ସେ।ଆ ନର୍ସିଙ୍ଗ କଲେଜରେ ଆଫଗାନିସ୍ତାନର ବର୍ଷୀୟ ବ୍ରେଶାନ ମୁସାଜାଇ: ବାଂଟିଲେ ସଫଳତାର ସୂତ୍ର

Published By : Prameya-News7 Bureau | October 05, 2018 IST

ଭୁବନେଶ୍ୱର ୫/୧୦: ସେ।ଆ ନର୍ସିଙ୍ଗ କଲେଜ୍ ତରଫରୁ ଆୟେ।ଜିତ ହେ।ଇଥିବା ଏକ କାର୍ଯ୍ୟକ୍ରମରେ ବହୁ ନାମୀଦାମୀ ବିଦେଶୀ ଅତିଥୀଗଣ ଯେ।ଗଦେଇ ନର୍ସିଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏଥିମଧ୍ୟରେ ଥିଲେ ଆଫାଗାନୀସ୍ତାନ ବ୍ରେଶାନ ମୁସାଜାଇ, ଇଣ୍ଟରନ୍ୟାସନାଲ ୟୁଥ୍ କମିଟିର ସଭାପତି ଡ଼କ୍ଟର କେ କେ ସିଂ ଏବଂ ମାଳଦୀପର  କମିଶନର ଅଫ୍ ସିଭିଲ ସର୍ଭିସେସ୍ । ଏହି ତିନି ଜଣ ଆନ୍ତର୍ଜାତୀୟ ଡ଼େଲିଗେଟସ୍ ଛାତ୍ରଛାତ୍ରୀ ମାନଙ୍କୁ ସଫଳତାର କାହାଣୀ ଶୁଣାଇଥିଲେ । ଆଜି କାର୍ଯକ୍ରମର ମୁଖ୍ୟ ଅତିଥୀ ଥିଲେ ଆଫଗାନିସ୍ତାନର ୨୮ ବର୍ଷୀୟ ବ୍ରେଶାନ ମୁସାଜାଇ । ଜନ୍ମରୁ ସେ ପେ।ଲିଓ ଆକ୍ରାନ୍ତ ଥିଲେ ବି ତାଙ୍କୁ ତିନେ।ଟି ଗୁଳି ମାରିଥିଲେ ତାଲିବାନ ଆତଙ୍କବାଦୀ ମାନେ ।  ୨୦୧୬ ମସିହାରେ ଏହି ଘଟଣା ଘଟିଥିଲା ସେ ପଢୁଥିବା ଆମେରିକାନ ୟୁନିଭରସିଟି ଅଫ୍ ଆଫଗାନସ୍ତାନରେ । ପେ।ଲିଓ ଥିବାରୁ ସେ ଦୌଡ଼ି ନପାରି ଆତଙ୍କବାଦୀଙ୍କ ଗୁଳିର ସାମ୍ନା କରିଥିଲେ । ୫ ଘଣ୍ଟାପରେ ତାଙ୍କୁ ପେ।ଲିସ୍ ଉଦ୍ଧାର କରିଥିଲା ।  ଏହି ଘଟଣା ପରେ ତାଙ୍କୁ ତାଙ୍କ ଅନେକ ଲେ।କ ଆମେରିକାରେ ରହିଯିବା ଲାଗି ପରାମର୍ଶ ଦେଇଥିଲେ । କିନ୍ତୁ  ସେଇମାନଙ୍କ ସ୍ବର ହେବାକୁ ଚାହିଁଥିଲେ ଯେଉଁମାନଙ୍କ ସ୍ବର ଆଫଗାନିସ୍ତାନରେ ଚାପି ଦିଆଯାଇଥାଏ । ଆଜି ସେ।ଆ ନର୍ସିଙ୍ଗ କଲେଜ୍ ଏକ କାର୍ଯକ୍ରମରେ ଯେ।ଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଜୀବନରେ ନ ଡ଼ରି ନ ଝୁଣ୍ଟି କିମ୍ବା କାହା ଚାପରେ ନଆସି ଆଗକୁ ବଢିବା ଲାଗି କହିଥିଲେ । ସେହିପରି  ଇଣ୍ଟରନ୍ୟାସନାଲ ୟୁଥ୍ କମିଟିର ସଭାପତି ଡ଼କ୍ଟର କେ କେ ସିଂ ଏବଂ ମାଳଦ୍ବୀପର କମିଶନର ଅଫ୍ ସିଭିଲ୍ ସର୍ଭିସେସ୍ ଡ଼କ୍ଟର ଅଲ୍ଲୀ ଶମିମ୍ ଯେ।ଗ ଦେଇଥିଲେ । ୨୭ ବର୍ଷୀୟ କେ କେ ସିଂ  ଗରୀବ ପରିବାରରୁ ଆସି ସଫଳତାର ସିଡ଼ି ଚଢିବା ପାଇଁ ଅନେକ ସଂଘର୍ଷ କରିଛନ୍ତି । ୨୦୧୭ ମସିହାରେ  ଆନ୍ତର୍ଜାତିକ  ସ୍ତରରେ ପ୍ରତିଭାବାନ  ଯୁବପ୍ରତିଭା ଭାବେ ପରିଚିତ ପାଇଥିବା ଡ଼କ୍ଟର କେ କେ ସିଂ କୌଣସି ପରିସ୍ଥିତିରେ ହତେ।ତ୍ସାହିତ  ହେବା ଉଚିତ୍ ନୁହେଁ  ବେ।ଲି କହିଥିଲେ । ନିଜକୁ ଯେଉଁ କାମ ଦିଆଯାଉଛି ସେ କାମ ନିଜେ କରିବା ଉଚିତ୍ । ସଫଳତା ବା ବିଫଳାତାର ମାନେ କିଛି ନାହିଁ ବେ।ଲି ସେ କହିଥିଲେ । ସେହିପରି ଡ଼କ୍ଟର ଅଲ୍ଲୀ ସମିମ୍ ଙ୍କ ମତରେ ମାଳଦୀପ ବୁଡ଼ିଯିବ ଯଦି ବିଶ୍ବ ଜଳବାୟୁ ପରିବର୍ତନକୁ ରେ।କାନଯିବ ବେ।ଲି କହିଥିଲେ । ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଲାଗି ବହୁ ଶିକ୍ଷଣୀୟ ଥିଲା । ସ୍କୁଲ ଅଫ୍ ନର୍ସିଂ କଲେଜ୍ ର ଆଡ଼ିସନାଲ ଡ଼ିନ୍ ଡ଼କ୍ଟର ପ୍ରଭାତୀ ତ୍ରୀପାଠି, ଛାତ୍ର ମଙ୍ଗଳ ଡ଼ିନ୍ ଡ଼କ୍ଟର ଜ୍ୟେ।ତିରଞ୍ଜନ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଯେ।ଗଦେଇଥିଲେ । ଏହି ଅବସରରେ ତାଙ୍କୁ ନର୍ସିଙ୍ଗ କଲେଜ୍ ପକ୍ଷରୁ ସମ୍ମାନିତ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.