'ଡ୍ରାମା ବନ୍ଦ କରନ୍ତୁ କେଜ୍ରିଓ୍ବାଲ, ମୋ ପାଖରେ ପୂରା ରେକର୍ଡ ରହିଛି': ଠକ ସୁକେଶ ଚନ୍ଦ୍ରଶେଖରଙ୍କ ଚତୁର୍ଥ ଚିଠିରେ ରହିଛି ଏମିତି ଦାବି

Published By : Prameya-News7 Bureau | November 08, 2022 IST

ନୂଆଦିଲ୍ଲୀ, ୦୮/୧୧: କୋଟି କୋଟି ଟଙ୍କାର ହେରାଫେରି ମାମଲାର ତିହାର୍ ଜେଲରେ ସଜା କାଟୁଛି କନ୍‌ମ୍ୟାନ୍ ସୁକେଶ ଚନ୍ଦ୍ରଶେଖର। ସୁକେଶ ଜେଲରୁ ଥାଇ ଅନେକ ବିସ୍ପୋରକ ତଥ୍ୟ ଦେବାପରେ ଚର୍ଚ୍ଚା ମଧ୍ୟ ବଢ଼ିଛି। ସୁକେଶ ଦଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଟାର୍ଗେଟ କରିବା ସହ ତାଙ୍କ ନାଁରେ ଅଭିଯୋଗ ମଧ୍ୟ ଆଣିଛି। ନିଜ ଓକିଲଙ୍କୁ ଦେଇଥିବା ଚିଠିରେ ଅନେକ କିଛି ଘଟଣାକୁ ନେଇ କେଜ୍ରିଓ୍ବାଲଙ୍କୁ ଟାର୍ଗେଟ କରିଛନ୍ତି। ଏହାରି ମଧ୍ୟରେ ସୁକେଶଙ୍କ ଚତୁର୍ଥ ଚିଠି ଭାଇରାଲ ହେବାରେ ଲାଗିଛି।

ଏହି ଚିଠିରେ ମଧ୍ୟ ସୁକେଶ କଜ୍ରିଓ୍ବାଲଙ୍କୁ ଟାର୍ଗଟ କରିଛନ୍ତି। ଏହା ସହ ସେ ଚିଠିର ସମୟକୁ ନେଇ ଉଠୁଥିବା ପ୍ରଶ୍ନର ମଧ୍ୟ ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀ ମୁଖମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ  ତାଙ୍କ ଟିମ୍ ୨୦୧୬ ରୁ ଅର୍ଥ ଆଦାୟ କରୁଛି। ଏହାର ପୂରା ରେକର୍ଡ ତାଙ୍କ ପାଖରେ ରହିଛି। ସେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ଉପରେ ସିଧାସଳଖ ଟାର୍ଗେଟ କରି କହିଛନ୍ତି ଯେ, ଡ୍ରାମା ବହୁତ୍ ହୋଇଗଲା। ଏହାର ଏବେ କୌଣସି ଫାଇଦା ନାହିଁ।

ଏହି ଚିଠିରେ ସୁକେଶ ପ୍ରଥମ ଥର ମନୀଷ ସିସୋଦିଆଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ସୁକେଶ ନିଜ ଓକିଲଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ ମୁଁ କେଜ୍ରିଓ୍ବାଲଙ୍କୁ କହୁଛି ଯେ ଡ୍ରାମା ବନ୍ଦ କର। ଆପଣ ଘଟଣାକୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି। ଚିଠିରେ ପୁଣିଥରେ ପୂର୍ବତନ ଡିଜି ଜେଲ୍ ସନ୍ଦୀପ ଗୋୟଲଙ୍କ ନାମ ନେଇଛନ୍ତି। କହିଛନ୍ତି ଯେ ତାଙ୍କ ବିରୋଧରେ ହାଇକୋର୍ଟରେ ଦାଖଲ କରିଥିବା ଅଭିଯୋଗକୁ ଫେରାଇନେବାକୁ ଧମକ ଦିଆଯାଉଛି।  କିନ୍ତୁ ସେ ସତ୍‌ରେ ଅଛନ୍ତି ଏବଂ କାହାକୁ ଡରୁନାହାଁନ୍ତି।

