ଜନ୍ମାଷ୍ଟମୀ ପୂର୍ବରୁ ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ, ଏହି ୪ଟି ରାଶି ଉପରେ ହେବ କୃପା ବର୍ଷା

Published By : Prameya-News7 Bureau | August 12, 2022 IST

ନୂଆଦିଲ୍ଲୀ ୧୨।୮: ଅଗଷ୍ଟ ମାସର ଦ୍ବିତୀୟାର୍ଦ୍ଧ ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ । ଏହି ରାଶିର ବ୍ୟକ୍ତିଙ୍କ ଉପରେ ପ୍ରଭୁ ଶ୍ରୀକୃଷ୍ଣ ଏବଂ ସୂର୍ଯ୍ୟ ଦେବତା କୃପା ବର୍ଷା କରିବେ । ଅଗଷ୍ଟ ୧୮ ତାରିଖରେ ଭାଦ୍ରବ ମାସର ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ କରାଯିବ । ଏହାର ଦିନକ ପୂର୍ବରୁ ୧୭ ଅଗଷ୍ଟରେ ସୂର୍ଯ୍ୟ ଦେବତା ରାଶି ପରିବର୍ତ୍ତନ କରି ସିଂହ ରାଶିରେ ପ୍ରବେଶ କରିବେ । ବର୍ତ୍ତମାନ ସୂର୍ଯ୍ୟ କର୍କଟ ରାଶିରେ ବିରାଜମାନ ଅଛନ୍ତି । ସୂର୍ଯ୍ୟଙ୍କର ସିଂହ ରାଶିରେ ପ୍ରବେଶ ୪ଟି ରାଶିର ବ୍ୟକ୍ତିଙ୍କୁ ପଦ-ଟଙ୍କା-ପ୍ରତିଷ୍ଠା ପ୍ରଦାନ କରିବ । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ଗୋଚର ଫଳରେ କେଉଁ କେଉଁ ରାଶିର ବ୍ୟକ୍ତିଙ୍କ ଉପରେ କୃପା ବର୍ଷା ହେବ ।

ମେଷ ରାଶି- ଶ୍ରୀକୃଷ୍ଣ ଜନ୍ମାଷ୍ଟାମୀର ଦିନକ ପୂର୍ବରୁ ସୂର୍ଯ୍ୟଙ୍କ ଗୋଚର ମେଷରାଶିର ବ୍ୟକ୍ତିଙ୍କ ପାଇଁ ଭଲ ସମୟ ଆଣିବ । ଏହି ରାଶିର ବ୍ୟକ୍ତିଙ୍କୁ ଭାଗ୍ୟ ସମ୍ପୂର୍ଣ୍ଣ ସହଯୋଗ କରିବ । ଅଟକି ରହିଥିବା କାମ ଶୀଘ୍ର ଶେଷ ହେବ । ଧନ ଲାଭର ଯୋଗ ରହିଛି । ପ୍ରେମ ଜୀବନ, ​​ବୈବାହିକ ଜୀବନ ଉତ୍ତମ ରହିବ । ସ୍ବାସ୍ଥ୍ୟ ଭଲ ରହିବ ।

କର୍କଟ ରାଶି- ସୂର୍ଯ୍ୟ ବର୍ତ୍ତମାନ କର୍କଟ ରାଶିରେ ରହିଛନ୍ତି । ଅଗଷ୍ଟ ୧୭ ତାରିଖରେ ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବେ । ସୂର୍ଯ୍ୟ କର୍କଟ ରାଶିରୁ ବାହାରିବା ଦ୍ବାରା ଏହି ରାଶିର ବ୍ୟକ୍ତିଙ୍କୁ ଭଲ ଫଳ ମିଳିବ । ଏହି ରାଶିର ବ୍ୟକ୍ତିଙ୍କୁ କ୍ୟାରିୟରରେ ବଡ ସଫଳତା ମିଳିପାରେ । ଟ୍ରାନ୍ସଫର, ପଦୋନ୍ନତି, ନୂଆ ଚାକିରି ପାଇବାର ଯୋଗ ରହିଛି । ଏହି ରାଶି ପରିବର୍ତ୍ତନ ଭବିଷ୍ୟତ ପାଇଁ ଭଲ ପ୍ରମାଣିତ ହେବ । ବ୍ୟବସାୟୀମାନଙ୍କୁ ମଧ୍ୟ ଲାଭ ମିଳିବ ।

ସିଂହ ରାଶି- ସୂର୍ଯ୍ୟ ସିଂହ ରାଶିରେ ହିଁ ଗୋଚର ହେବେ । ଏହି ପରିବର୍ତ୍ତନ ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଉତ୍ତମ ସାବ୍ୟସ୍ତ ହେବ । ଏହି ରାଶିର ବ୍ୟକ୍ତିମାନଙ୍କୁ ସମ୍ମାନ ମିଳିବ । କୌଣସି ସମସ୍ୟା ସମାଧାନ ହୋଇପାରେ । ପଦୋନ୍ନତି ମିଳିପାରେ । ଯଦି କୋର୍ଟରେ କୌଣସି ମାମଲା ଚାଲିଥାଏ ତେବେ ତାର ସମାଧାନର ବାଟ ଫିଟିବ । କ୍ୟାରିୟର ସହ ଜଡିତ ଗୁରୁତ୍ବପୂର୍ଣ୍ଣ ଖବର ମିଳିପାରେ ।

ତୁଳା ରାଶି- ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟଙ୍କ ଗୋଚର ଶୁଭ ଫଳ ପ୍ରଦାନ କରିବ । ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧନ ଲାଭର ଯୋଗ ରହିଛି । କ୍ୟାରିୟରରେ ମଧ୍ୟ ଲାଭାନ୍ବିତ ହେବେ । ବିଶେଷକରି ବ୍ୟବସାୟୀମାନଙ୍କୁ ବଡ ଲାଭ ମିଳିବ । ସେମାନଙ୍କ ବ୍ୟବସାୟ ଭଲ ଚାଲିବ । ବଡ ଅର୍ଡର ମଧ୍ୟ ମିଳିପାରେ । ଲାଭ ହେବାର ମଧ୍ୟ ଯୋଗ ରହିଛି । ସ୍ବାସ୍ଥ୍ୟ ଭଲ ରହିବ ।

ବି.ଦ୍ର.- ଏଠାରେ ପ୍ରଦାନ କରାଯାଇଥିବା ତଥ୍ୟ ସାଧାରଣ ଅନୁମାନ ଏବଂ ସୂଚନା ଉପରେ ଆଧାରିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.