ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି; ମାଲକାନାଗିରି ଓ ସୋନପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ
3/03/2023 at 7:33 PM

ଭୁବନେଶ୍ୱର ୦୩/୦୩: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଅନେକ ଜିଲ୍ଲାରେ ସ୍ୱାଭାବିକ ଠାରୁ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ଅଧିକ ରହୁଛି। ବିଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ଓ ସୋନପୁରରେ ସର୍ବାଧିକ ସମାନ ସଂଖ୍ୟକ ୩୭.୦୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରର ତାପମାତ୍ରା ସ୍ୱାଭାବିକ ଠାରୁ ୨ ଡିଗ୍ରୀ ଅଧିକ ରହି ୩୭.୦୪ ଡିଗ୍ରୀ ରେକର୍ଡ ହୋଇଛି।
#Temperature forecast pic.twitter.com/AgNP8BWo3x
— Meteorological Centre, Bhubaneswar (@mcbbsr) March 3, 2023
ଆସନ୍ତା ୫ ଦିନ ଯାଏଁ ପାଗ ରହିବା ଶୁଖିଲା ସହ ମାର୍ଚ୍ଚ ୮ ବେଳକୁ କେତେକ ସ୍ଥାନରେ ହାଲକା ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ମୟୁରଭଞ୍ଜ ଓ କେନ୍ଦୁଝରର କେତେକ ସ୍ଥାନରେ ୮ ତାରିଖ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦେଶକ କହିଛନ୍ତି।