ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ: ୧୬ରୁ ଆରମ୍ଭ ହେବ ଖରମାସ, ମାସେ ଯାଏଁ ହେବନି ମାଙ୍ଗଳିକ ଓ ଶୁଭ କାମ

Published By : Prameya-News7 Bureau | December 14, 2021 IST

ଭୁବନେଶ୍ୱର ୧୪/୧୨ : ଡିସେମ୍ବର ୧୫ ତାରିଖ ଭୋର ପ୍ରାୟ ୪ଟା ସମୟରେ ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରିବେ। ରାତିରେ ଧନୁ ସଂକ୍ରାନ୍ତି ହୋଇଥିବାରୁ ୧୬ ତାରିଖରୁ ଖରମାସ ଆରମ୍ଭ ହେବ। ଖରମାସ ୨୦୨୨ ଜାନୁଆରୀ ୧୪ ତାରିଖରେ ଶେଷ ହେବ। ହିନ୍ଦୁ ଧର୍ମର ପୌରାଣିକ ମାନ୍ୟତା ଅନୁଯାୟୀ ଖରମାସରେ କୌଣସି ମାଙ୍ଗଳିକ ଓ ଶୁଭ କାମ ହୁଏନାହିଁ। ଏହି ମାସରେ ବୃହସ୍ପତି ଯୋଗରେ ସ୍ନାନ-ଦାନ ଓ ସୂର୍ଯ୍ୟ ପୂଜାର ବିଶେଷ ମହତ୍ତ୍ୱ ରହିଛି।

ମାସେ ପରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ। ଏହି ଦିନକୁ ମକର ସଂକ୍ରାନ୍ତି କୁହାଯାଏ। ଏହି ଦିନ ପବିତ୍ର ନଦୀରେ ସ୍ନାନ କରି ଦାନ କରିବାର ମହତ୍ତ୍ୱ ରହିଛି। ଏହି ଦିନରୁ ଉତ୍ତରାୟଣ ଆରମ୍ଭ ହୁଏ। ବିବାହ ସମେତ ସମସ୍ତ ଶୁଭ କାର୍ଯ୍ୟ ଏହି ଦିନରୁ ଆରମ୍ଭ ହୁଏ।

ଖରମାସରେ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରି ପୂଜା କରିବା ଉଚିତ। ସନ୍ଧ୍ୟା ସମୟରେ ଭଗବାନଙ୍କୁ ସ୍ମରଣ କରିବା ଉଚିତ। ଏହି ମାସରେ ଉଦୟ ହେଉଥିବା ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଉଚିତ। ଏହି ମାସରେ ସୂର୍ଯ୍ୟଦେବଙ୍କୁ ପୂଜା କରିବା ଉଚିତ। ଏହି ମାସକୁ ମହାଧର୍ମ, ଦାନ, ଜପ, ତପର ମାସ ବୋଲି କୁହାଯାଏ। ଏହି ମାସରେ ଦାନ କଲେ ପୁଣ୍ୟ ମିଳିଥାଏ। ସେଥିପାଇଁ ଅଭାବୀ ଓ ଗରିବଙ୍କୁ ଏହି ମାସରେ ଦାନ ଓ ଭୋଜନ କରାଇବା ଉଚିତ। ଅନେକ ଗୁଣ ସହ ଲାଭ ମଧ୍ୟ ପ୍ରାପ୍ତ ହୋଇଥାଏ। ଖରମାସରେ ବ୍ରାହ୍ମଣ, ଗୁରୁ, ଗାଈ ଓ ସାଧୁ-ସନ୍ଥଙ୍କ ସେବା କରିବା ଉଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.