‘ସି ହେଲ୍‌ଥ ହିରୋଜ୍‌’ ସମ୍ମାନରେ ସମ୍ମାନୀତ ହେଲେ ସମ୍‌ ଅଲ୍ଟିମେଟ୍‌ ମେଡିକେୟାର୍‌ର ନର୍ସିଂ ସେବା ମୁଖ୍ୟ ଏନ୍‌. ଆୟେଶା

Published By : Prameya-News7 Bureau | March 26, 2023 IST

ଭୁବନେଶ୍ୱର ୨୫/୦୩: ସମ୍ ଅଲ୍ଟିମେଟ୍ ମେଡିକେୟାର୍‌ର ନର୍ସିଂ ସେବା ବିଭାଗର ମୁଖ୍ୟ ଏନ୍‌. ଆୟେଶାଙ୍କୁ ‘ସି ହେଲ୍‌ଥ୍  ହିରୋଜ୍-ରେକଗ୍‌ନାଇଜିଂ ୱିମେନ୍ ଇନ୍ ଆଲାଏଡ୍ ହେଲ୍‌ଥ୍ କେୟାର୍‌’ ସମ୍ମାନରେ ସମ୍ମାନୀତ କରାଯାଇଛି। ଶୁକ୍ରବାର ସମ୍ବାଦ ଗ୍ରୁପ୍ ପକ୍ଷରୁ ଆୟୋଜିତ ମହିଳା ଦିବସ  ‘ୱାଓ ୱିମେନ୍ -୨୦୨୩’ ପାଳନ ଅବସରରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ତାଙ୍କର ସମାଜ ପ୍ରତି ଥିବା ଉତ୍ସର୍ଗୀକୃତ ସେବା, ଅବଦାନ ଓ ଉଦ୍ୟମକୁ ସମ୍ମାନ ଜଣାଇ ‘ସି ହେଲ୍‌ଥ ହିରୋଜ୍‌’ ସମ୍ମାନ ପ୍ରଦାନ କରାଯାଇଛି।

ଏନ୍‌. ଆୟେଶାଙ୍କ ସହିତ ଅତୁଳନୀୟ ପ୍ରତିଭା ପ୍ରଦର୍ଶନ କରିଥିବା ଅନ୍ୟାନ୍ୟ ଡାକ୍ତରଖାନାର ୧୪ ଜଣ ନର୍ସିଂ ଏବଂ ସ୍ୱାସ୍ଥ୍ୟସେବା ସହଯୋଗୀ କର୍ମଚାରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଉପସ୍ଥିତ ଥିଲେ। ସେହିପରି ମୁଖ୍ୟବକ୍ତା ଭାବେ କ୍ୟାପିଟାଲ୍ ହସ୍ପିଟାଲ୍ ପିଜି ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶିକା ପ୍ରଫେସର ନିବେଦିତା ପାଣି ଏବଂ ଭୁବନେଶ୍ୱର ସ୍ଥିତ ‘ଇନ୍ଦିରା ଆଇଭିଏଫ୍ ଫର୍ଟିଲିଟି ସେଣ୍ଟର’ର ମୁଖ୍ୟ ଡାକ୍ତର ଲିପ୍‌ସା ମିଶ୍ର ଯୋଗ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.