ମାର୍ଚ୍ଚରେ ରବି ଓ ମଙ୍ଗଳଙ୍କ ସହ ରାଶି ବଦଳାଇବେ ଏହି ୫ ଗ୍ରହ, ଜାଣନ୍ତୁ କିପରି ହେବ ସନ୍ତୋଷ ବିଧାନ

Published By : Prameya-News7 Bureau | March 02, 2020 IST

ମାର୍ଚ୍ଚ ମାସ ଆରମ୍ଭ ହୋଇ ସାରିଛି। ରବିଙ୍କ ସମେତ ୫ ଗ୍ରହ ଚଳିତମାସରେ ରାଶି ବଦଳାଇବେ। ତେବେ ବୁଧ, ଶନି ଓ ରାହୁ-କେତୁଙ୍କର କୌଣସି ପରିବର୍ତ୍ତନ ହେବ ନାହିଁ। ତେବେ ସବୁ ଗ୍ରହଙ୍କ ପ୍ରଭାବ ରାଶି ଚକ୍ରର୧୨ ରାଶିଙ୍କ ଲାଗି ଅନୁଭୂତ ହେବ। ଏହି ଚଳନରେ ରବି ମାର୍ଚ୍ଚ ୧୪ ତାରିଖରେ କୁମ୍ଭରୁ ମିନ ରାଶିକୁ ପ୍ରବେଶ କରିବେ। ଏହା ସହିତ ମଳମାସ ଆରମ୍ଭ ହେବ।

ଚନ୍ଦ୍ର ମାର୍ଚ୍ଚ ୧ ତାରିଖରୁ ବୃଷ ରାଶିକୁ ଆସି ସାରିଥିବା ବେଳେ ୩ରେ ମିଥୁନ ରାଶିକୁ ଗମନ କରିବେ। ଏହା ପରେ ପ୍ରତି ଅଢେଇ ଦିନରେ ତାଙ୍କର ରାଶି ପରିବର୍ତ୍ତନ ହେବ। ବୃହସ୍ପତି ଏବେ ଧନୁ ରାଶିରେ ଅବସ୍ଥାନ କରୁଛନ୍ତି ମାର୍ଚ୍ଚ ୨୯ ତାରିଖରେ ମକରକୁ ପ୍ରବେଶ କରିବେ। ସେପଟେ ମାସ ଆରମ୍ଭରୁ ଶୁକ୍ର ମେଷ ରାଶିରେ ଅବସ୍ଥାନ କରୁଛନ୍ତି। ମାର୍ଚ୍ଚ ୨୮ ତାରିଖରେ ବୃଷକୁ ଗମନ କରିବେ।

ଗ୍ରହମାନଙ୍କର ଗୋଚର ଫଳ ସମସ୍ତ ରାଶିଙ୍କୁ ଭୋଗ ହେଉଥିବା ବେଳେ ରବିଙ୍କ ତୁଷ୍ଟି ଲାଗି ସବୁଦିନ ପ୍ରତ୍ୟୁଷରେ ସ୍ନାନାଦି ନିତ୍ୟକର୍ମ ନିବୃତ୍ତ ହୋଇ  ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରାଯାଇପାରେ। ସେହିପରି ଚନ୍ଦ୍ରଙ୍କ ସନ୍ତୁଷ୍ଟି ଲାଗି ରୂପାର ପାତ୍ରରେ ଶିବଲିଙ୍ଗରେ ଦୁଗ୍ଧ ଅର୍ପଣ କରନ୍ତୁ। ମଙ୍ଗଳଙ୍କ ସନ୍ତୁଷ୍ଟି ଲାଗି ମଙ୍ଗଳବାର ଶିବଲିଙ୍ଗରେ ଲାଲ ଫୁଲ ଓ ମସୁର ଡାଲି ଅର୍ପଣ କରିପାରିବେ। ବୁଧଙ୍କ ଲାଗି ପ୍ରତି ବୁଧବାର ଗଣେଶଙ୍କୁ ଦୁବ ଅର୍ପଣ କରନ୍ତୁ। ବୃହସ୍ପତିଙ୍କ ଦୋଷରୁ ନିସ୍ତାର ଲାଗି ପ୍ରତି ପ୍ରତି ଗୁରୁବାର ଶିବଙ୍କୁ ଚଣା ଡାଲି ଓ ବେଶନ ଲଡୁ ଭୋଗ କରନ୍ତୁ। ଶୁକ୍ରଗ୍ରହ ଶାନ୍ତିବିଧାନ ଲାଗି ଶୁକ୍ରବାର ଶିବଙ୍କୁଜଳ ଲାଗି କରନ୍ତୁ। ରାହୁ ଓ କେତୁଙ୍କ ସନ୍ତୁଷ୍ଟି ଲାଗି ଶନିବାର ତୈଳ ଦାନ କରନ୍ତୁ ଓ ହନୁମାନ ଚାଳିସା ପାଠ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.