ସୁକିନ୍ଦା ବିଧାନସଭା ନିର୍ବାଚନୀ ମାମଲା, ବିଧାୟକ ପ୍ରଦୀପ ବଳସାମନ୍ତଙ୍କୁ ହାଇକୋର୍ଟଙ୍କ ନୋଟିସ୍

Published By : Prameya-News7 Bureau | July 29, 2024 IST

କଟକ ୨୯।୦୭ : ସୁକିନ୍ଦା ବିଧାନସଭା ନିର୍ବାଚନୀ ମାମଲା । ବିଧାୟକ ପ୍ରଦୀପ ବଳସାମନ୍ତଙ୍କୁ ନୋଟିସ୍‌ ଜାରି କରିଲେ ହାଇକୋର୍ଟ । ସେପ୍ଟେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।ଅପରାଧିକ ମାମଲା ଓ ଶିକ୍ଷାଗତ ଯୋଗ୍ୟତା ବାବଦରେ ମିଥ୍ୟା ସତ୍ୟପାଠନ ଦେଇଥିବାର ହୋଇଥିଲା ଅଭିଯୋଗ ।  

ଖବର ଅନୁଯାୟୀ, ପ୍ରଦୀପ ବଳସାମନ୍ତଙ୍କ ନାଁରେ ମିଥ୍ୟା ସତ୍ୟାପାଠ ପ୍ରଦାନ କରିଥିବା ଅଭିଯୋଗ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ୨୦୨୪ ବିଧାନସଭା ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ ବେଳେ ଶ୍ରୀ ବଳସାମନ୍ତ ଅନେକ ତଥ୍ୟ ଲୁଚାଇଥିବା ଅଭିଯୋଗ କରି ହାଇକୋର୍ଟକୁ ଆସିଥିଲା ମାମଲା । ଯାହାର ଶୁଣାଣି କରି ହାଇକୋର୍ଟ ବିଧାୟକ ପ୍ରଦୀପ ବଳସାମନ୍ତଙ୍କୁ ନୋଟି ଜାରି କରିଛନ୍ତି । ଆଉ ସେପ୍ଟେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ହାଇକୋର୍ଟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

  • High Court
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.