ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହଲେ ସୁଜିତ୍ କୁମାର, ବିଧାନସଭାରେ ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ଗ୍ରହଣ କଲେ ସାର୍ଟିଫିକେଟ୍

Published By : Prameya-News7 Bureau | December 13, 2024 IST

ଭୁବନେଶ୍ବର ୧୩।୧୨: ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହଲେ ସୁଜିତ୍ କୁମାର । ଶୁକ୍ରବାର ବିଧାନସଭାରେ ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ସାର୍ଟିଫିକେଟ୍ ଗ୍ରହଣ କରିଛନ୍ତି ସୁଜିତ୍ କୁମାର । ଗତ ୯ ତାରିଖ ଦିନ ଦୁଇ ସେଟ୍ ନାମାଙ୍କନ ଦାଖଲ କରିଥିଲେ । ନିକଟରେ ବିଜେଡ଼ି ଛାଡି ବିଜେପିରେ ସାମିଲ ହୋଇଥିଲେ ସୁଜିତ୍ । ସେପ୍ଟେମ୍ବର ୬ରେ ବିଜେଡିରୁ ଇସ୍ତଫା ଦେଇଥିଲେ । 

ସୂଚନାଯୋଗ୍ୟ ଯେ, ରାଜ୍ୟସଭାରୁ ସୁଜିତ୍ କୁମାରଙ୍କ ଇସ୍ତଫା ପରେ, ଓଡ଼ିଶାରୁ ରାଜ୍ୟସଭାର ଗୋଟିଏ ଆସନ ଖାଲି ପଡ଼ିଥିଲା । ୨୦୨୬ ଅପ୍ରେଲ ୨ ତାରିଖ ପର୍ଯ୍ୟନ୍ତ ସୁଜିତ୍‌ଙ୍କ କାର୍ଯ୍ୟକାଳ ରହିଥିଲା । କିନ୍ତୁ ଗତ ସେପ୍ଟେମ୍ବର ୬ ତାରିଖରେ ସୁଜିତ୍ କୁମାର ଇସ୍ତଫା ଦେବା ପରେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ । ଏକମାତ୍ର ପ୍ରାର୍ଥୀ ଭାବେ ବିଜେପିରୁ ନାମାଙ୍କନ ଭରିଥିଲେ ସୁଜିତ୍‌ । ରାଜ୍ୟସଭା ଉପନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ସୁଜିତ୍ କୁମାର । 

ସୁଜିତ୍‌ଙ୍କ ପୂର୍ବରୁ ମମତା ମହନ୍ତ ମଧ୍ୟ ବିଜେଡ଼ିରୁ ଇସ୍ତଫା ଦେଇ ବିଜେପି ପକ୍ଷରୁ ରାଜ୍ୟସଭାକୁ ଯାଇଥିଲେ । ମମତା ମହାନ୍ତଙ୍କ ଭଳି ବିଜେପି ପୁଣି ଥରେ ସୁଜିତ୍‌ଙ୍କୁ ରାଜ୍ୟସଭାକୁ ପଠାଉଛି ।

You Can Read:

ଅଲୋଡ଼ା ହେଲା ଶିଶୁପୁତ୍ର, ନବଜାତକକୁ ଅଖା ବସ୍ତାରେ ଗୁଡ଼ାଇ ଫିଙ୍ଗିଦେଲେ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.