ମନି ଲଣ୍ଡରିଂ ମାମଲାରେ ସୁକେଶ ଚନ୍ଦ୍ରଶେଖରର ବଡ ଖୁଲାସା; ଶ୍ରଦ୍ଧା କପୁର ଓ ଶିଳ୍ପା ସେଟ୍ଟୀଙ୍କ ସହ ରହିଛି ଲିଙ୍କ,ପୂର୍ବରୁ ଇଡି ସ୍କାନରରେ ଅଛନ୍ତି ଜ୍ୟାକଲିନ୍‌ ଓ ନୋରା

Published By : Prameya-News7 Bureau | December 17, 2021 IST

ନୂଆଦିଲ୍ଲୀ ୧୭/୧୨ : ଅନେକ ଦିନ ଧରି ବିବାଦରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖରର ଗୋଟିଏ ପରେ ଗୋଟିଏ ଲିଙ୍କ୍ ସାମ୍ନାକୁ ଆସିବାରେ ଲାଗିଛି । ମନି ଲଣ୍ଡରିଂ କେସ୍‌ରେ ବର୍ତ୍ତମାନ ଆଉ ଏକ ବଡ ଖୁଲାସା ହୋଇଛି । ପ୍ରଥମେ ସୁକେଶ ଏବଂ ପରେ ଏଥିରେ ଲିଙ୍କ ଅଭିଯୋଗରେ ବଲିଉଡର ଆଗ ଧାଡିର ଅଭିନେତ୍ରୀ ମଧ୍ୟ ସ୍କାନରକୁ ଆସିଥିଲେ । ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିସ୍‌ ଏବଂ ନୋରା ଫତେଇଙ୍କ ଭଳି ସେଲିବ୍ରିଟି ଇଡିର ତଦନ୍ତ ପରିସରକୁ ଆସିଥିଲେ । ଏମିତିକି ବିଦେଶ ଯାଉଥିବା ବେଳେ ଜ୍ୟାକଲିନ୍‌ଙ୍କୁ ଧରିଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ ।

ଏବେ ଏହି ଘଟଣାରେ ଆଉ ଏକ ଖୁଲାସା ହୋଇଛି । ପଚରାଉଚରା ବେଳେ ସୁକେଶ ଠାରୁ ବହୁ ଗୁରତ୍ବପୂର୍ଣ୍ଣ ତଥ୍ୟ ପାଇଛି ଇଡି । ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ୨୦୧୫ ମସିହାରୁ ଜାଣିଥିବା ପ୍ରବର୍ତ୍ତନ ନିର୍ଦେଶାଳୟ ନିକଟରେ ସ୍ବୀକାର କରିଛି ମୁକେଶ । ଏପରିକି ଏନ୍‌ସିବି ମାମଲାରେ ଶ୍ରଦ୍ଧାଙ୍କୁ ସାହାଯ୍ୟ କରିଥିବା ମଧ୍ୟ ଖୁଲାସା କରିଛି । ଦିଂବଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଡ୍ରଗ୍ସ କେସରେ ଫସିଥିଲେ ଶ୍ରଦ୍ଧା କପୁର । ଏପରିକି ଶ୍ରଦ୍ଧା କପୁରଙ୍କୁ ପଚରାଉଚରା ମଧ୍ୟ କରିଥିଲା ଏନ୍‌ସିବି ।

{"id":560954,"width":737,"height":654,"sizeSlug":"full","linkDestination":"none"}

ସୁକେଶ ସହ ଲିଙ୍କ ଥିବା ଆଉ ଜଣେ ଅଭିନେତ୍ରୀ ହେଉଛନ୍ତି ଶିଳ୍ପା ସେଟ୍ଟୀ । ରାଜ କୁନ୍ଦ୍ରାଙ୍କ ପୋର୍ଣ୍ଣଗ୍ରାଫି କେସ୍‌ରେ ଶିଳ୍ପାକୁ ଯୋଗାଯୋଗ କରିଥିଲା ସୁକେଶ । ରାଜ କୁନ୍ଦ୍ରାଙ୍କ ଲିଗାଲ କେସ୍‌କୁ ନେଇ ସେ ଶିଳ୍ପାଙ୍କ ସହ ସମ୍ପର୍କରେ ଥିବା ଜାଣିବାକୁ ପାଇଛି ଇଡି । ଶିଳ୍ପା ତାର ଜଣେ ବନ୍ଧୁ ବୋଲି ଇଡି ନିକଟରେ କହିଛି ସୁକେଶ ଚନ୍ଦ୍ରଶେଖର । କେବଳ ସେତିକି ନୁହେଁ ହରମନ ବାବେଜା ମଧ୍ୟ ସୁକେଶ ସହ ଲିଙ୍କରେ ଥିଲେ ।

{"id":560955,"width":805,"height":719,"sizeSlug":"full","linkDestination":"none"}

ବର୍ତ୍ତମାନ ଏହି ୩ ଅଭିନେତ୍ରୀଙ୍କ ନାଁ ସୁକେଶ ମନି ଲଣ୍ଡରିଂ ଲିଙ୍କରେ ସାମ୍ନାକୁ ଆସିବା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ ରାଡାର୍‌କୁ ଆସିଛନ୍ତି । ଉଭୟଙ୍କୁ ପଚରାଉଚରା ପାଇଁ ଡକାଇପାରେ ଇଡି । ପୂର୍ବରୁ ସୁକେଶକୁ ନେଇ ଜ୍ୟାକଲିନ୍ ଏବଂ ନୋରା ଫତେଇ ବିବାଦରେ ରହିଛନ୍ତି । ଏହି ୨ ଅଭିନେତ୍ରୀ ସୁକେଶ ଚନ୍ଦ୍ରଶେଖର ଠାରୁ ଦାମୀ ଉପହାର ନେଇଥିବା ଜାଣିବାକୁ ପାଇଥିଲା ଇଡି । ଜ୍ୟାକଲିନ୍‌ଙ୍କ ସହିତ ସୁକେଶଙ୍କର କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏପରିକି ଜ୍ୟାକଲିନ୍‌ଙ୍କ ସହ ତାର ଆଫେୟାର ଥିବା ନେଇ ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.