Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭେଟେରାନ ବଲିଉଡ୍ ଅଭିନେତ୍ରୀ ସୁଲୋଚନା ଲାଟକରଙ୍କର ପରଲୋକ

4/06/2023 at 9:26 PM

ମୁମ୍ବାଇ: ଭେଟେରାନ ବଲିଉଡ୍ ଅଭିନେତ୍ରୀ ଓ ମରାଠି ଫିଲ୍ମ ଅଭିନେତ୍ରୀ ସୁଲୋଚନା ଲାଟକରଙ୍କର ପରଲୋକ ହୋଇଛି। ମୁମ୍ବାଇର ସୁଶ୍ରୁଶ ହସ୍‌ପିଟାଲ୍‌ରେ ଚିକିତ୍ସିତ ଅବସ୍ଥାରେ ୯୪ ବର୍ଷ ବୟସରେ ଆଖି ବୁଜିଛନ୍ତି ସୁଲୋଚନା। ବାର୍ଦ୍ଧକ୍ୟ ଜନିତ ରୋଗ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆସନ୍ତାକାଲି ଦାଦର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।  

ସୁଲୋଚନାଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ତାଙ୍କ ଝିଅ କାଞ୍ଚନ ଘାନେକର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ମିଡିଆକୁ ସୂଚନା ଦେଇଥିଲେ। ତାଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଓ ବାର୍ଦ୍ଧକ୍ୟଜନିତ ରୋଗ ପାଇଁ ତାଙ୍କୁ ହସ୍‌ପିଟାଲ୍‌କୁ ଅଣାଯାଇଥିଲା ବୋଲି ତାଙ୍କ ଝିଅ କାଞ୍ଚନ କହିଥିଲେ। ଡାକ୍ତରଖାନାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଯାଇଥିଲା। ଶେଷରେ ଆଜି ତାଙ୍କର ବିୟୋଗ ହୋଇଛି।

ପଢ଼ନ୍ତୁ- ହୃଦ୍‌ଘାତରେ ଚାଲିଗଲା କନ୍ନଡ ଅଭିନେତା ନିତିନ୍‌ ଗୋପୀଙ୍କ ଜୀବନ, ୩୯ ବର୍ଷରେ ଦୁନିଆକୁ କହିଲେ ଅଲବିଦା

SDP Saraswati Bai Dadasaheb Phalke Award 2019

ଗତ ମାର୍ଚ୍ଚ ମାସରେ ସୁଲୋଚନାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୩ ସପ୍ତାହ ଧରି ଚିକିତ୍ସିତ ହେବା ପରେ ସେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଥିଲେ। ଖ୍ୟାତନାମା ଅଭିନେତ୍ରୀ ସୁଲୋଚନା ଲାଟକର ନାୟିକା ହୁଅନ୍ତୁ ଅବା ଅନ୍ୟ ମୁଖ୍ୟ ଚରିତ୍ର ସେ ପ୍ରାୟ ୫୦ରୁ ଅଧିକ ମରାଠୀ ଫିଲ୍ମରେ ଅଭିନୟ କରିଛନ୍ତି। ସେହିପରି ୨୫୦ରୁ ଅଧିକ ହିନ୍ଦୀ ସିନେମାରେ ସେ ଅଭିନୟ କରି ଖୁବ୍ ଲୋକପ୍ରିୟ ହୋଇଥିଲେ।

Sulochana Latkar Archives - हिंदी पथ

୪୦ ଦଶକରେ ସୁଲୋଚନା ମରାଠୀ ଫିଲ୍ମରୁ ତାଙ୍କ ଅଭିନୟ କ୍ୟରିୟର ଆରମ୍ଭ କରିଥିଲେ। ମରାଠୀ ଫିଲ୍ମର ଗୋଟିଏ ପରେ ଗୋଟିଏ ହିଟ୍‌ ସିନେମା ଦେବା ପରେ ସେ ବଲିଉଡ୍‌ର ପାଦ ଥାପିଥିଲେ। ସୁଲୋଚନାଙ୍କର କିଛି ଲୋକପ୍ରିୟ ସିନେମା ହେଲା ସତୀ ଅନୁଶୂୟା, ସାଧି ମାନ୍‌ସେ, ସଙ୍ଗତେ ଆଇକା, ମରାଠୀ ଟିଟୁକା ମେଲାଭା, ମୀଟ ଭାକର, ଭାହିନୀଚ୍ୟା ଭାଙ୍ଗଦ୍ୟା, ଧାକ୍ତି ଜାଓ, ଅବ ଜିଲ୍ଲୀ ଦୁର ନେହଁ, ସୁଜାତା , ଆୟେ ଦିନ ବାହାର କେ, ଦିଲ ଦେକେ ଦେଖୋ, ଅଶା। ସେହିପରି ମଜବୁର, ନଇ ରୋଶନୀ, ଆୟୀ ମିଲନ କି ବେଲା, ଗୋରା ଔର କାଲା, ଦେବର, ବନ୍ଦିନୀ ଭଳି ଫିଲ୍ମ ଅନ୍ୟତମ ।

ପଢ଼ନ୍ତୁ – ପପୁଲାର ଅଭିନେତା-ନିର୍ଦ୍ଦେଶକ ଅମୀର ରଜା ହୁସେନ୍‌ଙ୍କ ଦେହାନ୍ତ, ୬୬ ବର୍ଷରେ ତ୍ୟାଗ କଲେ ଶେଷ ନିଶ୍ଵାସ

Goldenframes: Sulochana Latkar- The Etimes Photogallery Page 7

   Related Posts