oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ସମ୍ ଅଲ୍ଟିମେଟ୍ ମେଡିକେୟାର ଓ ସମ୍ କୋଭିଡକୁ ‘ସିକ୍ସ ସିଗମା ହେଲ୍‌ଥ କେୟାର ଏକ୍ସିଲେନ୍ସ’ ସମ୍ମାନ

21/03/2022 at 7:50 PM

ଭୁବନେଶ୍ୱର, ୨୧/୦୩ : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍କର୍ଷତା ଓ ପୁରସ୍କୃତ ହେବା ଧାରାରେ ଆଉ ଏକ ପାଦ ଆଗେଇଛି ସମ୍‌ ଅଲ୍ଟିମେଟ୍ ମେଡିକେୟାର (ସମf) । ଶ୍ରେଷ୍ଠ ହସ୍ପିଟାଲ ଏବଂ ଶ୍ରେଷ୍ଠ ରୋଗୀ ସେବା ପ୍ରଦାନକାରୀ ଭାବେ ସମ୍ ଅଲ୍ଟିମେଟ୍‌ ମେଡିକେୟାରକୁ ୨୦୨୧ ବର୍ଷ ନିମନ୍ତେ ସମ୍ମାନ ଜନକ ସିକ୍ସ ସିଗମା ପୁରସ୍କାର ପ୍ରଦାନ କରାଯାଇଛି ।

ସେହିପରି “ବେଷ୍ଟ ସିଇଓ ଆଣ୍ଡ ଆଡମିନିଷ୍ଟ୍ରେଟର ଅଫ ଦି ଇଅର’ ଭାବେ ସମମ୍‌ର ଚିଫ ଏକ୍‌ଜିକ୍ୟୁଟିଭ ଅଫିସର ଡ. ଶ୍ୱେତପଦ୍ମା ଦାଶ ସମ୍ମାନିତ ହୋଇଥିବା ବେଳେ ଗତ ୨ ବର୍ଷ ମଧ୍ୟରେ କରୋନା ମହାମାରୀ ସମୟରେ ଶହ ଶହ ରୋଗୀଙ୍କୁ ଉନ୍ନତ ମାନର ଓ ଉତ୍ତମ ଚିକିତ୍ସା ପ୍ରଦାନ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ କୋଭିଡ ହସ୍ପିଟାଲକୁ “ବେଷ୍ଟ କୋଭିଡ ହସ୍ପିଟାଲ ଅଫ ଦି ଇଅର’ ଭାବେ ପୁରସ୍କୃତ କରାଯାଇଛି ।

ନୂଆଦିଲ୍ଲୀ ଠାରେ ଆୟୋଜିତ ସିକ୍ସ ସିଗମା ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି ଡ. ଦାଶ । ଏହି ଅବସରରେ ଏନଏବିଏଚର ସିଇଓ ଅତୁଲ କୋଚର ମଧ୍ୟ ଉପସ୍ଥିତ ଥିଲେ।

ପୂର୍ବ ଭାରତରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓସ୍କାର ପୁରସ୍କାର ଭାବେ ମନେ କରାଯାଉଥିବା ଏହି ପୁରସ୍କାର ସମ୍‌କୁ ଉପସ୍ଥାପିତ କରିଛି । ସୋଆ ପରିଚାଳିତ ସମ୍ ଏକ ୩୭୫ ଶଯ୍ୟା ଏବଂ ଆଇସିୟୁ ବିଶିଷ୍ଟ ଏକ ମଲ୍ଟିସ୍ପେଶିଆଲିଟି ଟର୍ସିଆରି ଆଣ୍ଡ କ୍ୱାଟର୍ନାରି କେୟାର ହସ୍ପିଟାଲ । ଏଠାରେ ୩୦ଟି ସ୍ପେଶିଆଲିଟି ସହିତ ୧୪ଟି ମୋଡୁଲାର ଅପରେସନ ଥିଏଟର ରହିଛି ।

ଏକ ଅଗ୍ରଣୀ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ଭାବେ ଏଠାରେ ଖ୍ୟାତି ସମ୍ପନ୍ନ ଡାକ୍ତର ଏବଂ ଉଚ୍ଚମାନର ଡାକ୍ତରୀ ସରଞ୍ଜାମ ଉପଲବ୍ଧ । ହସ୍ପିଟାଲଟି ଏନଏବିଏଚ, ଏନଏବିଏଲ ଏବଂ ଏଚସିସିପି ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହୋଇଥିବା ବେଳେ ସୁଲଭ ମୂଲ୍ୟରେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥାଏ ।

   Related Posts