ସୁମିତ୍ରା ଜେନା ହେଲେ ଓଡିଶା ପ୍ରଦେଶ ମହିଳା କଂଗ୍ରେସର ନୂଆ ସଭାନେତ୍ରୀ
29/09/2018 at 6:15 PM

ଭୁବନେଶ୍ୱର ୨୯/୯ : ଓଡିଶା ପ୍ରଦେଶ କଂଗ୍ରେସ କମିଟିର କେତେକ ନୂଆ ପାଦ ଘୋଷଣା କରାଯାଇଛି | ଏହି ଘୋଷଣା ଅନୁସାରେ ସୁମିତ୍ରା ଜେନା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ହୋଇଛନ୍ତି | ସେହିଭଳି ବିଭୁ ପ୍ରସାଦ ତରାଇଙ୍କୁ ପିସିସି ଏସସି ସେଲର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି | ବିଧାୟକ କୃଷ୍ଣ ଚନ୍ଦ୍ର ସାଗରିଆଙ୍କୁ ପିସିସି ସାଧାରଣ ସମ୍ପାଦକ ଏବଂ ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକଙ୍କୁ ପିସିସି କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି | ଏହି ନୂଆ ନିଯୁକ୍ତିକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅନୁମୋଦନ ପ୍ରଦାନ କରିଛନ୍ତି |
Related Posts
ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କ ପରଲୋକ, ୭୫ ବର୍ଷ ବୟସରେ ଦେହାନ୍ତ
28 January 2023