ମାର୍ଚ୍ଚ ୧୫ରେ ମୀନ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟଦେବ, ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ୧୨ଟି ରାଶି ଉପରେ ପଡିବ ପ୍ରଭାବ, ଜାଣନ୍ତୁ ଦିନଗୁଡିକ କେମିତି କଟିବ ଆପଣଙ୍କର

Published By : Prameya-News7 Bureau | March 12, 2020 IST

ଜ୍ୟୋତିଷଶାସ୍ତ୍ର ଅନୁସାରେ ଆସନ୍ତା ମାର୍ଚ୍ଚ ୧୪ ତାରିଖ ସକାଳ ୧୧ଟା ୫୧ ମିନିଟ୍‌ରେ ମୀନ ରାଶିରେ ସୂର୍ଯ୍ୟଦେବ ପ୍ରବେଶ କରିବେ। ଯାହାକି  ଏପ୍ରିଲ ୧୩ ତାରିଖ ରାତି ୮ଟା ୨୧ ମିନିଟ୍ ପର୍ଯ୍ୟନ୍ତ ମୀନ ରାଶିରେ ରହିବେ। ଏହା ପରେ ମେଷ ରାଶିରେ ସୂର୍ଯ୍ୟଦେବ ପ୍ରବେଶ କରିବେ। ମୀନ ରାଶିରେ ସୂର୍ଯ୍ୟଦେବଙ୍କ ପ୍ରବେଶରେ ଅନ୍ୟ ରାଶିଗୁଡିକ ପ୍ରଭାବିତ ହେବେ।

ମେଷ ରାଶି- ମେଷ ରାଶିର ବ୍ୟକ୍ତିମାନେ ପ୍ରଭାବିତ ହେବେ। ସାବଧାନତା ସହ ଦୂର ସ୍ଥାନକୁ ଯାତ୍ରା କରିବେ। ସଡ଼କ ଦୁର୍ଘଟଣାର ସମ୍ଭାବନା ରହିଛି। ସ୍ବାସ୍ଥ୍ୟଗତ କାରଣରୁ ଜରୁରୀ କାର୍ଯ୍ୟରେ ବାଧା ସୃଷ୍ଟି ହେବ। କିନ୍ତୁ କୋର୍ଟ ଏବଂ କଚେରୀ ମାମଲାରେ ରାୟ ଆପଣଙ୍କ ସପକ୍ଷରେ ଆସିବ। ବିଦେଶ ଯାତ୍ରାର ଯୋଗ ରହିଥିଲେ ବି ସାବଧାନତା ସହ ଦୂର ସ୍ଥାନକୁ ଯାତ୍ରା କରିବେ।

ବୃଷ ରାଶି-  ମୀନ ରାଶିରେ ସୂର୍ଯ୍ୟଦେବଙ୍କ ପ୍ରବେଶ ଦ୍ବାରା ବୃଷ ରାଶିର ବ୍ୟକ୍ତିମାନେ କିଛି ମାତ୍ରାରେ ଆଶ୍ବସ୍ତି ଲାଭ କରିବେ। ବହୁ ଦିନର ବକେୟ ଟଙ୍କା ପୁଣି ଫେରି ପାଇବେ। ସନ୍ତାନମାନଙ୍କ ପାଇଁ କିଛି ଉନ୍ନତି ମୂଳକ ପଦକ୍ଷେପ ନେବେ।  ନବ ଦମ୍ପତ୍ତିଙ୍କ ପାଇଁ ସନ୍ତାନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି। କିନ୍ତୁ ପାରିବାରିକ କଳହ ଲାଗିବା ଯୋଗୁଁ କିଛି ମାତ୍ରାରେ ମାନସିକ ଚିନ୍ତାଗ୍ରସ୍ତ ହୋଇ ପାରନ୍ତି।

