Sum Ultimate ର ସିଏମଇ ଆଲୋଚନାଚକ୍ର, ସାମିଲ୍ ହେଲେ ଡାକ୍ତର ଓ ସ୍ୱେଚ୍ଛାସେବୀ
18/03/2023 at 11:53 AM

ଭଦ୍ରକ ୧୮।୦୩ : ସମ୍ ଅଲଟିମେଟରେ ସିଏମ୍ଇ ଆଲୋଚନାଚକ୍ର । ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଆଲୋଚନା ଗୃହରେ ଭାରତୀୟ ମେଡିକାଲ ଆସୋସିଏସନ୍ ସହଯୋଗରେ ସମ୍ ଅଲ୍ଟିମେଟ୍ ମେଡିକେୟାର ତରଫରୁ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ଚିକିତ୍ସାଧିକାରୀ ଡକ୍ଟର ସନ୍ତୋଷ ପାତ୍ର, ସମ୍ ଅଲ୍ଟିମେଟ୍ ମେଡିକେୟାର ତରଫୁର ହୃଦରୋଗ ବିଭାଗର ସିନିୟର କନସଲଟାଣ୍ଟ ଡକ୍ଟର ବିଭୂଦତ୍ତ ମହାନ୍ତି, ଇଏନ୍ଟି ବିଭାଗର ଏଚ୍ଓଡି ଡକ୍ଟର ରାଧାମାଧବ ସାହୁଙ୍କ ସମେତ ଭାରତୀୟ ମେଡିକାଲ ଆସୋସିଏସନ୍ର କର୍ମକର୍ତ୍ତା, ରୋଟାରୀ କ୍ଲବର ସଦସ୍ୟ ଓ ବହୁ ଡାକ୍ତର ଯୋଗ ଦେଇଛନ୍ତି । ହୃଦରୋଗ ସହ ଇଏନ୍ଟିର ସଫଳ ଓ ଆଧୁନିକ ଚିକିତ୍ସା ଉପରେ ଆଲୋଚନା କରାଯାଇଛି ।

ତେବେ ସମ୍ ଅଲ୍ଟିମେଟ୍ ମେଡିକେୟାର ଚିକିତ୍ସା କ୍ଷେତ୍ରରେ ବେଶ୍ ନାମ କରିଛି । ଏହାସହିତ ସର୍ବଭାରତୀୟ କ୍ଷେତ୍ରରେ ଆଧୁନିକ ଚିକିତ୍ସା ଉପଲବ୍ଧ କରିବା ସହ ଗରିବ ଏବଂ ମଧ୍ୟବିତ୍ତବର୍ଗର ରୋଗୀଙ୍କୁ କମ୍ ଖର୍ଚ୍ଚରେ ଆଧୁନିକ ଚିକିତ୍ସା ଯୋଗାଉଥିବା ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସମ୍ ଅଲ୍ଟିମେଟ୍ ମେଡିକେୟାର ତରଫରୁ ମନୋଜ ନାରାୟଣ ବାରିକ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି ।