ଦିଲ୍ଳୀରେ ଚାଞ୍ଚଲ୍ୟ: ସୁଟକେଶରୁ ମିଳିଲା ମହିଳାଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ

Published By : Prameya-News7 Bureau | December 08, 2022 IST

ନୂଆଦିଲ୍ଳୀ, ୮/୧୨: ଦିଲ୍ଳୀର ଲୋମଟାଙ୍କୁରା ଶ୍ରଦ୍ଧା ଓ୍ବାକର ହତ୍ୟାକାଣ୍ଡ ସାରା ଦେଶରେ ଚର୍ଚ୍ଚାର କାରଣ ହୋଇଥିଲା। ଶ୍ରଦ୍ଧାଙ୍କୁ ତାଙ୍କ ପୁରୁଷ ବନ୍ଧୁ ଅଫତାବ୍ କିପରି ଅତି ନୃଶଂସ ଭାବରେ ହତ୍ୟା କରିଥିଲା, ତାହା ସମସ୍ତଙ୍କୁ ଚକିତ କରିଥିଲା। ତେବେ ଏହି ମାମଲାର ଏକ ମାସ ପରେ ଦିଲ୍ଳୀ ପୋଲିସକୁ ଆଉ ଏକ ଚକିତ କରିଦେବା ଭଳି ଘଟଣା ଦେଖିବାକୁ ମିଳିଛି। ଯେଉଁଠାରେ ଏକ ସୁଟକେଶ୍‌ରୁ ମହିଳାଙ୍କ ଗଳିତ ମୃତଦେହ ମିଳିଛି।

ପୋଲିସର କହିବା ଅନୁଯାୟୀ, ମୃତଦେହ ଗଳିତ ଅବସ୍ଥାରେ ଉଦ୍ଧାର ହୋଇଛି। ଏହି ସୁଟକେଶଟି ପୂର୍ବ ଦିଲ୍ଳୀର ପଞ୍ଜାବ ବାଗ୍‌ରୁ ଏକ ଡ୍ରେନରୁ ନିକଟରୁ ମିଳିଥିଲା। ଶରୀରରେ କୌଣସି କ୍ଷତ ଚିହ୍ନ ନଥିବାବେଳେ​‌, ମୃତଦେହର ଚିହ୍ନଟ ହୋଇପାରିନାହିଁ। ବୁଧବାର ଜଣେ ବ୍ୟକ୍ତି ଏହି ସୁଟକେଶ୍ ଦେଖିଥିଲେ ସୁଟକେଶ୍‌ରୁ ପ୍ରବଳ ମାତ୍ରାରେ ଦୁର୍ଗନ୍ଧ ହେଉଥିଲା ଯାହାପରେ ସେ ପୋଲିସକୁ ଖବର ଦେଇଥିଲେ।

ଦିଲ୍ଳୀ ଓ୍ବେଷ୍ଟ ଡିସିପି ଘନଶ୍ୟାମ ବଂଶଲ କହିଛନ୍ତି ଯେ, ପୀଡ଼ିତାଙ୍କ ପରିଚୟ ମିଳିପାରିନାହିଁ କିନ୍ତୁ ଅନୁମାନ କରାଯାଉଛି ଯେ ଏହା କୌଣସି ଯୁବତୀଙ୍କ ମୃତଦେହ ହୋଇପାରେ। ଶରୀରରେ କୌଣସି ଗଭୀର କ୍ଷତ ଚିହ୍ନ ନଥିବାବେଳେ ପୋଷ୍ଟମର୍ଟମରୁ ହତ୍ୟାର କାରଣ ଜଣାପଡ଼ିବ ବୋଲି କହିଛନ୍ତି ଡିସିପି। ମୃତଦେହର ସାମ୍ପୁଲ ଏବଂ ସୁଟକେଶ୍ ଫରେନସିକ୍ ପଠାଯାଇଛି। ପୋଲିସ୍ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ଧାରା ୩୦୨ ଏବଂ ୨୦୧ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.