ମିଥୁନ ରାଶି- ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ କର୍ମଭାବର ଯୋଗ ରହିଛି। ପିତାଙ୍କ ସହ ମଦଭେଦ ହୋଇପାରେ କିନ୍ତୁ ବ୍ୟବସାୟିକ ଦୃଷ୍ଟିକୋଣରୁ ବେଶ ଲାଭବାନ ହେବେ। ବହୁଦିନରୁ ଅଟକି ରହିଥିବା କୌଣସି ସରକାରୀ କାମ ଶୀଘ୍ର ହୋଇଯିବ। ନୂଆ ଚାକିରି ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ମଧ୍ୟ ସଫଳତା ପାଇବେ। ଏବଂ  ଜମିବାଡ଼ି ବିବାଦରୁ ତ୍ରାହି ପାଇବେ।

କର୍କଟ ରାଶି- କର୍କଟ ରାଶିର ବ୍ୟକ୍ତିମାନେ ଅଧ୍ୟାତ୍ମିକ ଦିଗରେ ମନ ବଳାଇବେ। ଆପଣ ନେଇଥିବା ନିଷ୍ପତ୍ତିରେ ସନ୍ତୋସଜନକ ଫଳ ଦେବ। ଦୂର ଯାତ୍ରା ଭ୍ରମଣ କରିବା ​‌ଯୋଗ ମଧ୍ୟ ରହିଛି। ପରିବାର ସହ କୌଣସି ମାଙ୍ଗାଳିକ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। ଧର୍ମ  ଓ କର୍ମକୁ ଅଧିକ ଗୁରୁତ୍ବ ଦେବା ଦ୍ବାରା ସଫଳତା ପାଇବେ।

ସିଂହ ରାଶି-  ଏହି ରାଶିର ବ୍ୟକ୍ତିମାନେ ଖାଦ୍ୟପେୟ ପ୍ରତି ଯତ୍ନବାନ ହେବା ଉଚିତ୍‌। ସ୍ବାସ୍ଥ୍ୟଗତ କାରଣରୁ ଆପଣ ନିଜ କାର୍ଯ୍ୟରେ ବିଳମ୍ବରେ ସୁଫଳ ପାଇବେ। ଗୃହଶତ୍ରୁ ଆପଣ ଚାରିପଟେ ଲାଗି ରହିବେ। କିନ୍ତୁ ଆକସ୍ମିକ ଭାବେ ଧନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି। କାହା କଥାରେ ପ୍ରଭାବିତ ନ ହେଇ ନିଜ ଚନ୍ତାରେ କାର୍ଯ୍ୟ କଲେ ସାମ୍ୟକ ମାତ୍ରାରେ ସଫଳତା ପାଇ ପାରନ୍ତି।

କନ୍ୟା​‌ ରାଶି- ଏହି ରାଶିର ବ୍ୟକ୍ତିମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପରିବାର ଭିତରେ ଲାଗି ରହିଥିବା ବାଦ ବିବାଦ ଦୂର ହେବ। କିନ୍ତୁ ବିବାହ କାର୍ଯ୍ୟ ଥିଲେ, ଟିକେ ବିଳମ୍ବ କରିବା ଉଚିତ୍‌। ଶୁଭ କାର୍ଯ୍ୟରେ ବାଧା ଉପୁଜିବାର ସମ୍ଭାବନା ରହିଛି। କିନ୍ତୁ ଏହି ସମୟ ଅଧିକ ଦିନ ପର୍ଯ୍ୟନ୍ତ ନୁହେଁ, ଏହା କ୍ଷଣସ୍ଥାୟୀ। କନ୍ୟା ରାଶିର ବ୍ୟକ୍ତିମାନେ ନିଜର ସଂପର୍କୀୟ କିମ୍ବା ସାଙ୍ଗସାଥୀଙ୍କୁ ଧାର ସ୍ବରୂପ ଟଙ୍କା ଦିଅନ୍ତୁ ନାହିଁ। କାରଣ ଟଙ୍କା ଆପଣଙ୍କ ବନ୍ଧୁତା ଭିତରେ ପୂର୍ଣ୍ଣଚ୍ଛେଦର ଗାର ଟାଣି ଦେଇପାରେ।

