ଆନ୍ତର୍ଜାତିକସ୍ତରର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଭୁବନେଶ୍ୱରରେ ଲୋକାର୍ପିତ ହେଲା ସମ୍ ଅଲଟିମେଟ୍ ମେଡିକେୟାର

Published By : Prameya-News7 Bureau | February 29, 2020 IST

ଭୁବନେଶ୍ୱର ୨୯।୦୨- ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ମନ୍ଦିର ମାଳିନୀ ଭୁବନେଶ୍ବରରେ ଉଦ୍‌ଘାଟନ ହେଲା ପୂର୍ବ ଭାରତର ସବୁଠାରୁ ବଡ଼ ଘରୋଇ ହସ୍‌ପିଟାଲ ସମ୍ ଅଲଟିମେଟ୍ ମେଡିକେୟାର । ରାଜ୍ୟ ତଥା ରାଜ୍ୟ ବାହାରର ଲୋକଙ୍କୁ ଆନ୍ତର୍ଜାତିକସ୍ତରର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଉଦେଶ୍ୟରେ ସୋଆ ଦ୍ବାରା ନିର୍ମିତ ଏହି ସୁପରସ୍ପେଶାଲିଟି ହସ୍ପିଟାଲକୁ ଉଦ୍ଘାଟନ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୋଆର ଏହି ଯୁଗାନ୍ତକାରୀ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ ନିମନ୍ତ୍ରିତ ଅତିଥିଗଣ ।

{"id":230964,"sizeSlug":"large"}


୨୯ ମାର୍ଚ୍ଚ ୨୦୨୦ । ପୂର୍ବ ଭାରତର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆରମ୍ଭ ହେଲା ଏକ ନୂଆ ଅଧ୍ୟାୟ । ଓଡ଼ିଶା ତଥା ଓଡ଼ିଶା ବାହାରର ଲୋକଙ୍କୁ ଆନ୍ତର୍ଜାତିକ ସ୍ତରର ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ରାଜଧାନୀ ଭୁବନେଶ୍ବରରେ ସୁପରସ୍ପେଶାଲିଟି ହସ୍ପିଟାଲ ସମ୍ ଅଲଟିମେଟ୍ ମେଡିକେୟାର ଶୁଭାରମ୍ଭ ହୋଇଛି । ଏହାକୁ ଉଦ୍ଘାଟନ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତୀ ଧର୍ମେନ୍ଦ୍ର ପ୍ରଧାନ । ସ୍ବାସ୍ଥ୍ୟସେବା ଓ ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ପୂର୍ବ ଭାରତରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଶିକ୍ଷା ଓ ଅନୁସନ୍ଧାନ, ସୋଆର ଏହି ଯୁଗାନ୍ତକାରୀ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ।

{"id":230966,"sizeSlug":"large"}

ଓଡ଼ିଶାରେ ସମ୍ ଅଲଟିମେଟ୍ ମେଡିକେୟାର ଭଳି ଏକ ଓ୍ବାନ୍ ଷ୍ଟପ୍, ନେକ୍ସଟ ଜେନେରେସନ, ମଲ୍ଟି ସୁପର ସ୍ପେଶାଲିଟି ଓ କ୍ବାର୍ଟରନାରୀ କେୟାର ହସ୍ପିଟାଲ ଯେଉଁଠାରେ କାର୍ଡିଆକ୍ ସାଇନ୍ସେସ୍, ନ୍ୟୁରୋ ସାଇନ୍ସେସ୍, କ୍ରିଟିକାଲ କେୟାର, ପଲମୋନୋଲୋଜି, ଗ୍ୟାଷ୍ଟେ୍ରା ସାଇନସେସ୍, ଜଏଣ୍ଟ ରିପ୍ଲେସମେଣ୍ଟ ଏବଂ ଅର୍ଥୋପେଡିକ୍ସ, ରେନାଲ ସାଇନ୍ସେସ୍ ଏବଂ ଅଙ୍କୋ ସାଇନ୍ସେସ୍ ଭଳି ଚିକିତ୍ସା କ୍ଷେତ୍ରରେ ସେଣ୍ଟର ଅଫ୍ ଏକ୍ସିଲେନ୍ସ ସ୍ଥାପନ କରିବାର ଯୋଜନା ରହିଛି । ଏମିତି ଏକ ଉଚ୍ଚକୋଟିର ହସ୍ପିଟାଲ ନିର୍ମାଣ କରି ରାଜ୍ୟବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିବାରୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜ ରଞ୍ଜନ ନାୟକଙ୍କୁ ପ୍ରଶଂସା କରିଥିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସମ୍ ଅଲ୍ଟିମେଟ୍ ମେଡିକେୟାର ହସ୍ପିଟାଲରେ ୧୪ଟି ମୋଡୁଲାଲ୍ ଓଟି ସହ ଟ୍ରମା ଆଇସିୟୁ ତଥା ଆନ୍ତର୍ଜାତିକ ଜ୍ଞାନକୌଶଳ ପର୍ଯ୍ୟବେଶିତ ପେଟ୍ ସିଟି ସ୍କାନ୍, ଥ୍ରୀ ଟେଲ୍ସା ଏମଆରଆଇ ଏବଂ ଏଚଡିଆର୍ ବ୍ରାଭୋସ୍ ବ୍ରାକିଥେରାପି ଭଳି ଅତ୍ୟାଧୁନିକ କ୍ୟାନ୍ସର ଚିକିତ୍ସା ପଦ୍ଧତିର ବ୍ୟବସ୍ଥା କରାଯାଇଛି । ୧୦ ଏକର ଯାଗାରେ ନିର୍ମିତ ଏହି ୯ ମହଲା ବିଶିଷ୍ଠ ନୂତନ ହସ୍ପିଟାଲ ପୂର୍ବ ଭାରତର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତନ ଆଣିବା ସହ ଭବିଷ୍ୟତରେ ଏକ ବିଶାଳ ସ୍ବାସ୍ଥ୍ୟସେବା କେନ୍ଦ୍ରରେ ପରିଗଣିତ ହେବାକୁ ଯାଉଛି ।


ପୂର୍ବରୁ ରାଜ୍ୟର ସବୁ ବର୍ଗର ଲୋକଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଆସୁଥିବା ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ଆଶାନୁରୂପକ ସଫଳତା ପରେ ପୁଣି ରାଜ୍ୟବାସୀଙ୍କୁ ଏକ ବିଶ୍ବସ୍ତରୀୟ ହସ୍ପିଟାଲ ସମ୍ ଅଲଟିମେଟ୍ ମେଡିକେୟାର ଭେଟି ଦେଇ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜ ରଞ୍ଜନ ନାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.