vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ତାତି ଆହୁରି ବଢିବ, ୩ ଦିନ ଯାଏଁ ତତଲା କଡେଇରେ ଭାଜିହେବେ ରାଜ୍ୟବାସୀ

21/05/2022 at 8:15 AM

ଭୁବନେଶ୍ୱର ୨୧/୦୫: ତାତି ବଢ଼ିଛି। ଆହୁରି ବଢ଼ିବ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ ଛଟପଟ କରିବ । ଭୁବନେଶ୍ୱରରେ ପାରଦ ୩୯-୪୦ ଡିଗ୍ରୀ ଛୁଇଁପାରେ । ଏମିତି ଆକଳନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ ।

ରାଜ୍ୟକୁ ଫେରିଛି ଗ୍ରୀଷ୍ମ ପ୍ରବାହ । ଶୁକ୍ରବାର ୪୩ ଡିଗ୍ରୀ ସେଲସିୟସରେ ଜଳିଛି ବୌଦ୍ଧ ସହର । ସୋନପୁର ୪୨.୮, ଦେବଗଡ଼ ୪୨, ସୁନ୍ଦରଗଡ଼ ୪୨, ଝାରସୁଗୁଡ଼ା ୪୧.୬, ବରଗଡ଼ ୪୧.୫, ଅନୁଗୁଳ ୪୧.୧, ତାଳଚେର ୪୧, ଟିଟିଲାଗଡ଼ ୪୧, ସମ୍ବଲପୁର ୪୦.୮ ଡିଗ୍ରୀ ସେଲସିୟସରେ କଲବଲ ହୋଇଛି । ଏପଟେ ଉପକୂଳ ଓଡ଼ିଶାରେ ବି ଖରା ବଢ଼ିଛି । ଖରାଠାରୁ ବେଶି ଯନ୍ତ୍ରଣାଦାୟକ ହୋଇଛି ଭୀଷଣ ଗୁଳୁଗୁଳି ପ୍ରକୋପ । ଆର୍ଦ୍ରତା ପରିମାଣ ୬୫%ରୁ ୮୫% ପର୍ଯ୍ୟନ୍ତ ଛୁଇଁଲାଣି ।

ଭୁବନେଶ୍ୱର ସହରରେ ଶୁକ୍ରବାର ସକାଳୁ ଅସ୍ତବ୍ୟସ୍ତ କରି ଦେଇଥିଲା ଗୁଳୁଗୁଳି । ଭୋର ସାଢ଼େ ୫ଟାେରେ ଭୁବନେଶ୍ୱର ତାପମାତ୍ରା ୨୭.୪ ଡିଗ୍ରୀ ଥିବାବେଳେ ଆର୍ଦ୍ରତା ପରିମାଣ ୯୦% ଥିଲା । ସକାଳ ସାଢ଼େ ୮ଟାବେଳେ ତାପମାତ୍ରା ୩୨.୨ ଡିଗ୍ରୀ ଥିଲାବେଳେ ଆର୍ଦ୍ରତା ଥିଲା ୭୩% । ଦିନ ୧୧ଟା ୩୦ ସମୟରେ ତାପମାତ୍ରା ୩୬ ଡିଗ୍ରୀ ଥିଲା ଭୁବନେଶ୍ୱରରେ । ସେହି ସମୟରେ ଆର୍ଦ୍ରତା ପରିମାଣ ୫୫% ଥିଲା । ଅପରାହ୍ଣ ୨ଟା ୩୦ରେ ଭୁବନେଶ୍ୱରରେ ଆର୍ଦତା ପରିମାଣ ୫୬% ଥିବାବେଳେ ପାରଦ ୩୭ ଡିଗ୍ରୀ ଛୁଇଁଯାଇଥିଲା ।ଉଚ୍ଚ ଆର୍ଦ୍ରତା ମଣିଷ ଶରୀର ଉପରେ ଅନେକ ପ୍ରତିକୂଳ ପ୍ରଭାବ ପକାଇଥାଏ । ଦୁର୍ବଳ ବ୍ୟକ୍ତିଙ୍କ ଏଥିରେ ଅସୁସ୍ଥ ହେବା ଆଶଙ୍କା ରହିଛି। ପ୍ରବଳ ଝାଳ ବୋହିବା ଯୋଗୁ ଦୁର୍ବଳତା ଆହୁରି ବଢ଼ିପାରେ। ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ମଧ୍ୟ ସୂଚନା ଦେଇଛି ।

ପାଣିପାଗ ବିଶାରଦ ଶ୍ରୀ ବିଶ୍ୱାସଙ୍କ କହିବାନୁଯାୟୀ ଯେଉଁ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇଥିଲା, ତାହା ମିଆଁମାର ସ୍ଥଳଭାଗକୁ ପଳାଇଛି । ଏହାର କୌଣସି ପ୍ରଭାବ ଓଡ଼ିଶା ଉପରେ ନାହିଁ । ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗରମ ପ୍ରକୋପ ଅଧିକ ରହିବ । ତାପମାତ୍ରା ଆହୁରି ବଢ଼ିପାରେ । ୨୪ରୁ କାଳବୈଶାଖୀ ବଢ଼ିବା ସହ ପାରଦ ଖସିପାରେ । ଏମିତି ହେଲେ ତାତି ପୁଣି କମିପାରେ ।

   Related Posts