ନିବେଶକଙ୍କ ପାଇଁ ଏହି କମ୍ପାନୀ ଆଣୁଛି ଆଇପିଓ: ଦେଶରେ ବିକ୍ରି କରୁଛି ସବୁଠୁ ଅଧିକ ମଦ
8/12/2022 at 5:41 PM

ନୂଆଦିଲ୍ଲୀ, ୮/୧୨: ମଦ ତିଆରି କରୁଥିବା କମ୍ପାନୀ ଏବେ ନିବେଶକଙ୍କୁ ଆୟର ସୁଯୋଗ ଦେବାକୁ ଯାଉଛି। ସୁଲା ଓ୍ବାଇନୟାର୍ଡସ ଆସନ୍ତା ସପ୍ତାହରେ ଏହାର ଆଇପିଓ ଆଣିବାକୁ ଯାଉଛି। ଏହି ଆଇପିଓ ୯୬୦.୩୫ କୋଟି ହେବ। ଆସନ୍ତା ସପ୍ତାହରେ ଖୋଲିବାକୁ ଯାଉଥିବା ଏହି ଆଇପିଓ ସଂପୂର୍ଣ୍ଣ ଭାବରେ ଅଫର୍ ଫର୍ ସେଲ୍ ହେବ।
ଓ୍ବାଇନ ପ୍ରସ୍ତୁତକାରୀ କମ୍ପାନୀ ସୁଲା ଓ୍ବାଇନୟାର୍ଡସର ଆଇପିଓ ୧୨ ଡିସେମ୍ବରରେ ଖୋଲିବ। ଏଥିପାଇଁ କମ୍ପାନୀ ଜୁଲାଇ ୨୦୨୨ ରେ ମାର୍କେଟ ରେଗୁଲେଟର (ସେବି) ନିକଟରେ ଡ୍ରାଫ୍ଟ ଜମା କରିଥିଲା।କମ୍ପାନୀ ଆଇପିଓ ପାଇଁ ଏହାର ଶେୟାର ପ୍ରାଇସ ନିଶ୍ଚିତ କରିଛି। ଏହା ୩୪୦-୩୫୭ ଟଙ୍କା ପ୍ରତି ଶେୟାର ରଖାଯାଇଛି। ସୂଚନା ଅନୁଯାୟୀ, ଏହାର ଲଟ୍ ସାଇଜ୍ ୪୨ ଶେୟାର ରହିବ।
ସୂଚନାଯୋଗ୍ୟ, ସୁଲା ଓ୍ବାଇନୟାର୍ଡସର ୧୯୯୬ ରେ ସ୍ଥାପିତ ହୋଇଥିଲା। ମଦ ତିଆରି ଏବଂ ବିକ୍ରି ମାମଲାରେ ଗତ ବର୍ଷ ୨୦୨୧ ରେ କମ୍ପାନୀ ସବୁଠୁ ଆଗରେ ରହିଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ଏହାର ରାଜସ୍ବ ୪୫୩.୯୨ କୋଟି ଟଙ୍କା ଏବଂ ନେଟ୍ ପ୍ରଫିଟ୍ ୫୨.୧୪ କୋଟି ଟଙ୍କା ରହିଥିଲା। ନାସିକ ସ୍ଥିତ ଏହି କମ୍ପାନୀ ରାସା, ଡିଣ୍ଡୋରୀ, ଦ ସୋର୍ସ, ସଟୋରୀ, ମଦେରା ଏବଂ ଦୀୟା ସହ ପ୍ରାୟ ୧୩ ବ୍ରାଣ୍ଡ୍ ନାଁରେ ୫୬ ଟି ଲେବଲର ଓ୍ବାଇନ ତିଆରି କରିଥାଏ।