vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଠକ ସୁକେଶ ଚନ୍ଦ୍ରଶେଖରଙ୍କ ଜେଲ୍‌ରେ ଅନଶନ, ୧୭ଦିନ ହେଲା ଖାଇ ନାହାନ୍ତି

18/05/2022 at 9:17 AM

ନୂଆଦିଲ୍ଳୀ ୧୮।୦୫: ମହାଠକ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ଜେଲ୍‌ରେ ବନ୍ଦୀ ହୋଇ ଅଛନ୍ତି । ବର୍ତ୍ତମାନ ସେ ତିହାର ଜେଲ୍‌ରେ ଭୋକ ଉପାସରେ ଅନଶନ କରିଛନ୍ତି ।ସୁକେଶ ଚାହୁଁଛନ୍ତି କି ସେ ତାଙ୍କ ପତ୍ନୀ ମାରିୟାଙ୍କୁ ଦେଖା କରିବାକୁ ତାହା ପୁଣି ମାସକୁ ଦୁଇ ଥରରୁ ଅଧିକ । ଏଥିପାଇଁ ସେ ଅନୁମତି ମାଗି ୧୭ ଦିନ ଭୋକ ଉପାସରେ ଅଛନ୍ତି । ଏନେଇ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି ।

ସୂଚନା ଅନୂଯାୟୀ ବରିଷ୍ଠ ଅଧିକାରୀ କହିଛନ୍ତି କି ସେ ତାଙ୍କ ପତ୍ନୀଙ୍କୁ ଦେଖା କରିବା ଜିଦ୍‌ରେ ଏପ୍ରିଲ୍‌ ୨୩ରୁ ମେ ୨ ପର୍ଯ୍ୟନ୍ତ ଏବଂ ମେ ୪ରୁ ମେ ୧୨ ଯାଏଁ କିଛି ବି ଖାଇ ନାହାନ୍ତି । ଏଥି ପାଇଁ ତାଙ୍କୁ ଜେଲ ଡିସ୍‌ପେନସାରିରେ ତରଳ ଖାଇବା ତଥା ଗ୍ଲୁକୋଜ୍‌ ସାଲାଇନ୍‌ ଦିଆଯାଉଛି ।

ତାଙ୍କ ଦାବି ହେଉଛି ସୁକେଶ ତାଙ୍କ ପତ୍ନୀ ଲୀନା ମାରିଆ ପାଲଙ୍କ ସହ ସାକ୍ଷାତ କରିବାକୁ ଚାହୁଁଛନ୍ତି, ଯିଏକି ବର୍ତ୍ତମାନ ତିହାର ଜେଲର ୬ନମ୍ବର ଜେଲରେ ଅଛନ୍ତି। ଏହି ସୁବିଧା କେବଳ ସୁକେଶଙ୍କୁ ଦିଆଯାଉଛି । ଏ ବାବଦରେ, ତାଙ୍କୁ ପୂର୍ବରୁ ଦୁଇଥର ତାଙ୍କ ପତ୍ନୀଙ୍କ ସହ ‘ଆନ୍ତରିକ-ସାକ୍ଷାତର ଅନୁମତି ଦିଆଯାଉଛି, ମାସର ପ୍ରତ୍ୟେକ ପ୍ରଥମ ଓ ତୃତୀୟ ଶନିବାର ଦିନ ପତ୍ନୀଙ୍କୁ ଭେଟୁଛନ୍ତି। କିନ୍ତୁ ବର୍ତ୍ତମାନ ସେ ତା ଠାରୁ ଅଧିକ ଅତିରିକ୍ତ ସାକ୍ଷାତ କରିବାକୁ ଚାହୁଁଛନ୍ତି । ଯାହା ଜେଲ୍‌ ପ୍ରଶାସନଙ୍କ ଅନୁମତି ନାହିଁ । ଖବର ଅନୁଯାୟୀ ଏହି ଦମ୍ପତିଙ୍କ ବିରୋଧରେ ୩୨ଟି ଅପରାଧିକ ମାମଲା ରୁଜୁ ହୋଇଛି। ଯାହା କୋର୍ଟରେ ବିଚାରାଧୀନ ଅଛି।

   Related Posts