ରାହୁଲ ଗାନ୍ଧୀ, ସିଦ୍ଧରମୈୟା ଓ ଡିକେ ଶିବକୁମାରଙ୍କ ବିରୋଧରେ ସମନ ଜାରି, ବିଜେପିକୁ କହିଥିଲେ '୪୦ ପ୍ରତିଶତ କମିଶନ' ସରକାର

Published By : Prameya-News7 Bureau | February 23, 2024 IST

ବେଙ୍ଗାଲୁରୁ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ସମନ ଜାରି କରିଛନ୍ତି କୋର୍ଟ। ବିଜେପି ସରକାର ଉପରେ '୪୦ ପ୍ରତିଶତ କମିଶନ'ର ଲାଞ୍ଛନା ଲଗାଇବା ନେଇ କୋର୍ଟ ତିନି ନେତାଙ୍କୁ ସମନ ଜାରି କରିଛନ୍ତି। ଗତ ବର୍ଷ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ତତ୍କାଳୀନ ରାଜ୍ୟ ବିଜେପି ସରକାର ବିରୋଧରେ ଏକ ସ୍ଵତନ୍ତ୍ର ଅଭିଯାନ ଚଳାଇଥିଲା। ଏହାରି ଆଧାରରେ ଏକ ପୋଷ୍ଟର ତିଆରି କରାଯାଇଥିଲା, ଯେଉଁଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇଙ୍କ ଫଟୋ ରହିଥିଲା।

wp:heading {"level":4}

Also read- କଂଗ୍ରେସ ଛାଡିବେ ଅଧିର ରଞ୍ଜନ ଚୌଧୁରୀ!   

/wp:heading

ପୋଷ୍ଟର ଉପରେ ଲାଗିଥିବା କ୍ୟୁଆର କୋଡ୍‌ ୟୁଜର୍ସଙ୍କୁ '୪୦ ପ୍ରତିଶତ ସରକାର' ଓ୍ଵେବସାଇଟ୍‌କୁ ନେଇ ଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ବିଜେପି ଶାସନରେ ଚାଲିଥିବା କମିଶନ ଖେଳକୁ ଉଜାଗର କରିବା। ଏହାର ପ୍ରତିବାଦରେ ବିଜେପିର ଲିଗାଲ୍ ଟିମର ଓକିଲ ବିନୋଦ କୁମାର କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ରୁଜୁ କରାଇଥିଲେ। ତିନି ନେତାଙ୍କୁ ମାର୍ଚ୍ଚ ୨୮ ସୁଦ୍ଧା ସ୍ପେଶାଲ ଏମପି/ପିଏମଏଲ କୋର୍ଟରେ ହାଜର ହେବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ଗତ ସପ୍ତାହରେ କର୍ଣ୍ଣାଟକ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଛଅ ସପ୍ତାହ ଭିତରେ ୪୦ ପ୍ରତିଶତ କମିଶନ ଉପରେ ନିଜର ତଦନ୍ତ ପୁରା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ବର୍ଷ ମେ ମାସରେ କର୍ଣ୍ଣାଟକରେ କଂଗ୍ରେସ ସରକାର କ୍ଷମତାକୁ ଆସିବାର ତିନି ମାସ ପରେ ମାମଲାର ବିଚାରି ବିଭାଗୀୟ ତଦନ୍ତ ଆଦେଶ ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ କର୍ଣ୍ଣାଟକ ସରକାରଙ୍କ ସମାଲୋନା କରିଥିଲେ। ସେ କହିଥିଲେ, ୪୦ ପ୍ରତିଶତ ଜାଗାରେ  କଂଗ୍ରେସ ୫୦ ପ୍ରତିଶତ କମିଶନ ନେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.