ମୁହଁ ଖୋଲିଲେ ସୁମିତ ମାହେଶ୍ୱରୀ-'ପବିତ୍ର ପୁନିଆ ମୋ ସ୍ତ୍ରୀ, ପାରସ୍ ତାଙ୍କର ଏକ୍ସ ବଏଫ୍ରେଣ୍ଡ, ତଲାକ୍ ପରେ ସେ ଏଜାଜ୍ ଖାନଙ୍କ ସହ ରହିପାରିବେ'

Published By : Prameya-News7 Bureau | November 30, 2020 IST

ମୁମ୍ବାଇ ୩୦/୧୧ : ଟିଭି ରିୟାଲିଟି ଶୋ' ବିଗ୍ ବସ୍-୧୪ରେ ପବିତ୍ର ପୁନିଆଙ୍କୁ କମ ଭୋଟ ମିଳିଥିବାରୁ ତାଙ୍କୁ ଶୋ'ରୁ ଇଲିମିନେଟ କରିଦିଆଯାଇଛି। ଶୋ' ସମୟରେ ପବିତ୍ର ଏକ୍ସ ବଏଫ୍ରେଣ୍ଡ ପାରସଙ୍କୁ ବ୍ରେକଅପର କାରଣ କହିଥିଲେ। ପାରସ୍ କହିଥିଲେ ଯେ ପବିତ୍ର ତାଙ୍କ ସହ ସମ୍ପର୍କରେ ଥିବା ପୂର୍ବରୁ ବିବାହିତା ଥିଲେ ଏବଂ ସେ ବିବାହ କଥା ଲୁଚାଇଥିଲେ। ବର୍ତ୍ତମାନ ପବିତ୍ରଙ୍କ ସ୍ୱାମୀ ସୁମିତ ମାହେଶ୍ୱରୀ କହିଛନ୍ତି ଯେ ପବିତ୍ର ତାଙ୍କୁ ୪ଥର ଧୋକା ଦେଇଛନ୍ତି। କିନ୍ତୁ ଏବେ ମଧ୍ୟ ସେମାନଙ୍କ ବିବାହ ବିଚ୍ଛେଦ ହୋଇନାହିଁ।

{"id":370353,"sizeSlug":"large"}

ପବିତ୍ରଙ୍କ ସ୍ୱାମୀ ସୁମିତ ନିକଟରେ ଏକ ୟୁଟ୍ୟୁବ ଚାନେଲ ଫିଫାଫୁଜ୍ ସହ ଇଣ୍ଟରଭ୍ୟୁରେ କଥାବାର୍ତ୍ତା ସମୟରେ ପବିତ୍ରଙ୍କ ବିରୋଧରେ ସଂଗୀନ ଆରୋପ ଲଗାଇଥିଲେ। ସୁମିତ କହିଥିଲେ ଯେ, ପାରସ ଛାବଡା, ପ୍ରତୀକ ସହଜପାଲ ଓ ଆଉ ଜଣେ ଇଣ୍ଡଷ୍ଟ୍ରି ବାହାରର ବ୍ୟକ୍ତିଙ୍କ ଯୋଗୁଁ ପବିତ୍ର ତାଙ୍କୁ ଧୋକା ଦେଇଥିଲେ। ତଥାପି ସେ ତାଙ୍କୁ ବାରମ୍ବାର କ୍ଷମା କରିଛନ୍ତି ବୋଲି ସୁମିତ କହିଥିଲେ।

{"id":370354,"sizeSlug":"large"}

ବିଗ ବସ ଶୋ' ସମୟରେ ପବିତ୍ର ପୁନିଆ ଓ ଏଜାଜ୍ ଖାନଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା। ଉଭୟ ପରସ୍ପରଙ୍କ ନିକଟତର ହୋଇଥିଲେ। ଏହାକୁ ନେଇ ସୁମିତ କହିଛନ୍ତି ଯେ ପବିତ୍ର ଏଜାଜ୍ ଖାନଙ୍କ ଫାଇଦା ଉଠାଇଛନ୍ତି। ପବିତ୍ର ଏଜାଜ୍ ଖାନଙ୍କ ସହ ଯେଉଁଭଳି ବ୍ୟବହାର କରିଛନ୍ତି ସେଥିପାଇଁ ଏଜାଜଙ୍କ ପରିବାର ବହୁତ ଦୁଃଖିତ ହୋଇଛନ୍ତି ।

