ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ବଡ ସ୍ୱୀକୃତି, କୋଭିଡ୍ କେୟାର ପରିଚାଳନାରେ ରାଜ୍ୟର ଏକ ମାତ୍ର ହେଲ୍‌ଥ୍ କେୟାର ଭାବେ ମିଳିଲା ଶ୍ରେୟ

20/08/2021 at 8:24 PM

ଭୁବନେଶ୍ୱର, ୨୦|୦୮: ରାଜ୍ୟର ଏକମାତ୍ର ହସ୍ପିଟାଲ ଭାବେ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ବଡ ସ୍ୱୀକୃତି ପ୍ରଦାନ କରାଯାଇଛି । ସିଆଇଇ ଆଇସିଟି ପୁରସ୍କାରରେ ରନର୍ସ ଅପ୍ ହୋଇଛି ସମ୍ ଅଲ୍ଟିମେଟ୍ ମେଡିକେୟାର । ଏହି ପୁରସ୍କାର ଭାରତୀୟ ଶିଳ୍ପ ସମୁହର ଓଡିଶା ଶାଖା ତରଫରୁ କରୋନା ମୁକାବିଲାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସଂସ୍ଥାକୁ ପ୍ରଦାନ କରାଯାଇଥାଏ ।

ଭାରତୀୟ ଶିଳ୍ପ ସମୁହ ଓଡିଶା ଶାଖା ଓ ଓଡିଶା ସରକାରଙ୍କ ପ୍ରଯୁକ୍ତି ବିଦ୍ୟା ବିଭାଗ ମିଳିତ ଭାବେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।ଏହି କାର୍ଯ୍ୟକ୍ରମରେ କିପରି କରୋନା ଭାଇରସ ରୋକିବା ଦିଗରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରାଯାଏ ସେନେଇ ଆଲୋକପାତ କରାଯାଇଥିଲା । ଏହାସହ କୋଭିଡ ମୁକାବିଲାରେ ପାରଦର୍ଶିତା ଲାଭ କରିଥିବା ସଂସ୍ଥା ବା ଅନୁଷ୍ଠାନକୁ ସିଆଇଇ ଆଇସିଟି ପୁରସ୍କାର ପ୍ରଦାନ କରାଯାଇଥିଲା ।

ତେବେ ଶିଳ୍ପ ଜଗତରେ ଏହି ପୁରସ୍କାର ଜେଏସଡବଲ୍ୟୁ ପାଇଥିବା ବେଳେ ଟାଟା ଷ୍ଟିଲ୍ ଦ୍ୱିତୀୟ ରନର୍ସ ଅପ୍ ଓ ନାଲକୋ ତୃତୀୟ ରନର୍ସ ଅପ୍ ହୋଇଛି । ସେହିପରି  ସେବାକ୍ଷେତ୍ରରେ କନକୁରେଣ୍ଟ୍ ପ୍ରଥମ ରନର୍ସ ଅପ୍ ହୋଇଥିବା ବେଳେ ରାଜ୍ୟର ଏକମାତ୍ର ହେଲଥ୍ କେୟାର ଭାବେ ସମ୍ ଅଲ୍ଟିମେଟ୍ ମେଡିକେୟାର ଦ୍ୱିତୀୟ ରନର୍ସ ଅପ୍ ହୋଇଛି । ସେହିପରି ବାଟୋଇ ସିଷ୍ଟମ୍ ପ୍ରାଇଭେଟ୍ ଲିମିଟେଡ୍ ତୃତୀୟ ରନର୍ସ ଅପ୍ ହୋଇଛି ।

   Related Posts