ମୁମ୍ଵାଇ ୨୨।୦୧: ଦିଲ୍ଲୀର ତିହାର ଜେଲରେ ରହୁଥିବା ମହାଠକ ସୁକେଶ ଚନ୍ଦ୍ରଶେଖର। ବର୍ତ୍ତମାନ ତାଙ୍କ ନୂଆ ଚିଠିକୁ ନେଇ ବଡ ଖୁଲାସା ହୋଇଛି । ଯାହା ଜ୍ୟାକଲିନ୍ ଏବଂ ନୋରକୁ ମଧ୍ୟରେ। ସୁକେଶ ଚିଠିରେ ଲେଖିଛନ୍ତି ଜ୍ୟକଲିନ୍ ତାଙ୍କ ଭିତରେ ବଢୁଥିବା ସମ୍ପର୍କ ଉପରେ ରାଗି ଯାଇଥିଲେ ନୋରା। ନୋରା ଚାହୁଁଥିଲେ ସେ ଜ୍ୟାକଲିନ୍ଙ୍କୁ ଛାଡି ଦିଅନ୍ତୁ। ଏଥିପାଇଁ ସେ ଦିନକୁ ଦଶ –ଦଶ ଥର କଲ କରୁଥିଲେ। ମନା କରିବା ପରେ ବି ନୋରା ତାଙ୍କ ହଇରାଣ କରୁଥିଲେ।
ସୁକେଶ ତାଙ୍କ ଚିଠିରେ ଲେଖିଛନ୍ତି ଯେ ଜ୍ୟାକଲିନ ଏବଂ ମୋର ଭଲ ସମ୍ପର୍କ ଥିଲା। ଏହି କାରଣରୁ ନୋରା ଜ୍ୟାକଲିନଙ୍କୁ ଇର୍ଷା କରୁଥିଲେ। ମୋତେ ଜ୍ୟାକଲିନକୁ ନେଇ ଉସ୍କାଉଥିଲେ। ନୋରା ଚାହୁଁଥିଲେ ଯେ ମୁଁ ଜ୍ୟାକଲିନ୍ଙ୍କୁ ନୋରା ଛାଡି ତାଙ୍କ ସହ ସମ୍ପର୍କରେ ରୁହେ । ସେଥିରେ ନିକ୍କି ତାମ୍ଵୋଲି ଏବଂ ଚାହାତ ଖନ୍ନାଙ୍କ ବିଷୟରେ ବି ଲେଖା ହୋଇଛି । ଦୁହେଁ ମୋର ବୃତ୍ତିଗତ ସହଯୋଗୀ ଥିଲେ ଏବଂ ମୋ ପ୍ରଡକ୍ସନରେ କାମ କରିବାକୁ ଯାଉଥିଲେ ।
ଚିଠିରେ ସୁକେଶ ନୋରାଙ୍କ ଜ୍ୟାକଲିନଙ୍କ ବିରୋଧରେ ଅଭିଯୋଗକୁ ମନଗଢା କାହାଣୀ କହିଛନ୍ତି। ନୋରା ଇଡି ସାମ୍ନାରେ ଏବଂ EOW ସାମ୍ନାରେ ଭିନ୍ନ ବିବୃତ୍ତି ଦେଇଛନ୍ତି । ଯାହା ପ୍ରମାଣ କରେ ଯେ ସେ କାହାଣୀ ବତାଉଛନ୍ତି। ନୋରା ମିଛ କହିଛନ୍ତି ଯେ ସେ ମୋ ଠାରୁ କାର ନେବାକୁ ଚାହୁଁନାହାଁନ୍ତି। ଯେତେବେଳେ ସେ ମୋତେ ଭେଟିଥିଲେ, ତାଙ୍କ ପାଖରେ ଏକ ଦାମୀ କାର୍ ନଥିଲା, ତା’ପରେ ଆମେ ଏକ ବିଳାସପୂର୍ଣ୍ଣ କାର୍ ଚୟନ କଲୁ ଯାହାର ସ୍କ୍ରିନସଟ୍ ED ପାଖରେ ଅଛି । ପ୍ରକୃତ କଥା ହେଉଛି ମୁଁ ତାଙ୍କୁ ରେଞ୍ଜ ରୋଭର ଦେବାକୁ ଚାହୁଁଥିଲି। କିନ୍ତୁ ଏହା ଷ୍ଟକରେ ନଥିଲା, ତେଣୁ ମୁଁ ତାଙ୍କୁ ଏକ ଏସ ସିରିଜ୍ର BMW କାର୍ ଉପହାର ଦେଇଥିଲି । ଯାହା ସେ ଦୀର୍ଘ ସମୟ ତାଙ୍କ ପାଖରେ ରଖିଥିଲେ । ଏତିକି ନୁହେଁ ସୁକେଶ ନୋରାଙ୍କୁ ୨ କୋଟିର ଗିଫ୍ଟ ମଧ୍ୟ ଦେଇଛନ୍ତି। ଯାହାର ଫଟୋ ଉଠାଇକି ସେ ପଠାଉଥିଲି ଯେ ସେ ତାହାକୁ ବ୍ୟବହାର ମଧ୍ୟ କରୁଛନ୍ତି ।