oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଇପିଏଲ ୨୦୨୨ : ଗୁଜୁରାଟ-ହାଇଦ୍ରାବାଦ ଟକ୍କର, ଦ୍ୱିତୀୟ ବିଜୟ ଲକ୍ଷ୍ୟରେ ସନରାଇଜର୍ସ

11/04/2022 at 8:39 AM

ମୁମ୍ବାଇ, ୧୧/୦୪: ଚଳିତ ଆଇପିଏଲ୍‌ର ୨୧ତମ ଲିଗ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟନ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଚେନ୍ନାଇ ସୁପରକିଙ୍ଗ୍‌ସକୁ ହରାଇ ସିଜନର ପ୍ରଥମ ବିଜୟ ହାସଲ କରିଥିବା ସନରାଇଜର୍ସ ପାଇଁ ମ୍ୟାଚ୍‌ କଡ଼ା ଚ୍ୟାଲେଞ୍ଜ ନେଇ ଆସିଛି । ଚଳିତ ଆଇପିଏଲ୍‌ରେ ଏକମାତ୍ର ଦଳ ଭାବେ ଟାଇଟନ୍ସ ଏପର୍ଯ୍ୟନ୍ତ ପରାଜୟର ସାମ୍ନା କରିନାହିଁ । ପ୍ରଥମ ୩ଟି ଯାକ ମ୍ୟାଚ୍‌ ଜିତି ଟାଇଟନ୍ସ ସମ୍ପ୍ରତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି ।

ଶୁକ୍ରବାର ଅନୁଷ୍ଠିତ ଏକ ରୋମାଞ୍ଚକର ମୁକାବିଲାରେ ପଞ୍ଜାବ କିଙ୍ଗ୍‌ସକୁ ହରାଇବା ପରେ ଟାଇଟନ୍ସ ଦଳକୁ ଏଥର ଟାଇଟଲ ଦାବିଦାର ରୂପେ ବିବେଚନା କରାଯାଉଛି । ଦୁର୍ଦ୍ଦର୍ଷ ବ୍ୟାଟିଂ ସାଙ୍ଗକୁ ଘାତକ ବୋଲିଂ ବାହିନୀକୁ ନେଇ ଟାଇଟନ୍ସ ଶକ୍ତିଶାଳୀ ଦଳ ରୂପେ ଉଭା ହୋଇଛି । ଦଳଗତ ପ୍ରଦର୍ଶନ ଓ ଚମତ୍କାର ନେତୃତ୍ୱ ଶୈଳୀକୁ ନେଇ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପ୍ରଶଂସିତ ହେଉଛନ୍ତି ।

ସନରାଇଜର୍ସ ଦଳ ନିକଟରେ ଏକ ଶକ୍ତିଶାଳୀ ବୋଲିଂ ବିଭାଗ ରହିଛି । ହେଲେ ବ୍ୟାଟିଂ ବିଭାଗ ସଦୃଢ ହୋଇନାହିଁ । ଦଳରେ ଷ୍ଟାର ବ୍ୟାଟର ରହିଥିଲେ ହେଁ ଏପର୍ଯ୍ୟନ୍ତ କମାଲ ଦେଖାଇ ନାହାନ୍ତି । କେନ ୱିଲିୟମସନ ଓ ଆଡେନ ମାରକ୍ରମଙ୍କ ଠାରୁ ବଡ ଇନିଂସ ଆଶା କରଯାଉଛି । ଆଜିର ମ୍ୟାଚ୍‌ରେ ରସିଦ ଖାନଙ୍କ ଉପରେ ନଜର ରହିବ । ରସିଦ ପୂର୍ବରୁ ସନରାଇଜର୍ସ ପକ୍ଷରୁ ଖେଳୁଥିଲେ । ଏଥର ସେ ଟାଇଟନ୍ସ ଦଳର ପ୍ରମୁଖ ସଦସ୍ୟ । ରସିଦଙ୍କ ଯାଦୁକରୀ ସ୍ପିନ ବୋଲିଂର ମୁକାବିଲା କରିବାକୁ ସନରାଇଜର୍ସ ବ୍ୟାଟରଙ୍କୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ହେବ।

   Related Posts