ସୁଖବିନ୍ଦର ସିଂ ସୁଖୁ ହେବେ ହିମାଚଳର ନୂତନ ମୁଖ୍ୟମନ୍ତ୍ରୀ, କିଛି ସମୟ ପରେ ଆନୁଷ୍ଠାନିକ ଘୋଷଣା
10/12/2022 at 5:19 PM

ଶିମଲା: ହିମାଚଳ ପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି ସୁଖବିନ୍ଦର ସିଂହ ସୁଖୁ। କଂଗ୍ରେସ ହାଇକମାଣ୍ଡ ତାଙ୍କ ନାମରେ ମୋହର ମାରିଛନ୍ତି। ଗୁଲବର୍ଗାରେ ହିମାଚଳ ପ୍ରଦେଶ ପ୍ରଭାରୀ ରାଜୀବ ଶୁକ୍ଳା ଏବଂ ପର୍ଯ୍ୟବେକ୍ଷକ ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ଆଲୋଚନା କରିଛନ୍ତି। ଏହା ପରେ ଖଡଗରେ ଗାନ୍ଧୀ ପରିବାର ସହ ବିଚାର ବିମର୍ଶ କରି ସୁଖୁଙ୍କ ନାଁ ଉପରେ ମୋହର ମାରିଛନ୍ତି। ପାର୍ଟି ପକ୍ଷରୁ କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି। ବିଧାନସଭା ପରିସର ଶିମଲାରେ କଂଗ୍ରେସ ବିଧାୟକ ଦଳର ବୈଠକ ଆରମ୍ଭ ହୋଇ ଯାଇଛି। ବୈଠକ ପରେ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରାଯିବ।
ଏହା ପୂର୍ବରୁ ନିର୍ବାଚନ ପର୍ଯବେକ୍ଷକ ତଥା ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା ଏବଂ ହିମାଚଳ ପ୍ରଦେଶର କଂଗ୍ରେସ ପ୍ରଭାରୀ ରାଜୀବ ଶୁକ୍ଳା ଶିମଲାର ଚୌଡା ମଇଦାନ ସ୍ଥିତ ସିସିଲ ହୋଟେଲ୍ରେ ପ୍ରତିଟି ବିଧାୟକଙ୍କୁ ଏକାକୀ ଭେଟିଛନ୍ତି।
ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପଦ ଦୌଡରେ ସୁଖବିନ୍ଦର ସିଂହଙ୍କ ସମେତ ଅନେକ ନାମ ସାମିଲ ଥିଲେ। ମଣ୍ଡିରୁ ସାଂସଦ ପ୍ରତିଭା ସିଂ ମଧ୍ୟ ନିଜକୁ ମୁଖ୍ୟମନ୍ତ୍ରୀ ପଦ ଦୌଡରେ ଥିବା ସଙ୍କେତ ଦେଇଥିଲେ। ହେଲେ ହିମାଚଳ ପ୍ରଦେଶର ୪୦ ବିଧାୟକଙ୍କ ମଧ୍ୟରୁ ଅଧିକାଂଶ ସୁଖବିନ୍ଦର ସିଂଙ୍କୁ ସମର୍ଥନ କରିଛନ୍ତି। ତାଙ୍କୁ ଅତି କମରେ ୨୫ ବିଧାୟକଙ୍କ ସମର୍ଥନ ମିଳିଛି।