suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପରୀକ୍ଷା ଫଳ ଖରାପ ହେବାରୁ ଦୁଇ ପୁଅଙ୍କୁ ବିଷ ଦେଇ ନିଜେ ବିଷ ପିଇଦେଲେ ମାଆ

24/05/2018 at 5:16 AM

ପରୀକ୍ଷା ଫଳ ଖରାପ ହେବାରୁ ଦୁଇ ପୁଅଙ୍କୁ ବିଷ ଦେଇ ନିଜେ ବିଷ ପିଇଦେଲେ ମାଆ । ବଡପୁଅ ମୃତ, ମାଆ ଏବଂ ସାନପୁଅ ଗୁରୁତର । ଭଦ୍ରକ ବନ୍ତ ବ୍ଲକ ତାଳବାଙ୍କ ଗାଁରେ ଘଟିଛି ଅଘଟଣ । ପର୍ଶୁରାମ ନାୟକଙ୍କ ପୁଅ ଦେବେନ୍ଦ୍ର ଏବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିଲେ । ସେ ପରୀକ୍ଷାରେ ଫେଲ ହୋଇ ଯାଇଥିଲେ । ଯାହାକୁ ନେଇ ଘରେ ଅଶାନ୍ତି ଦେଖା ଦେଇଥିଲା । ବାପା ବାରମ୍ବାର ଏହି ଘଟଣାକୁ ନେଇ ପୁଅ ଉପରେ ବିରକ୍ତି ପ୍ରକାଶ କରୁଥିବା ଅଭିଯୋଗ ହୋଇଛି । ବୁଧବାର ବାପା ଘରେ ନଥିବା ବେଳେ ମାଆ ତାଙ୍କ ଦୁଇ ପୁଅଙ୍କୁ ବିଷ ଦେଇଥିଲେ । ଏମାନଙ୍କୁ ଗୁରୁତର ଅବସ୍ଥାରେ ଗାଁ ଲୋକେ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ବଡ ପୁଅ ଭବାନୀଙ୍କୁ ମୃତ ଘୋଷଣା କରିଥିଲେ । ମାଆ ରୀତାରାଣୀ ଏବଂ ସାନପୁଅ ଦେବେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି ।

Leave a Reply

   Related Posts