ପଞ୍ଜାବ ୦୪/୧୨: ପଞ୍ଜାବର ଅମୃତସରର ଗୋଲଡେନ୍ ମନ୍ଦିର କମ୍ପ୍ଲେକ୍ସରେ ଗୁଳିମାଡ । ଅଳ୍ପକେ ବର୍ତ୍ତିଲେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲ । ପଞ୍ଜାବ ଶିରୋମଣି ଅକାଳୀ ଦଳ (SAD) ନେତା ସୁଖବୀର ସିଂ ବାଦଲଙ୍କ ଉପରକୁ ଗୁଳିମାଡ଼ ହେବାର ସୂଚନା ମିଳିଛି । କୁହାଯାଉଛି ଯେ ଜଣେ ବ୍ୟକ୍ତି ମନ୍ଦିରର ଫାଟକରେ ତାଙ୍କ ଉପରକୁ ଗୁଳିମାଡ କରିଥିଲେ।
ଆତତାୟୀ ଗୁଳିମାଡ କରିବା ମାତ୍ରେ ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତାଙ୍କୁ ଧରିପକାଇଥିଲେ। ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ତା ନିକଟରୁ ଏକ ପିସ୍ତଲ ମଧ୍ୟ ଉଦ୍ଧାର କରାଯାଇଛି। ଅଭିଯୁକ୍ତଙ୍କ ନାମ ନାରାୟଣ ସିଂ ଚୌରା ବୋଲି କୁହାଯାଉଛି । ସିଏ ଖାଲସା ଦଳ ସହ ଜଡିତ ବୋଲି ଜଣାପଡିଛି ।
#WATCH | Punjab: Visuals from Golden Temple in Amritsar where a bullet was fired at SAD leaders, including party chief Sukhbir Singh Badal. pic.twitter.com/FsKOzmvcxt
— ANI (@ANI) December 4, 2024
ସୂଚନାଥାଉକି, ଆକ୍ରମଣକାରୀ ବାବର ଖାଲସା ଇଣ୍ଟରନ୍ୟାସନାଲ (ବି.କେ.ଆଇ) ର ପୂର୍ବତନ ସଦସ୍ୟ ବୋଲି ଜଣାପଡିଛି । କୁହାଯାଉଛି ଯେ ସେ ୧୯୮୪ରେ ପାକିସ୍ତାନ ଯାଇଥିଲେ । ପାକିସ୍ତାନରୁ ପଞ୍ଜାବକୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଚୋରା ଚାଲାଣ କରୁଥିଲେ । ଆକ୍ରମଣକାରୀ ମଧ୍ୟ ଗରିଲା ଯୁଦ୍ଧ ବିଷୟରେ ଏକ ପୁସ୍ତକ ଲେଖିଥିବା ଜଣାଯାଇଛି। ସେ ବୁରାଇଲ ଜେଲ ଭାଙ୍ଗିବା ମାମଲାରେ ଜଣେ ଅଭିଯୁକ୍ତ ଏବଂ ପଞ୍ଜାବ ଜେଲରେ ମଧ୍ୟ ତାଙ୍କ ଦଣ୍ଡ ଭୋଗୁଛନ୍ତି ।