ବଲାଙ୍ଗୀରର ପ୍ରସିଦ୍ଧ ଶୁଲିଆ ଯାତ୍ରା, ରକ୍ତରଞ୍ଜିତ ହେବ ଶୁଲିଆ ପୀଠ
27/12/2022 at 7:59 AM

ବଲାଙ୍ଗୀର ୨୭।୧୨: ଆଜି ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ଶୁଲିଆ ଯାତ୍ରା । ଦେଓଗାଁ ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଖଇର ଗୁଡ଼ାର ବଡ଼ ଖଳା ଓ ସାନ ଖଳାରେ ଶୁଲିଆ ଯାତ୍ରା ଅନୁଷ୍ଠିତ ହେବ।
ତେବେ ମଧ୍ୟରାତ୍ରିରୁ ନିଶି ପୂଜା ସରିଥିବା ବେଳେ ଆଉ କିଛି ସମୟ ପରେ ବଡ଼ଖଳାଠାରେ ଆରମ୍ଭ ହେବ ପୂଜା। ଶୁଲିଆ ମୁଖ୍ୟ ପୂଜକ ସୋମନାଥ ଦେହୁରୀ ପୂଜା କରିବେ। ପରେ ବଳି ପଡ଼ିବ । ଦିନ ତମାମ ଏହି ବଳିଯାତ୍ରା ଚାଲିବ। ଶୁଲିଆ ଯାତ୍ରାରେ ମାନସିକ ଧାରୀମାନେ ଛେଳି, କୁକୁଡ଼ା, ପାରା , ମେଣ୍ଢା ଓ ମଇଁଷି ଆଦି ବଳି ଦେଇଥାନ୍ତି। ସମଗ୍ର ପଶ୍ଚିମ ଓଡ଼ିଶା ସହ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ଝାଡ଼ଖଣ୍ଡ, ଛତିଶଗଡ଼ରୁ ମଧ୍ୟ ଭକ୍ତ ଏହି ଯାତ୍ରା ଦେଖିବାକୁ ଆସିଥାନ୍ତି। ଲକ୍ଷାଧିକ ଲୋକଙ୍କ ସମାଗମ ହେବାକୁ ଥିବାବେଳେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
Related Posts
ଆମ୍ବୁଲାନ୍ସକୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ
31 January 2023
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023