ତପସ୍ବିନୀଙ୍କୁ ମାସକୁ ୧୦ହଜାର ଟଙ୍କା ଭରଣପୋଷଣ ଦେବେ ସୁମିତ, ଅନ୍ୟତ୍ର ରହଣି ବ୍ୟବସ୍ଥା କରୁଛନ୍ତି ଡାକ୍ତର ସ୍ବାମୀ

Published By : Prameya-News7 Bureau | February 22, 2022 IST

ବ୍ରହ୍ମପୁର ୨୨।୨: ଡାକ୍ତର ସୁମିତ ଓ ତପସ୍ଵିନୀ ଦାମ୍ପତ୍ତ୍ୟ ବିବାଦ ମାମଲାରେ ଭରଣପୋଷଣ ବାବଦରେ ମାସକୁ ୧୦ ହଜାର ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଭରଣପୋଷଣ ବାବଦକୁ ମାସକୁ ୧୭ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଥିଲା ।

ଅନ୍ୟପଟେ ତପସ୍ଵିନୀଙ୍କ ପାଇଁ ଅନ୍ୟତ୍ର ରହଣି ଲାଗି ବ୍ୟବସ୍ଥା କରାଯାଉଥିବା ସୁମିତଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ତପସ୍ଵିନୀ ଶାଶୁଘରେ ରହି ପାରିବେ ବୋଲି କୋର୍ଟ କହିଛନ୍ତି ।

ସୋମବାର ଦିନ ମାସିକ ଭରଣ ପୋଷଣ ବାବଦରେ ୧୭ହଜାର ଟଙ୍କା ନେବା ପାଇଁ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ପହଞ୍ଚି ୧୭ହଜାର ଟଙ୍କା ବ୍ୟାଙ୍କ ଚେକ୍ ତପସ୍ବିନୀ ଗ୍ରହଣ କରିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ସୁମିତ ତାଙ୍କ ସ୍ତ୍ରୀ ତପସ୍ବିନୀଙ୍କୁ ଭରଣ ପୋଷଣ ବାବଦରେ ୧୭ହଜାର ଟଙ୍କାର ଚେକ୍ କୋର୍ଟରେ ଦାଖଲ କରିଥିବା ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା କହିଥିଲେ । ପ୍ରତି ମାସର ୧୦ ତାରିଖ ଭିତରେ ଭରଣ ପୋଷଣ ବାବଦରେ ୧୭ହଜାର ଟଙ୍କା ଦେବାକୁ କୋର୍ଟ ଆଦେଶ କରିଥିଲେ । ଦୁଇ ମାସ ବଦଳରେ ଗୋଟିଏ ମାସର ପ୍ରଦାନ କରିଥିବା ତପସ୍ବିନୀଙ୍କ ଓକିଲ ଦୀପକ ପଟ୍ଟନାୟକ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.