ମାଟ୍ରିକ୍‌ ପରୀକ୍ଷାରେ ଅଧିକ ମାର୍କ ରଖି ପାଟଣା ବ୍ଲକ ଟପ୍ପର ହେଲେ ସୁମିତ

Published By : Prameya-News7 Bureau | July 06, 2022 IST

ପାଟଣା ୦୬/୦୭: ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ମ୍ୟାଟ୍ରିକ ପରୀକ୍ଷା ଫଳରେ ପାଟଣା ବ୍ଲକ ଅଞ୍ଚଳ ରେ ବାଜି ମାରିଛନ୍ତି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ। ତୁରୁମୁଙ୍ଗା ସରସ୍ୱତୀ ଵିଦ୍ୟାମନ୍ଦିର ଛାତ୍ର ସୁମିତ କୁମାର ପୃଷ୍ଟି ସର୍ବାଧିକ ୫୮୧ ନମ୍ବର ରଖି ବ୍ଲକ ଟପ୍ପର ହୋଇଛନ୍ତି। ପରୀକ୍ଷା ଫଳ ପ୍ରକାଶ ପରେ ପାଟଣା ତଥା ତୁରୁମୁଙ୍ଗା ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି।

ସୁମିତ ତୁରୁମୁଙ୍ଗା ଗାଁର ଯୁଗଜ୍ୟୋତି ପୃଷ୍ଟି ଓ ଆରତୀ ପୃଷ୍ଟିଙ୍କ ପୁଅ। ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସେ ବେଶ ଉତ୍ସାହିତ ହେବା ସହ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଏବଂ ବାପା ମାଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି। ସେ ଅଗାମୀ ଦିନରେ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଆଇଆଇଟି)ରେ ପଢ଼ିବେ ଲକ୍ଷ୍ୟ ରଖିଛନ୍ତି। ଅନ୍ୟପଟେ ବ୍ଲକରେ ସୁମିତ ଟପ୍ପର ହୋଇଥିବାରୁ ତୁରୁମୁଙ୍ଗା ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ଅଞ୍ଚଳବାସୀ ସୁମିତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.