ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତିଙ୍କ କନ୍ୟା ଛାଡିବେ ଇସ୍ଲାମ, କହିଲେ ଗ୍ରହଣ କରିବେ ହିନ୍ଦୁ ଧର୍ମ

Published By : Prameya-News7 Bureau | October 23, 2021 IST

ଜାକାର୍ତ୍ତା ୨୩।୧୦ : ଇଣ୍ଡୋନେସିଆ ପ୍ରଥମ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ କନ୍ୟା ସୁକମାବତୀ ସୁକର୍ଣ୍ଣ ପୁତ୍ରୀ ଇସ୍ଲାମ ଧର୍ମ ଛାଡି ହିନ୍ଦୁତ୍ୱ ଗ୍ରହଣ କରିବେ ବୋଲି ଘୋଷଣା କରିଛନ୍ତି। ଆସନ୍ତା ୨୬ ଅକ୍ଟୋବର ମଙ୍ଗଳବାର ଦିନ ପୂର୍ଣ୍ଣ ବିଧିବିଧାନ ପୂର୍ବକ ସେ ହିନ୍ଦୁ ଧର୍ମଗ୍ରହଣ କରିବାକୁ ଥିବା ବେଳେ ତାଙ୍କର ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ୭୦ ବର୍ଷ ବୟସରେ ପୁଣି ହିନ୍ଦୁ ଧର୍ମକୁ ଫେରିବା ଲାଗି ସୁକମାବତୀଙ୍କ ନିଷ୍ପତ୍ତିକୁ ତାଙ୍କ ୩ ସନ୍ତାନ ମଧ୍ୟ ସହମତି ପ୍ରଦାନ କରିଛନ୍ତି।

wp:embed {"url":"https://twitter.com/harshmadhusudan/status/1451558013571985415","type":"rich","providerNameSlug":"twitter","responsive":true}
https://twitter.com/harshmadhusudan/status/1451558013571985415
/wp:embed

ଧର୍ମ ପରିବର୍ତ୍ତନ ଲାଗି ବାଲିରେ ବଙ୍ଗ କର୍ଣ୍ଣୋଙ୍କ ମା ନ୍ୟୋମନ ରାୟ ଶ୍ରୀମବେନଙ୍କ ଘରେ ସୁଧି ବଦାନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସୁକମାବତୀଙ୍କ ଏହି ନିଷ୍ପତ୍ତିକୁ ବଙ୍ଗୋ କର୍ଣ୍ଣୋଙ୍କ ପରିବାରର ମେଘାବତୀ ସୁକର୍ଣ୍ଣୋ ପୁତ୍ରୀ, ଗୁଣ୍ଟୁର ସୋକର୍ଣ୍ଣ ପୁତ୍ର ଓ ଗୁରୁହ ସୁକର୍ଣ୍ଣ ପୁତ୍ର ସ୍ୱାଗ ତକରିଥିବା ବେଳେ ଏହା ପରିବାର ପ୍ରତି ଭଗବାନଙ୍କ ଆଶିର୍ବାଦ ବୋଲି କହିଛନ୍ତି। ଏଥିଲାଗି ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମକୁ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋଭି ଓ ଇଣ୍ଡୋନେସିଆ ମନ୍ତ୍ରୀମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯାଇଛି।

{"id":531924,"sizeSlug":"full","linkDestination":"none"}

ପ୍ରସଙ୍ଗରେ ଆର୍ଯ୍ୟ ଦେବକର୍ଣ୍ଣ କହିଛନ୍ତି ଯେ ସୁକମାବତୀ ପୁଣି ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କରିବା ଅର୍ଥାତ ନିଜ ପୈତୃକ ଧର୍ମଗ୍ରହଣ କରିବା ତାଙ୍କ ଅଧିକାର । ସୁକମାବତୀଙ୍କ ଜେଜେ ମା ଇଦା ଆୟୁ ନ୍ୟୋମନ ରାୟ ଶ୍ରୀମ୍ବେନ୍ ବାଲି ସିଙ୍ଗରାଜା, ବୁଲେଲେଙ୍ଗ ରିଜେନ୍ସୀର ଓ ସେ  ମଧ୍ୟ ହିନ୍ଦୁ। ଏଣୁ ରାଜଧାନୀ ଜାକାର୍ତ୍ତା ବଦଳେ ସେ ବାଲିରେ ସ୍ୱଧର୍ମ ପ୍ରତ୍ୟାବର୍ତ୍ତନ ଲାଗି ସ୍ଥିର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.