ଏହା ସହ ମନୀଷ ସିସୋଦିଆଙ୍କୁ ନେଇ ସେ ଏକ ବଡ଼ ବୟାନ ରଖିଛନ୍ତି। ସୁକେଶ କହିଛନ୍ତି ଯେ ସେ ଏତେ ସକ୍ଷମ ଯେ ତାଙ୍କୁ ନିଜ ନିର୍ଦ୍ଦୋଷତା ପ୍ରମାଣ କରିବାକୁ  କାହର ସାହାଯ୍ୟ ଦରକାର ନାହିଁ।

ସୁକେଶ ଚନ୍ଦ୍ରଶେଖରଙ୍କ ତିନି ଚିଠି ଏହା ପୂର୍ବରୁ ଭାଇରାଲ ହୋଇଥିଲା। ଏହି ସବୁ ଚିଠିରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ଜେଲରେ ଥିବା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଟାର୍ଗେଟ୍ କରିଥିଲେ। ଗୋଟିଏ ପରେ ଗୋଟିଏ ମିଡିଆରେ ଆସିଥିବା ଏହି ସବୁ ଚିଠିରେ ସୁକେଶ ଅରବିନ୍ଦ କେଜ୍ରିଓ୍ବାଲ ଉପରେ ଦକ୍ଷିଣ ଭାରତରେ କୌଣସି ବଡ଼ ପଦ ଦେବା ଏବଂ  ରାଜ୍ୟ ସଭା ସିଟ୍ ଦେବାର ପ୍ରତିଶ୍ରୁତି ଦେଇ ୫୦୦ କୋଟି ଟଙ୍କାରୁ ଅଧିକ ଆୟ କରିଥିବା ନେଇ ଅଭିଯୋଗ କରିଛନ୍ତି।

ଏ ପର୍ଯ୍ୟନ୍ତ  ଆମ ଆଦମୀ ପାର୍ଟୀ ଏବଂ  ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସୁକେଶ ଅଗ୍ରଓ୍ବାଲଙ୍କ ଏହି ଚିଠିର ସମୟକୁ ନେଇ ପ୍ରଶ୍ନ ଉଠାଇଆସୁଛନ୍ତି। ଅରବିନ୍ଦ କେଜ୍ରିଓ୍ବାଲ ଏହି ଚିଠିକୁ ବିଜେପିକୁ ମନଗଢ଼ା କାହାଣୀ ବୋଲି କହିଥିଲେ। କିନ୍ତୁ ଏବେ ସୁକେଶ ଏହି ପ୍ରଶ୍ନର ମଧ୍ୟ ଜବାବ ଦେଇଛନ୍ତି। ସେ କହିଛନ୍ତି ଏସବୁ ୨୦୧୬ ରୁ ଚାଲୁଥିଲା। କିନ୍ତୁ ଆରମ୍ଭରେ ସେ ଏହାକୁ ଅଣଦେଖା କରୁଥିଲେ। କିନ୍ତୁ ଜେଲରେ ଲଗାତାର ଧମକ ମିଳିବା, ପଞ୍ଜାବ ନିର୍ବାଚନ ସମୟରେ ଟଙ୍କା ଦାବି କରିବା। ଆଉ ଏବେ ଗୁଜରାଟ ନିର୍ବାଚନ ପାଇଁ ଅର୍ଥ ପାଇଁ ଦାବି କରାଯାଉଛି। ଏହି ସବୁ ବଢ଼ିବାରେ ଲାଗିଛି । ତେଣୁ ଏବେ ତାଙ୍କୁ ଆଇନ ଅନୁଯାୟୀ ଚାଲିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଚିଠିରେ ଲେଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.