vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଭୋ ଉପରେ ଚଢଉ ନେଇ ଚୀନର ରାଗ, କହିଲା- ‘ବିଦେଶୀ କମ୍ପାନୀଙ୍କ ଇଚ୍ଛା କମିଯିବ…’
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୮ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୮୯୩୦ କରୋନା ପଜିଟିଭ୍
  • ||
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ବିଛା ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ: କିଛି ରାଶି ପାଇଁ ଶୁଭ, ଅଶୁଭ ଫଳରୁ ବଞ୍ଚିବା ପାଇଁ କରନ୍ତୁ ଏହି ଉପାୟ

11/11/2020 at 12:45 PM

ଭୁବନେଶ୍ୱର ୧୧/୧୧ : ସୋମବାର ନଭେମ୍ବର ୧୬ ତାରିଖରେ ସୂର୍ଯ୍ୟ ବିଛା ରାଶିରେ ପ୍ରବେଶ କରିବେ। ତୁଳା ଲଗ୍ନରେ ୬ଟା ୪୦ ମିନିଟରେ ଗ୍ରହମାନଙ୍କ ରାଜା ସୂର୍ଯ୍ୟ ନିଜର ନୀଚ ରାଶି ତୁଳାକୁ ଛାଡି ମିତ୍ର ମଙ୍ଗଳର ରାଶି ବିଛାରେ ପ୍ରବେଶ କରିବେ। ସୂର୍ଯ୍ୟ ବିଛା ରାଶିରେ ଡିସେମ୍ବର ୧୫ ତାରିଖ ଯାଏଁ ରହିବେ। ହିନ୍ଦୁ ଶାସ୍ତ୍ରରେ ସଂକ୍ରାନ୍ତିର ଅନେକ ମହତ୍ତ୍ୱ ରହିଛି। ଶାସ୍ତ୍ର ଅନୁସାରେ ସଂକ୍ରାନ୍ତିରେ ପବିତ୍ର ନଦୀରେ ସ୍ନାନ ଓ ଦାନଧର୍ମର ଅନେକ ମହତ୍ତ୍ୱ ରହିଛି। ସଂକ୍ରାନ୍ତି ଦିନ ଦାନଧର୍ମ କଲେ ଅନେକ ଲାଭ ମିଳିଥାଏ। ଗୋଚରରେ ସୂର୍ଯ୍ୟଙ୍କ ଖରାପ ଫଳ ରୋକିବାକୁ ତିନିଥର ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରିବା ଉଚିତ। ସୂର୍ଯ୍ୟ ବିଛା ରାଶିରେ ପ୍ରବେଶ କରିବା ପରେ କେଉଁ ରାଶି ଉପରେ କ’ଣ ପ୍ରଭାବ ପଡିବ ଜାଣନ୍ତୁ :

ମେଷ – ଭ୍ରମିତ ହେବା କାରଣରୁ କୌଣସି କାମରେ ମନ ଲାଗିବନି। ରୋଗ ଆଶଙ୍କା ରହିଛି। ବିବାଦ ଠାରୁ ଦୁରେଇ ରୁହନ୍ତୁ।

ବୃଷ – ରୋଗ ଆଶଙ୍କାରେ ଅବସାଦ ଗ୍ରସ୍ତ ହୋଇପାରନ୍ତି। ଅଯଥା ଯାତ୍ରା କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଅଶାନ୍ତି ଦେଖାଦେଇପାରେ।

ମିଥୁନ – କୌଣସି ରୋଗରେ ପୀଡିତ ଥିଲେ ସୁସ୍ଥ ହେବେ। ଅଟକି ରହିଥିବା ଧନ ମିଳିବ। ଆଦର-ସମ୍ମାନ ବୃଦ୍ଧି ପାଇବ। ଉପହାର ମିଳିପାରେ। ପଦୋନ୍ନତି ସମ୍ଭାବନା ରହିଛି। 

କର୍କଟ – କାର୍ଯ୍ୟାଳୟ କିମ୍ବା ଘରେ ଅଶାନ୍ତି ଦେଖାଦେଇପାରେ। କୌଣସି ରୋଗକୁ ନେଇ ଚିନ୍ତିତ ହୋଇପାରନ୍ତି। ପିଲାଙ୍କ ସ୍ୱାସ୍ଥ୍ୟ ଚିନ୍ତା ରହିବ।

ସିଂହ – ଅଧିକ ପରିଶ୍ରମ କରିବାକୁ ପଡିବ। ସୁଖରେ ଅଭାବ ଦେଖାଦେବ। କାର୍ଯ୍ୟରେ ବାଧା ହେତୁ ଚିନ୍ତା ବଢିବ। ପରିବାରରେ ବୟସ୍କଙ୍କୁ ନେଇ ଚିନ୍ତା ରହିବ।

କନ୍ୟା – ଧନ ସଂଗ୍ରହ କରିବାରେ ସଫଳ ହେବେ। ଅଟକି ରହିଥିବା ପୁରୁଣା କାମରେ ସଫଳତା ମିଳିବ | ଉଚ୍ଚ ଅଧିକାରୀଙ୍କ ଠାରୁ ସାହାଯ୍ୟ ମିଳିପାରେ।

ତୁଳା – ଅଯଥା ଖର୍ଚ୍ଚ ବଢିବ। ଅନାବଶ୍ୟକ ଜିଦ ଯୋଗୁଁ ହାନି ହେବ। ଠକେଇର ଶିକାର ହୋଇପାରନ୍ତି। ପରିଜନଙ୍କ ସହ ବିବାଦ ନ କରନ୍ତୁ।

ବିଛା – ଅନାବଶ୍ୟକ ପରିଶ୍ରମ କରିବେ। କ୍ରୋଧ ବଢିପାରେ। ଯାତ୍ରାରେ ହାନି ହେବାର ଆଶଙ୍କା ରହିଛି। ନକାରାତ୍ମକ ବିଚାରଧାରାରୁ ଦୁରେଇ ରୁହନ୍ତୁ।

ଧନୁ – ପ୍ରତ୍ୟେକ କାମରେ ବାଧା ଉପୁଜିବାରୁ ଚିନ୍ତା ବଢିବ। ରୋଗ ପାଇଁ ଚିନ୍ତିତ ହୋଇପାରନ୍ତି। ବନ୍ଧୁଙ୍କ ବ୍ୟବହାରକୁ ନେଇ ଚିନ୍ତିତ ହେବେ। ଧନ ହାନି ହେବାର ମଧ୍ୟ ଆଶଙ୍କା ରହିଛି ଯେଉଁଥିପାଇଁ ଚିନ୍ତା ବଢିପାରେ।

ମକର – ଅଟକି ରହିଥିବା ପଦୋନ୍ନତି ମିଳିବ। ସମ୍ମାନ ବୃଦ୍ଧି ହେବ। ଧନ ମିଳିପାରେ। ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି।

କୁମ୍ଭ – ଅଟକି ରହିଥିବା କୌଣସି ବଡ କାମରେ ସଫଳତା ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ଅନୁକୂଳ ବାତାବରଣ ରହିବ। ଧନ ଲାଭ ହେବ। ପଦୋନ୍ନତି ସମ୍ଭବ ରହିଛି।

ମୀନ – ଧର୍ମରେ ଅରୁଚି। କାର୍ଯ୍ୟରେ ଅସଫଳତା ଯୋଗୁଁ ଚିନ୍ତିତ ହେବେ। ବୁଝି ବିଚାରି ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ନିଅନ୍ତୁ। ଯାତ୍ରା କରିପାରନ୍ତି।

   Related Posts