ବୃଷରେ ଚଳନ କରିବେ ସୂର୍ଯ୍ୟ, ଏହି ୪ ରାଶିଙ୍କ ବଦଳିବ ଭାଗ୍ୟ

Published By : Prameya-News7 Bureau | May 11, 2024 IST

HT

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରାୟ ୩୦ ଦିନ ପରେ ସୂର୍ଯ୍ୟଦେବ ରାଶି ପରିବର୍ତ୍ତନ କରୁଛନ୍ତି। ଏହାଦ୍ୱାରା ଶୁଭ ଅଶୁଭ ପ୍ରଭାବ ମେଷ ଠାରୁ ଆରମ୍ଭ କରି ମୀନ ପର୍ଯ୍ୟନ୍ତ ୧୨ ରାଶି ଉପରେ ପଡ଼ିବ। ପଞ୍ଚାଙ୍ଗ ଅନୁସାରେ ୩ ଦିନ ଭିତରେ ସୂର୍ଯ୍ୟଦେବ ୨ ଥର ଚଳନ କରିବେ। ମେ ୧୪ରେ ସଂଧ୍ୟା ୬.୦୪ ମିନିଟ୍ ବୃଷ ରାଶିରେ ଚଳନ କରିବେ। ସୂର୍ଯ୍ୟଙ୍କ ଚଳନ ଯୋଗୁଁ କିଛି ରାଶିରେ ବହୁତ ଶୁଭ ଫଳ ପ୍ରାପ୍ତ ହେବ ଓ ଅଦ୍ଭୁତ ପରିବର୍ତ୍ତନ ଦେଖାଦେବ। ଆସନ୍ତୁ ଜାଣିବା କେଉଁ କେଉଁ ରାଶିର ବଦଳିବ ଭାଗ୍ୟ 

ମେଷ ରାଶି-  ସୂର୍ଯ୍ୟଙ୍କ ଚଳନ ପ୍ରଭାବରେ ମେଷ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଖୁସିରେ ପରିପୂର୍ଣ୍ଣ ହେବ। ଧନବାନ ହେବେ। ସରକାରୀ କର୍ମଚାରୀ ଟ୍ରାନ୍ସଫର୍ ହୋଇପାରନ୍ତି। ଆଇନ୍ ସମ୍ବନ୍ଧୀୟ କ୍ଷେତ୍ରରେ ବିଜୟ ଲାଭ କରିବେ। ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ପାଇବ। ପିତାମାତାଙ୍କ ସମର୍ଥନ ମିଳିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। 

ବୃଷ ରାଶି- ଅଫିସ୍‌ରେ ନୂଆ କାର୍ଯ୍ୟର ଦାୟିତ୍ୱ ସମ୍ଭାଳିବେ। ସୁଖ ସୁବିଧା ଭୋଗ କରିବେ। ଆସୁଥିବା ସମୟରେ ନୂଆ ସୁଯୋଗ ମିଳିବ। ସବୁ କାର୍ଯ୍ୟ ମନ ମୁତାବକ ଫଳ ମିଳିବ। ଜୀବନରେ ଯାହା ଚାହୁଁଥିବେ ତାହା ପାଇବେ। 

ସିଂହ ରାଶି- ସମାଜରେ ଆତ୍ମସମ୍ମାନର ବଞ୍ଚିବେ। ଉଚ୍ଚଅଧିକାରୀଙ୍କ ସପୋର୍ଟ ମିଳିବ। କ୍ୟାରିୟର ଗଢିବାର ନୂଆସୁଯୋଗ ମିଳିବ। ଦରମା ବୃଦ୍ଧି ପାଇବ। ଧନ ଲାଭ କରିବେ।

ମକର ରାଶି- ବେପାର ଓ ବାଣିଜ୍ୟରେ ନୂଆ ସୁଯୋଗ ମିଳିବ। ଆଇନ୍ ସମ୍ବନ୍ଧୀୟ କ୍ଷେତ୍ରରେ ବିଜୟ ଲାଭ କରିବେ। ପିତାମାତାଙ୍କ ସମର୍ଥନ ମିଳିବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଧାର୍ମିକ ଆସ୍ଥା ଏବଂ ଲୋକ ମାନ୍ୟତା ଉପରେ ଆଧାରିତ ଅଟେ । ଏହାର କୌଣସି ବି ବୈଜ୍ଞାନିକ ପ୍ରମାଣ ନାହିଁ । ପ୍ରମେୟ ନ୍ୟୁଜ୍ 7.କମ୍ କୌଣସି କଥାର ସତ୍ୟତାର ପ୍ରମାଣ ଦେଉ ନାହିଁ ।)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.