ଆସନ୍ତା ୨୫ରୁ ଖରା ଛୁଟି, ୨୨ରୁ ୨୪ ଯାଏ ସକାଳୁଆ ସ୍କୁଲ

Published By : Prameya-News7 Bureau | April 21, 2024 IST

ଭୁବନେଶ୍ୱର ୨୧।୦୪: ଆସନ୍ତା ୨୫ରୁ ଖରା ଛୁଟି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହିତ ୨୨ରୁ ୨୪ ଯାଏଁ ସକାଳୁଆ ସ୍କୁଲ କରିବାକୁ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ସକାଳ ୬ଟା  ୩୦ରୁ ୧୦ ଟା ୩୦ ଯାଏଁ ସ୍କୁଲରେ ପାଠ ପଢା ହେବ । 

ଖବର ଅନୁଯାୟୀ, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ୍ ୨୫ ଅର୍ଥାତ ଗୁରୁବାରଠୁ ଗ୍ରୀଷ୍ମ ଛୁଟି ପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛିନ୍ତି। ଗ୍ରୀଷ୍ମ ଛୁଟି ସମୟରେ ସରକାର ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କ ପାଇଁ ଶିକ୍ଷା ତଥା ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦ୍ଦେର୍ଶ ପ୍ରତ୍ୟକ୍ଷା ତତ୍ୱାବଧାନରେ ବିଦ୍ୟାଳୟ ପରିଚାଳନା କରାଯିବ। ଏନେଇ ସୂଚନ‌ା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.