ରାଜ୍ୟରେ ବଢୁଛି ଗ୍ରୀଷ୍ମର ପ୍ରକୋପ, ଆସନ୍ତା ୯ ଯାଏଁ ତାତିରୁ ମିଳିବନି ମୁକ୍ତି
3/03/2023 at 9:17 AM

ଭୁବନେଶ୍ୱର ୦୩/୦୩: ସାରା ରାଜ୍ୟରେ ବଢୁଛି ଗ୍ରୀଷ୍ମର ପ୍ରକୋପ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି ବଢ଼ିବ । ଏହି ସମୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ। ଭୁବନେଶ୍ବରର ତାପମାତ୍ରା ୩୯ ଡିଗ୍ରୀ ପାଖାପାଖି ପହଞ୍ଚିପାରେ।
ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାତିର ପ୍ରକୋପ ଅଧିକ ରହିବ। ଗୁରୁବାର ଭୁବନେଶ୍ବର ସର୍ବାଧିକ ତାପମାତ୍ରା ୩୭.୪ ଡିଗ୍ରୀ ରେକର୍ଡ କରାଯାଇଛି। ଯାହାକି ସ୍ବାଭାବିକ ଠାରୁ ୨ ଡିଗ୍ରୀ ଅଧିକ ଥିଲା । ବର୍ଷାର ସମ୍ଭାବନା ଏବେ ନିକଟ ଭବିଷ୍ୟତରେ ନାହିଁ ।
ସେପଟେ ମାର୍ଚ୍ଚରୁ ସ୍ଥିତି ଅସମ୍ଭାଳ ହେଲାଣି । ତାତି କଲବଲ କରୁଛି । ଗରମ ଯେମିତି ଗୁଳୁଗୁଳି ବି ସେମିତି । ସେପଟେ ଏବେଠୁ ଜଳୁଛି ବଲାଙ୍ଗିରର ଜଙ୍ଗଲ । ଜଙ୍ଗଲରେ ନିଆଁ ଲଗାଉଛନ୍ତି କିଛି ଅସମାଜିକ ଏବଂ ଅସାଧୁ କର୍ମଚାରୀ । ତାତିକୁ ଦ୍ବିଗୁଣିତ କରେ ଜଙ୍ଗଲ ନିଆଁ । ତେଣୁ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ।