oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

କମିଲା କଲେଜ୍‌ ପିଲାଙ୍କ ଖରା ଛୁଟି, ଜୁନ୍‌ ୧ରୁ ୧୬ ପର୍ଯ୍ୟନ୍ତ ଛୁଟି ନିଷ୍ପତ୍ତି

18/04/2022 at 6:46 PM

ଭୁବନେଶ୍ୱର, ୧୮/୦୪: ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରା ଛୁଟି କମାଇଲେ ସରକାର । ଜୁନ୍‌ ୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଖରାଛୁଟି ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ବିଶ୍ୱବିଦ୍ୟାଳୟ କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରିଛି ବିଭାଗ । ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି । କୋଭିଡ୍‌ ପାଇଁ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଖରାଛୁଟି କମିଛି । ଦରକାର ପଡ଼ିଲେ ଛୁଟି ଦିନ ଓ କାର୍ଯ୍ୟ ଦିବସରେ ଅତିରିକ୍ତ କ୍ଲାସ୍‌ ହେବ ବୋଲି ବିଭାଗ କହିଛି ।  

ପୂର୍ବରୁ ସ୍କୁଲ ପିଲାଙ୍କର ମଧ୍ୟ ଖରାଛୁଟି କମାଯାଇଛି । ଜୁନ୍‌ ୬ରୁ ୧୬ ଯାଏଁ ସ୍କୁଲରେ ଖରା ଛୁଟି ଘୋଷଣା ହୋଇଛି । କୋଭିଡ଼ ପାଇଁ ପାଠପଢା ବ୍ୟାହତ ହୋଇଥିବାରୁ ଖରାଛୁଟି କାଣ୍ଟଛାଣ୍ଟ କରାଯାଇଛି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଜାରି ରହିବ ସକାଳୁଆ ସ୍କୁଲ । ମେ ପହିଲାରୁ ଜୁନ୍‌ ୫ ଯାଏ ସକାଳ ୬ରୁ ୯ଟା ପର୍ଯ୍ୟନ୍ତ କ୍ଲାସ ଚାଲିବାକୁ ଥିବା ବେଳେ ଏପ୍ରିଲ୍‌ ୨୦ରୁ ୩୦ ପର୍ଯ୍ୟନ୍ତ ପ୍ରଥମରୁ ନବମ ଶ୍ରେଣୀ ଲାଗି ନୂଆ ଆଡ୍‌ମିଶନ୍‌ ଓ ରିଆଡମିଶନ ଚାଲୁ ରହିବ ।

   Related Posts