିଷ୍ଟ୍ରେଟ୍ ଉପସ୍ଥିତ ଥିଲେ । ଅପରାହ୍ନ ୩ଟା ୪୦ ରୁ ଶ୍ରୀଜିଉମାନଙ୍କୁ ସୁନା ଅଳଙ୍କାରରେ ଭୂଷିତ କରାଯାଇଥିଲା । ସେପଟେ ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ବାର ଠାରୁ ମାର୍କେଟ୍ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍ କରାଯାଇଛି। ଭକ୍ତମାନେ ଗୋଟିଏ ପଟେ ଆସି ଅନ୍ୟପଟେ ବାହାରିବାର ବ୍ୟବସ୍ଥା ହୋଇଛି ।

ରାତି ୧୧ ଟା ପର୍ଯ୍ୟନ୍ତ ଭକ୍ତ ସୁନାବେଶ ଦର୍ଶନ କରିବେ ବୋଲି  ପ୍ରଶାସନ ସ୍ଥିର କରିଛି ।  ତେବେ ଆବଶ୍ୟକ ହେଲେ ଏହାକୁ ୧ ଘଣ୍ଟା ବଢାଯାଇପାରେ । ଲକ୍ଷାଧିକ ଜନ ସମାଗମକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡର ପ୍ରତିଟି ସ୍ଥାନକୁ ସିସିଟିଭି ନଜରରେ ରଖାଯାଇଛି ।  ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି । ସୁନା ବେଶ ସରିବା ପରେ ଆସନ୍ତାକାଲି ହେବ ଅଧରପଣା ନୀତି। ତା’ପରଦିନ ହେବ ନିଳାଦ୍ରି ବିଜେ।  …

   Related Posts