ତୁଳା ରାଶି-  ଏହି ରାଶିର ବ୍ୟକ୍ତିମାନେ କୋର୍ଟ, କଚେରୀ ମାମଲାରେ ସଫଳତା ପାଇବେ।  ଆପଣଙ୍କ ସପକ୍ଷରେ ରାୟ ଆସିବ। ସ୍ବାସ୍ଥ୍ୟପ୍ରତି ଯତ୍ନବାନ ରହିବା ଉଚିତ୍‌। କୌଣସି ମୂହୁର୍ତ୍ତରେ ଅଶୁଭ ସମ୍ବାଦ ପାଇ ମର୍ମହାତ ହୋଇପାରନ୍ତି। ପ୍ରଶାସନିକ କ୍ଷେତ୍ରରେ ଚାକିରି କରିବାକୁ ଚାହୁଁଥିଲେ, ଏହି ସମୟ ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ବେଶ ପ୍ରଯୁଜ୍ୟ ରହିଛି। ଶିକ୍ଷା ଓ ଚାକିରି କ୍ଷେତ୍ରରେ ତୁଳା  ରାଶିର ବ୍ୟକ୍ତିମାନେ ସଫଳତା ପାଇ ପାରନ୍ତି।

ବିଛା ରାଶି- ବିଛା ରାଶିର ବ୍ୟକ୍ତିମାନେ ସାହିତ୍ୟ ଓ ସଂଗୀତ ପ୍ରତି ମନ ବଳାଇବେ। ପ୍ରତିଯୋଗୀତା କ୍ଷେତ୍ରରେ ସଫଳତା ପାଇବେ। ପାରିବାରିକ କଳହ ଦୂର ହେବ। ପରିବାର ଭିତରେ ହସ ଖୁସିର ମାହୋଲ ଖେଳି ଯିବ। ଏପରି କି ଦୀର୍ଘ ଦିନରୁ ଭାଙ୍ଗି ଯାଇଥିବା ସଂପର୍କ ପୁଣି ଯୋଡ଼ି ହୋଇଯିବ। ପିଲାମାନଙ୍କ ପାଠ ପଢ଼ା ଉପରେ ଟିକେ ଧ୍ୟାନ ଦେବା ଉଚିତ୍‌।  ସମୟ  ଅଭାବରୁ କୌଣସି କାମ ଅଟିକି ରହିଥିଲେ। ତାହାକୁ ପୂର୍ଣ୍ଣ କରିବେ।

ଧନୁ ରାଶି- ଏହି ରାଶିର ବ୍ୟକ୍ତିମାନେ ମାନସିକ ଚିନ୍ତାଗ୍ରସ୍ତ ରହି ପାରନ୍ତି। ବ୍ୟବସାୟ କ୍ଷେତ୍ରରେ କ୍ଷତି ସହି ପାରନ୍ତି। ପାରିବାରିକ କଳହ ଯୋଗୁଁ ଅଶାନ୍ତି ଲାଗି ରହିବ। ସରକାରୀ ଚାକିରି ପାଇଁ ଆବେଦନ କରିବାକୁ ଚାହୁଁଥିଲେ, ସେଥିରେ ବିଫଳ ହୋଇ ପାରନ୍ତି। ତେଣୁ ଏହି ମାର୍ଚ୍ଚ ୧୫ରୁ ଏପ୍ରିଲ ୧୩ ପର୍ଯ୍ୟନ୍ତ ଟିକେ ସାବଧାନତା ଅବଲମ୍ବନ କରନ୍ତୁ।

