କର୍ଣ୍ଣାଟକ: ମାଣ୍ଡ୍ୟାର ନିର୍ଦଳୀୟ ସାଂସଦ ସୁମଲତା ବିଜେପିରେ ହେବେ ସାମିଲ, JDS ପାଖରେ ଅଛି ଏହି ଆସନ

Published By : Prameya-News7 Bureau | April 03, 2024 IST

ନୂଆଦିଲ୍ଲୀ: ଶେଷ ହେଉଥିବା ଲୋକସଭାରେ ମାଣ୍ଡ୍ୟାରୁ ନିର୍ଦଳୀୟ ସାଂସଦ ସୁମଲତା ଅମ୍ୱରୀଶ ବୁଧବାର ବିଜେପିରେ ସାମିଲ ହେବା ନେଇ ଘୋଷଣା କରିଛନ୍ତି । ଏହାସହ ଆଗାମୀ ଲୋକସଭା ନିର୍ବାଚନରେ ମାଣ୍ଡ୍ୟାରୁ ଏନଡିଏ ବର୍ତ୍ତମାନର ପ୍ରାର୍ଥୀ ଏବଂ ଜେଡିଏସ ନେତା ଏଚଡି କୁମାରସ୍ୱାମୀଙ୍କୁ ତାଙ୍କ ସମର୍ଥନ ମିଳିଛି । ଅଭିନୟ ଦୁନିଆରୁ ରାଜନୀତିକୁ ଆସିଥିବା ୬୦ ବର୍ଷୀୟ ସୁମଲତା ନିଜ ସମର୍ଥକଙ୍କୁ ସମ୍ୱୋଧିତ କରି କହିଛନ୍ତି, 'ମୁଁ ମାଣ୍ଡ୍ୟା ଛାଡ଼ିବି ନାହିଁ ଏବଂ ଆପଣମାନେ ଆଗାମୀ ଦିନରେ ମୋତେ ଏଠାରେ କାମ କରୁଥିବା ଦେଖିବାକୁ ପାଇବେ । ମୁଁ ବିଜେପିରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଛି ।'

ସୁମଲତା ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ସମର୍ଥନରେ ମାଣ୍ଡ୍ୟା ଆସନରେ କୁମାରସ୍ୱାମୀଙ୍କ ପୁଅ ନିଖିଲଙ୍କୁ ହରାଇଥିଲେ । କିନ୍ତୁ ଆଗାମୀ ଲୋକସଭା ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ପାର୍ଟି ଜେଡିଏସ ଗତ ବର୍ଷ ସେପ୍ଟେମ୍ୱରରେ ଏନଡିଏରେ ସାମିଲ ହୋଇଥିଲା ।

ପଢନ୍ତୁ: ବ୍ରହ୍ମପୁରରୁ ଭୃଗୁ ବକ୍ସିପାତ୍ର, ବଲାଙ୍ଗୀରରୁ ସୁରେନ୍ଦ୍ର ସିଂ ଭୋଇ; ୫ ଲୋକସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

ସୁମଲତା ମାଣ୍ଡ୍ୟାରୁ ସମ୍ୱୋଧିତ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସବୁବେଳେ ସେ ବିଜେପି ନେତାଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ନିର୍ଦଳୀୟ ପ୍ରାର୍ଥୀ ହୋଇ ସତ୍ତ୍ୱେ ମାଣ୍ଡ୍ୟା ପାଇଁ କେନ୍ଦ୍ର ସରକାର ବହୁ ଅନୁଦାନ ଦେଇଛନ୍ତି । ସେ କହିଛନ୍ତି, 'ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋତେ କହିଥିଲେ ଯେ ବିଜେପିକୁ ମୋର ଆବଶ୍ୟକତା ଅଛି ଏବଂ ମୋତେ ପାର୍ଟି ନ ଛାଡ଼ିବା ପାଇଁ ଅନୁରୋଧ କରିଥିଲେ, ଯେଉଁଥି ପାଇଁ ମୁଁ ତାଙ୍କୁ ସମ୍ମାନ କରିବାର ହିଁ ଥିଲା ।' 

ସୁମଲତାଙ୍କ ଅନୁସାରେ ବିଜେପି ତାଙ୍କୁ ଅନ୍ୟ କୌଣସି ଆସନରୁ ନିର୍ବାଚନ ଲଢିବା ପାଇଁ ପ୍ରସ୍ତାବ ଦେଇଥିଲା । କିନ୍ତୁ ସେ ପ୍ରସ୍ତାବକୁ ଅସ୍ୱୀକାର କରିଥିଲେ କାରଣ ମାଣ୍ଡ୍ୟାର ବୋହୂ ହୋଇଥିବା କାରଣରୁ ଏହି ଜିଲ୍ଲା ସହ ଯୋଡ଼ି ରହିବାକୁ ଚାହୁଁଥିଲେ । 

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.