Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଜ୍ୟାକଲିନ୍‌ଙ୍କୁ ଭାଲେଣ୍ଟାଇନ୍‌ ଡେ’ ଶୁଭେଚ୍ଛା ଦେଲେ ସୁକେଶ, କହିଲେ-ତାଙ୍କୁ କହିଦେବ…

15/02/2023 at 9:18 AM

ମୁମ୍ଵାଇ ୧୫।୦୨: ମହାଠକ ସୁକେଶ ଚନ୍ଦ୍ରଶେଖର । ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଫସିରହିଛନ୍ତି। ତାଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ହେଲେ ବର୍ତ୍ତମାନ ଆଉ ଏକ ଖବର ପାଇ ଚର୍ଚ୍ଚାକୁ ଆସିଛନ୍ତି। ଭାଲେଣ୍ଟାଇନ୍ସ ଡେ ରେ ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କହିବାକୁ ଗଲେ ମଙ୍ଗଳବାର ତାଙ୍କୁ କୋର୍ଟରୁମ୍ରୁ ନିଆଯାଉଥିଲା । ସେହି ସମୟରେ ତାଙ୍କ ପଚରାଗଲା କି ଜ୍ୟାକଲିନ୍ ଦ୍ଵାରା କରାଯାଇଥିବା ଅଭିଯୋଗ ବିଷୟରେ କଣ କହିବ ?

ମିଡିଆକୁ ଉତ୍ତର ଦେବା ବେଳେ ସୁକେଶ କହିଛନ୍ତି ଯେ ତାଙ୍କ ବିଷୟରେ କିଛି କହିବି ନାହିଁ । ସେ ମୋ ବିଷୟରେ ବହୁତ କିଛି କହିବାର କାରଣ ନିଶ୍ଚୟ ଅଛି। ମୁଁ ତାଙ୍କ ବିଷୟରେ କିଛି କହିବାକୁ ଚାହେଁ ନାହିଁ।” ଯେତେବେଳେ ଜ୍ୟାକଲିନଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ ପଚରାଗଲା, ସୁକେଶ କହିଛନ୍ତି ଯେ ମୋ ତରଫରୁ ତାଙ୍କ ଭାଲେଣ୍ଟାଇନ୍ସ ଡେ ଶୁଭେଚ୍ଛା କହିଦେବ।

କହିବାକୁ ଗଲେ ନିକଟରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ସୁକେଶ ଚନ୍ଦ୍ରଶେଖରଙ୍କ ବିଷୟରେ କହିଥିଲେ ଯେ ସେ ତାଙ୍କ ଭାବନା ସହିତ ଖେଳିଥିଲେ । ତାଙ୍କ ଜୀବନକୁ ନର୍କରେ ପରିଣତ କରିଥିଲେ। ଏହା ଜଣା ଯେ, ଜ୍ୟାକଲିନ ମଧ୍ୟ ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦କୋଟି ଟଙ୍କା ଠକେଇ ମାମଲାରେ ଜଡିତ ଅଛନ୍ତି । ଦୀର୍ଘ ଦିନ ଧରି କୋର୍ଟରେ ଚକ୍କର କାଟୁଛନ୍ତି।

   Related Posts