ଡିସେମ୍ବର ୧୬ରୁ ଆରମ୍ଭ ହେବ ଧନୁମାସ, ପୂର୍ବରୁ ସାରି ଦିଅନ୍ତୁ ଏହି ସବୁ କାମ

Published By : Prameya-News7 Bureau | December 12, 2019 IST

ଦେବୋତ୍ଥନୀ ଏକାଦଶୀରୁ ଆରମ୍ଭ ହୋଇଥିବା ଶୁଭ ସମୟ ଡିସେମ୍ବର ୧୬ରୁ ପୁଣି ଅଟକି ଯିବ। ଏହି ଦିନ ସୂର୍ଯ୍ୟ ବୃହସ୍ପତିଙ୍କ ରାଶି ଧନୁରେ ପ୍ରବେଶ କରିବା ସହ ଆରମ୍ଭ ହେବ ଖରମାସ। କାଳ ଅଶୁଦ୍ଧି ଯୋଗୁ ଏହାକୁ ମଳମାସ ବି କୁହାଯାଏ। ଏଣୁ ଏହି ଦିନଠାରୁ ଆଉ ବିବାହ, ବ୍ରତ, ଗୃହପ୍ରବେଶ ଆଦି ଶୁଭକାର୍ଯ୍ୟ ବର୍ଜିତ ହେବ। ଜାନୁୟାରୀ ୧୪ ତାରିଖରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ ସହ ଉତ୍ତରାୟଣ ହେଲେ ପୁଣି ଶୁଭ କାର୍ଯ୍ୟ ଆରମ୍ଭ ହୋଇଯିବ।

ତେବେ ମଳମାସରେ ବିଷ୍ଣୁଙ୍କ ଆରଧନା, ଜପ,ତପ ଓ ଦାନର ଅନେକ ମହତ୍ୱ ରହିଛି। ସୂର୍ଯ୍ୟଙ୍କ ଉପାଶନା ଲାଗି ବର୍ଷର ଏହି ମାସ ପ୍ରକୃଷ୍ଠ। ସୂର୍ଯ୍ୟୋପବାସ, ଜଳ ଦାନ ଆଦି ଦ୍ୱାରା ସୂର୍ଯ୍ୟଙ୍କ ଆଶିର୍ବାଦ ମିଳିଥାଏ। ଏହି ମାସରେ ସାମ୍ବ ବ୍ୟାଧିମୁକ୍ତ ହୋଇଥିବାର ଶାସ୍ତ୍ରରେ ବର୍ଣ୍ଣନା ରହିଛି। ଏଥିଲାଗି ପୌଷ ମାସରେ ୧୦ମୀ ତିଥିରେ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ସାମ୍ବଦଶମୀ ପାଳିତ ହୁଏ।

ତେବେ ମଳମାସ ହେତୁ ୧୫ ତାରିଖ ପରେ ବିବାହ, ମୁଣ୍ଡନ, ଉପନୟନ ସହିତ ଅନ୍ୟ ସମସ୍ତ ମାଙ୍ଗଳିକ କାର୍ଯ୍ୟ ବନ୍ଦ ରହିବ। ତେବେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ ପରେ ଜାନୁୟାରୀ ୨୩ ତାରିଖରୁ ପୁଣି ଏହିସବୁ ଶୁଭକାର୍ଯ୍ୟ ଆରମ୍ଭ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.