ମୁମ୍ଵାଇ ୧୧।୦୮: ବଲିଉଡ୍ଋ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍। ତାଙ୍କୁ ନେଇ ବର୍ତ୍ତମାନ ଖୁବ୍ ଚର୍ଚ୍ଚା। ସୁକେଶ ଚନ୍ଦ୍ରଶେଖରଙ୍କ ମାମଲାରେ ତାଙ୍କ ନାମ ଏପର୍ଯ୍ୟନ୍ତ ଯୋଡି ହୋଇ ରହିଛି । ବର୍ତ୍ତମାନ ସୁକେଶ ଜେଲ୍ରେ ଅଛନ୍ତି। ଏବେ ବି ସେ ଅଭିନେତ୍ରୀଙ୍କ ପ୍ରେମରେ ଉବୁଟୁବୁ। ଅନେକ ସମୟ ହେବ ସୁକେଶ ଅଭିନେତ୍ରୀଙ୍କ ପ୍ରତି ତାଙ୍କର ପ୍ରେମ ବ୍ୟକ୍ତ କରି ଜେଲରୁ ଚିଠି ଲେଖିଛନ୍ତି। ତାହା ପୁଣି ଅଭିନେତ୍ରୀଙ୍କ ଜନ୍ମଦିନରେ ଲେଖାଯାଇଥିବା ଏହି ପ୍ରେମ ପତ୍ରରେ ସୁକେଶ ତାଙ୍କ ହୃଦୟକୁ ଖୋଲି କରି ରଖିଛନ୍ତି। ଅନେକ ଭାଷାଗତ ତ୍ରୁଟି ସହିତ ଚିଠିରେ ସୁକେଶଙ୍କୁ ରୋମାଣ୍ଟିକ୍ ହେବା ଦେଖାଯାଉଛି ।
ସୁକେଶ ତାଙ୍କ ପ୍ରେମ ପତ୍ରରେ ଲେଖିଛନ୍ତି, “ଦୁନିଆର ସବୁଠାରୁ ସୁନ୍ଦର ବମ୍ମା ଜ୍ୟାକି (ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ)… ଗୋଟିଏ ଗଛରେ ହଜାର ହଜାର ଫୁଲ ଫୁଟିଥାଏ କିନ୍ତୁ ସେଥିମଧ୍ୟରୁ ତୁମେ ସ୍ଵତନ୍ତ୍ର। ଜୀବନରେ ହଜାରେ ସ୍ମୃତି ଅଛି, କିନ୍ତୁ ସେଥିରୁ ଗୋଟିଏ ବିଶେଷ ଅଟେ। , ଯାହା ହୃଦୟକୁ ସ୍ପର୍ଶ କରେ ଏବଂ ପ୍ରେମରେ ପାଗଳ କରିଥାଏ।
ସୁକେଶ ଆହୁରି ଲେଖିଛନ୍ତି, “ଆଜି ମୁଁ ପ୍ରଥମ କରି ଇଶ୍ୱରଙ୍କୁ କିଛି ମାଗିଛି, ମୁଁ ତାଙ୍କ ଆଗରେ ମୁଣ୍ଡ ନୁଆଁଇଛି। ଦୁନିଆର ସମସ୍ତ ସୁଖକୁ ତୁମର ପାଦ ତଳେ ରଖିବି । ମୁଁ ତୁମର ସମସ୍ତ ଦୁଃଖ, ପ୍ରତ୍ୟେକ ସ୍ୱପ୍ନ, ପ୍ରତ୍ୟେକ ଇଚ୍ଛା ପୂରଣ କରିବି… ବାର୍ ବାର୍ ଦିନ୍ ୟେ ଆଏ… ବାର୍ ବାର୍ ଦିଲ୍ ୟେ ଗାଏ .. ତୁମ୍ ଜିୟୋ ହଜାରୋଁ ସାଲ୍… ହାପି ବର୍ଥଡେ ..ହାପି ବର୍ଥଡେ.. ଆଉ ଲଭ୍ ୟୁ ମେରୀ ଜାନ୍ ”
200 କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖରଙ୍କ ଜ୍ୟାକଲିନଙ୍କ ଏହା ପ୍ରଥମ ଚିଠି ନୁହେଁ। ସେ ଚଳିତ ବର୍ଷ ପ୍ରାୟ ତିନିଥର ନିଜର ପ୍ରେମ ବ୍ୟକ୍ତ କରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ, ଜ୍ୟାକଲିନଙ୍କୁ ଏକ ଚିଠି ଲେଖି କହିଥିଲେ ଯେ ମୁଁ ତୁମକୁ ବହୁତ ମିସ୍ କରୁଛି। ଏହା ପରେ ଏପ୍ରିଲରେ ମଧ୍ୟ ଜ୍ୟାକଲିନଙ୍କ ପାଇଁ ଲେଖାଯାଇଥିବା ସୁକେଶଙ୍କ ଏକ ଚିଠି ସାମ୍ନାକୁ ଆସିଥିଲା।
wp:embed {"url":"https://www.prameyanews7.com/sukesh-chandrasekhar-love-letter-for-jacqueline-fernandez/","type":"wp-embed","providerNameSlug":"prameya-news-7"} /wp:embed