ମକର  ରାଶି-  ଏହି ସମୟରେ ମକର ରାଶିର ବ୍ୟକ୍ତିମାନେ ପରାକ୍ରମୀ ରହିବେ। କୌଣସି କାମରେ ହାତ ମାରିଲେ ତାହା ପୂର୍ଣ୍ଣ ହୋଇଯିବ। ବୟସ୍କ ଲୋକମାନଙ୍କ ପ୍ରତି ସମ୍ମାନ ବଢ଼ିବ। ସମସ୍ତଙ୍କୁ ସାହାଯ୍ୟ କରିବାକୁ ଆଗକୁ ବାହାରିବେ। ପଶୁ ଓ ପକ୍ଷୀଙ୍କୁ ଖାଇବାକୁ ଦେଲେ ଦିନଗୁଡିକ ଭଲରେ  ଭଲରେ କଟିବ। କୋର୍ଟ, କଚେରୀ ମାମଲାରେ ଆପଣଙ୍କ ସପକ୍ଷରେ ରାୟ ଆସିବ। ପାରିବାର ଭିତରେ ଖୁସିରେ ଲହରୀ ଖେଳି ଯିବ। କିନ୍ତୁ ଦୂର ସ୍ଥାନକୁ ଯାତ୍ରା କରିବା ବେଳେ ସାବଧାନତା ଅବଲମ୍ବନ କରିବେ।

କୁମ୍ଭ ରାଶି- ଏହି ରାଶିର ବ୍ୟକ୍ତିମାନେ ଖାଦ୍ୟପେୟ ପ୍ରତି ଯତ୍ନବାନ ହେବା ଉଚିତ୍‌। ଏହା ସ୍ବାସ୍ଥ୍ୟଗତ କାରଣରୁ ଆପଣ ନିଜ କାର୍ଯ୍ୟରେ ବିଳମ୍ବରେ ସୁଫଳ ପାଇବେ। ଗୃହଶତ୍ରୁ ଆପଣ ଚାରିପଟେ ଲାଗି ରହିବେ। ପରିବାର ଭିତରେ ହସ ଖୁସିର ମାହୋଲ ଖେଳି ଯିବ। ଏପରି କି ଦୀର୍ଘ ଦିନରୁ ଭାଙ୍ଗି ଯାଇଥିବା ସଂପର୍କ ପୁଣି ଯୋଡ଼ି ହୋଇଯିବ। ପିଲାମାନଙ୍କ ପାଠ ପଢ଼ା ଉପରେ ଟିକେ ଧ୍ୟାନ ଦେବା ଉଚିତ୍‌।  ସମୟ  ଅଭାବରୁ କୌଣସି କାମ ଅଟିକି ରହିଥିଲେ। ତାହା ସମ୍ପୂର୍ଣ୍ଣ ହେବ।

ମୀନ ରାଶି- ଏହି ରାଶିର ବ୍ୟକ୍ତିମାନେ ଶାରିରୀକ ପୀଡ଼ା ଭୋଗ କରିବେ। ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ। ଶରୀରରେ କିପରି କ୍ୟାଲସିୟମ ଭାଗ କମ୍‌ ନ ନୁହେଁ, ସେଥିପ୍ରତି ଧ୍ୟାନ ଦେବେ। କିନ୍ତୁ ରୋଜଗାର ପନ୍ଥା ଖୋଲିଯିବ। ଦୀର୍ଘ ଦିନରୁ ଭାବିଥିବା କାମ ସମ୍ପୂର୍ଣ୍ଣ ହେବ। ସାମାଜିକ ଦାୟିତ୍ବ ବଢ଼ିବ। ସରକାରୀ କିମ୍ବା ଘରୋଇ ସଂସ୍ଥାରେ ଚାକିରି ପାଇଁ ଆବେଦନ କରିବାକୁ ଚାହୁଁଥିଲେ, ସେଥିରେ ସଫଳତା ପାଇବେ। ମୀନ ରାଶିର ବ୍ୟକ୍ତି ଲୋକମାନଙ୍କ ସହ ନିବିଡ଼ ସଂପର୍କ ସ୍ଥାପନ କରିବେ। ଏହି ଦିନ ଗୁଡିକରେ ମୀନ ରାଶି ଅଧିକ ସକ୍ରିୟ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.