{"id":370357,"width":495,"height":489,"sizeSlug":"large"}

ସୁମିତ କହିଛନ୍ତି ଏଜାଜ୍ ଖାନଙ୍କ ଜଣେ ଭଲ ଲୋକ। ସେ କହିଛନ୍ତି ପବିତ୍ର ଏଜାଜ୍ ଖାନଙ୍କ ସହ ସମ୍ପର୍କ ରଖିପାରିବେ କିନ୍ତୁ ତାଙ୍କ ଠାରୁ ଅଲଗା ହେବାପରେ। ସୁମିତ ଜଣେ ଭଲ ସ୍ୱାମୀ। ସେ ଭାବିଥିଲେ ଶୋ'କୁ ଯିବାପରେ ସ୍ତ୍ରୀ ପବିତ୍ର ସହ ତାଙ୍କର ସମ୍ପର୍କକୁ ଏକ ନୂଆ ଦିଗ ମିଳିବ। କିନ୍ତୁ ସେମିତି କିଛି ଘଟିନଥିଲା। ଓଲଟା ଏଜାଜ୍ ଖାନଙ୍କ ସହ ତାଙ୍କର ସମ୍ପର୍କ ଗଢି ଉଠିଥିଲା। ଏସବୁ ଦେଖି ସୁମିତଙ୍କ ମନକୁ ବହୁତ କଷ୍ଟ ହୋଇଛି।

{"id":370358,"sizeSlug":"large"}

ଶୋ' ସମୟରେ ପବିତ୍ର ନିଜ ଏକ୍ସ ବଏଫ୍ରେଣ୍ଡ ପାରସ ଛାବଡାଙ୍କୁ ଅପମାନଜନକ ଶବ୍ଦ କହିଥିଲେ। ପବିତ୍ରଙ୍କ କଥାରେ କ୍ଷୁବ୍ଧ ହୋଇ ପାରସ ମଧ୍ୟ ସେମାନଙ୍କ ବ୍ରେକଅପର କାରଣ କହିଥିଲେ। ସେ କହିଥିଲେ ଯେ ସେ ଆଗରୁ ଜାଣିନଥିଲେ ପବିତ୍ର ବିବାହିତା। ଦିନେ ହଠାତ ପାରସଙ୍କୁ ପବିତ୍ରଙ୍କ ସ୍ୱାମୀ ସୁମିତ ଫୋନ କରିଥିଲେ ଏବଂ କହିଥିଲେ ଯେ ଏବେ ଶୁଦ୍ଧ ପବିତ୍ରଙ୍କ ସହ ତାଙ୍କର ତଲାକ ହୋଇନାହିଁ।

{"id":370359,"sizeSlug":"large"}

ତଲାକ ନ ହେବା ଯାଏଁ ସେମାନେ ପରସ୍ପରଠୁ ଦୁରେଇ ରହିବା ଦରକାର। ସୁମିତ କହିଥିଲେ ପବିତ୍ରଙ୍କ ପାଇଁ ତାଙ୍କ ମନରେ ଏବେ ବି ଭଲପାଇବା ଅଛି। ଏବେ ବି ତାଙ୍କ ହାତରେ ପବିତ୍ରଙ୍କ ନାଁର ଟାଟୁ ଅଛି। ଗୋଆରେ ସେ ଯେତେବେଳେ ପାରସଙ୍କ ସହ ହୋଟେଲରେ ରହିଥିଲେ ଏବଂ ବିବାହବାର୍ଷିକୀ ପାଳନ କରିଥିଲେ ସେ ସମ୍ପର୍କରେ ଜାଣିବା ପରେ ତାଙ୍କୁ ବହୁତ କଷ୍ଟ ହୋଇଥିଲା। ଏହି ଘଟଣା ପରେ ପାରସ ଓ ପବିତ୍ରଙ୍କ ବ୍ରେକଅପ ହୋଇଥିଲା ଓ ସେମାନେ ଅଲଗା ହୋଇଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.